• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବୌଦ୍ଧ ଗସ୍ତରେ ଯାଇଥିବା 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ବିରୋଧ । କଚେରୀ ଛକ ନିକଟରେ ବିରୋଧୀଙ୍କ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି । ଫଳରେ ତାଙ୍କ ଗାଡିରେ ଚିହ୍ନ ଥିବା ଦେଖିବାକୁ ମିଳିଛି । ବିରୋଧୀ ପକ୍ଷରୁ ଜଣେ କର୍ମୀଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି ।

ସେହିପରି ବୌଦ୍ଧ ମ୍ୟୁଜିୟମଠାରେ 5T ସଚିବ ଭିକେ ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ କରୁଥିବା କଂଗ୍ରେସ ନେତାଙ୍କୁ ଗିରଫ କରି ଉଠାଇନେଇଛି ପୋଲିସ । ମ୍ୟୁଜିୟମଠାରେ ନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ତାଙ୍କ ଗସ୍ତକୁ ବିରୋଧ କରିଥିଲେ । କଳା ପତାକା ପ୍ରଦର୍ଶନ କରିବା ସହ ଗୋ ବ୍ୟାକ୍ ନାରା
ଦେଇଥିଲେ । ପୋଲିସ ଘଟଣା ସ୍ଥଳରୁ ସେମାନଙ୍କୁ ଉଠାଇ ନେଇଥିଲା ।

ଗତକାଲି ସୋନପୁର ଜିଲ୍ଲାରେ 5T ସଚିବ ଭିକେ ପଣ୍ଡିଆନଙ୍କ କାରକେଡ୍‌ ଉପରେ ଅଣ୍ଡାମାଡ଼ ହୋଇଥିଲା । ସୁବର୍ଣ୍ଣପୁର କୋଟ ସମଲେଇ- ଉଲୁଣ୍ଡା ରାସ୍ତାରେ ପାଣ୍ଡିଆନ୍‌ଙ୍କ କାରକେଡ୍‌କୁ ଅତିକ୍ରମ କରିବା ବେଳେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଅଣ୍ଡାମାଡ଼ ହୋଇଥିଲା । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ପତାକା ଦେଖାଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଅଣ୍ଡାମା଼ଡ଼ ହୋଇଥିଲା ।

ସୂଚନାଅନୁସାରେ, ଗତ କିଛିଦିନ ପୂର୍ବରୁ ମଧ୍ୟ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଥିଲା । ଜଗତସିଂହପୁର ଜିଲ୍ଲା ଗସ୍ତ ବେଳେ ବିଜେପି କର୍ମୀମାନେ କଳା ଗଞ୍ଜି ପିନ୍ଧିବା ସହିତ କଳା ବେଲୁନ ଉଡାଇ ପ୍ରତିବାଦ କରିଥିଲେ ।

  • Reported by:
  • DEEPAK KUMAR ADAR