/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745290131.jpg)
Jatra Artist Association Conflict Resolution
ଯାତ୍ରା ବିବାଦରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ ? ଖୁବଶୀଘ୍ର ତୁଟିବ କି ଯାତ୍ରା କଳାକାର ସଂଘ ଓ ଯାତ୍ରା ମାଲିକ ସଂଘ କଳି ? ଦିନେ ଦୁଇଦିନ ଭିତରେ ସାମ୍ନାସାମ୍ନି ବସିବେ କି ଉଭୟ ପକ୍ଷ ? ଯାତ୍ରା କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ତୁଟାଇବାକୁ ମଧ୍ୟସ୍ଥି କରୁଛନ୍ତି ଓଡ଼ିଆ ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥା। ଉଭୟ କଳାକାର ଓ ମାଲିକ ସଂଘ ସହ ଆଲୋଚନା କରିଥିବା କହିଛନ୍ତି ଶ୍ରୀଧର।
ଶ୍ରୀଧରଙ୍କ ସୂଚନା ଅନୁସାରେ, ଯାତ୍ରା କଳାକାର ଓ କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଟା ବାପି ପଣ୍ଡା ଏଥିପାଇଁ ସହମତି ପ୍ରକାଶ କରିଛନ୍ତି। ସେପଟେ ମାଲିକ ସଂଘ ସଭାପତି ଭରତ ଭୂଷଣ ଦେଓ ଏବଂ ସମ୍ପାଦକ ସତ୍ୟ ଜେନାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ସେମାନେ ବିବାଦର ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି। ହେଲେ ଉଭୟ ସଂଘ କେବେ ସାମ୍ନାସମ୍ନି ବସି ବିବାଦର ସମାଧାନ କରିବେ, ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦିନେ ଦୁଇ ଦିନ ଭିତରେ ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା ରଖିଛନ୍ତି ଶ୍ରୀଧର ମାର୍ଥା। ଗତ ବୁଧବାର ଦିନ ଯାତ୍ରା କଳାକାର ସଂଘ ଭୁବନେଶ୍ବରରେ ବୈଠକ କରିବା ସହ, କଳାକାର ଉପରେ ଲଗାଯାଇଥିବା ବ୍ୟାନ୍ ନହଟାଇଲେ ଯାତ୍ରା ବନ୍ଦ କରିଦେବାକୁ ଚେତାବନୀ ଦେଇଥିଲା।
ଅଧିକ ପଢ଼ନ୍ତୁ: ଯାତ୍ରା ବିବାଦରେ ନିଇତି ନୂଆ ନୂଆ ନାଟକ...ଯାତ୍ରା ମଞ୍ଚରେ କମ୍, ମଞ୍ଚ ବାହାରେ ଏବେ ବେଶି 'ବହି'
ତେବେ ଗତକାଲି ପାର୍ବତୀ ଗଣନାଟ୍ୟର ପରିଚାଳକ ଜଗତଜୀବନ ପଣ୍ଡା ଏବଂ ବାପି ପଣ୍ଡାଙ୍କ ମଧ୍ୟରେ ଯାତ୍ରା କଳି ଦେଖିବାକୁ ମିଳିଥିଲା । ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଜଗତଜୀବନ କହିଥିଲେ, ମୁଁ ଆଉ ଗଣମାଧ୍ୟମକୁ ଆସିବିନି । ବାପି ପଣ୍ଡା ଓ ମୋ ଭିତରେ ଶୀତଳ ଯୁଦ୍ଧ ଚାଲିବ। ମୁଁ ସ୍ୱର ନରମାଇଥିଲି । କିନ୍ତୁ ବାପି ପଣ୍ଡା ନିଆଁ ଲଗାଇଲେ । ଏଥିରେ କୌଣସି କଳାକାର ଅନ୍ତର୍ଭୁକ୍ତ ନାହାନ୍ତି ।
ଅପରପକ୍ଷରେ ନିଜର ପ୍ରତିକ୍ରିୟା ରଖି ବାପି ପଣ୍ଡା କହିଥିଲେ ଯେ, 'ଶୀତଳ ଯୁଦ୍ଧ ଆରମ୍ଭ କରିଦେବ, ମତେ ମାରିଦେବ, ମାରିଦିଅ । ତଥାପି ମୋ ଫଟୋ ରହିବ ଫଟୋରେ ଫୁଲ ମାଳ ରହିବ । ସେଇ ଫଟୋ ଦେଖି ହଜାରେ ବାପି ପଣ୍ଡା ତିଆରି ହୋଇଯିବେ । ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ବାପି ପଣ୍ଡା କେବେ ପଛ ଘୁଞ୍ଚା ଦେବ ନାହିଁ ।
ତେବେ ନିଇତି ନୂଆ ନୂଆ ବିବାଦରେ ଛନ୍ଦି ହେଉଥିବା ଜଲିଉଡ୍, ଏଭଳି ସ୍ଥିତିରୁ କେବେ ଏବଂ କେମିତି ମୁକୁଳୁଛି ଏବେ ତା'ଉପରେ ସବୁ କଳାକାର ଓ ଯାତ୍ରାପ୍ରେମୀଙ୍କ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)