Advertisment

5T ସଚିବଙ୍କୁ ସୌମ୍ୟଙ୍କ ଟାର୍ଗେଟ- ‘ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଧାୟକ ବର୍ଷାରେ ଛିଡ଼ା ହେଉଛନ୍ତି’

5T ସଚିବଙ୍କୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଟାର୍ଗେଟ । ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି ସୌମ୍ୟ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD Leader Soumya Ranjan Patnaik Targets To 5T Secretary

BJD Leader Soumya Ranjan Patnaik Targets To 5T Secretary

5T ସଚିବଙ୍କୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଟାର୍ଗେଟ । ସମ୍ବାଦ ଦୈନିକ ଖବର କାଗଜରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାରେ ସୌମ୍ୟ ସିଧା ଟାର୍ଗେଟ କରିଛନ୍ତି । 5T ବନାମ ଫାଇଭ 'ମ' ଲେଖି କଟାକ୍ଷ କରିଛନ୍ତି। ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି ସୌମ୍ୟ।

Advertisment

ଏକ ସଭାରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ଶୁଣାଇବା ଘଟଣାକୁ ଅବତାରଣା କରି ସେ ଫାଇଭ 'ମ' ପ୍ରସଙ୍ଗ ଉଠାଇଛନ୍ତି । ମା, ମାଟି, ମାତୃଭାଷା, ମୋବାଇଲ ଓ ମଦ ମୁକ୍ତ ଓଡ଼ିଶାର ୫ଟି 'ମ' କଥାକୁ ସଚିବ ଅତ୍ୟନ୍ତ ଗୁରୁତ୍ୱର ସହକାରେ ଗ୍ରହଣ କରିଥିବା ଲେଖିଛନ୍ତି ସୌମ୍ୟ । 5T ସଚିବଙ୍କ ହେଲିକପ୍ଟର ବୁଲା ଓ ଅଭିଯୋଗ ଗ୍ରହଣକୁ ସେ କଡ଼ା ସମାଲୋଚନା କରିଛନ୍ତି ।

ଜିଲ୍ଲାରେ ଜିଲ୍ଲାପାଳ ଅଭିଯୋଗ ଗ୍ରହଣ ପାଇଁ ଥିବାବେଳେ କାହିଁକି ହେଲିକପ୍ଟରରେ ବୁଲି ଏତେ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସୌମ୍ୟ ପ୍ରଶ୍ନ ବି ଉଠାଇଛନ୍ତି । ଏହାଛଡ଼ା 5T ସଚିବଙ୍କ ହେଲିକପ୍ଟର ଗସ୍ତର ଆନୁମାନିକ ହିସାବ ୩ ଶହ କୋଟି ହେବ ବୋଲି ମଧ୍ୟ ସେ ଆକଳନ କରିଛନ୍ତି । ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଧାୟକ ବର୍ଷାରେ ଛତା ଧରି ଗାତ ଖୋଳି ଟେଣ୍ଟ ପକାଇବା ପ୍ରସଙ୍ଗ ଉଠାଇ ସେ କଟାକ୍ଷ କରିଛନ୍ତି । ଏପରି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିଜ୍ଞପିତ କରିବା ପଛର କାରଣ କଣ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।

Advertisment

କେବଳ 5T ସଚିବ ନୁହନ୍ତି ନିଜ ଦଳ ବିଜେଡିକୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି ସୌମ୍ୟ । ନବୀନ ବିଜେଡିର ସଂପତ୍ତି । ତେବେ ଦଳ କ’ଣ ଏତେ ଦୁର୍ବଳ ହୋଇଗଲା ଯେ ତା’ର ମୂଲ୍ୟବାନ ସଂପତ୍ତିକୁ ବାଜି ଲଗାଇବା ପାଇଁ ବାଧ୍ୟ ହେଉଛି ବୋଲି ମଧ୍ୟ ସୌମ୍ୟ ପ୍ରଶ୍ନ କରିଛନ୍ତି । ମଣିପୁର ପ୍ରସଙ୍ଗରେ ବି ଦଳ ନିରବ ରହିବା କଥା ସେ ଉଲ୍ଲେଖ କରିଛନ୍ତି ।

ପାର୍ଟି ଓ ମାଟି ପ୍ରସଙ୍ଗରେ ସୌମ୍ୟ ଲେଖିଛନ୍ତି ଯେ, ଏହି ଦୁଇ ମଧ୍ୟରେ ଦ୍ୱନ୍ଦ୍ୱ ହେଲେ ମାଟି ହିଁ ସବୁବେଳେ ଜିତିବ । ଆମ ଉତ୍କଳ ଜନନୀ ଏବେ ଅବହେଳିତ ଓ ଲୁଣ୍ଠିତ ହେଲାଭଳି ମନେ ହେଉଛି । ନିଜ ଜନ୍ମଦିନ ଅବସରରେ ମାଟି ପାଇଁ ତ୍ୟାଗ ପ୍ରସଙ୍ଗ ବି ଉଠାଇ ରାଜନୈତିକ ଚର୍ଚ୍ଚା ଦିଗକୁ ଆହୁରି ସକ୍ରିୟ କରିଛନ୍ତି ସୌମ୍ୟ।

ପାର୍ଟି ବଡ଼ ନା ମାଟି ବଡ଼ ଏକ ପ୍ରଶ୍ନ ନୁହେଁ। ବରଂ ଆମ ପାଇଁ ପାର୍ଟି ନୁହେଁ ବରଂ ମାର୍ଟି ବଡ଼ ଏକ ଆପ୍ତବାକ୍ୟ ହେବା ଉଚିତ ବୋଲି ବିଜେଡି ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଲେଖିଛନ୍ତି। 

Soumya Ranjan Patnaik Odisha Politics 5T Secretary V.K. Pandian 5T Secretary
Advertisment
Advertisment