Advertisment

‘ଡିସେମ୍ବର ୧୫ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସାର’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କଲେ 5T ଅଧ୍ୟକ୍ଷ । ସମୀକ୍ଷା ପରେ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
5T Secretary V.K. Pandian

5T Secretary V.K. Pandian

ଡିସେମ୍ବର ୧୫ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସାରିବାକୁ 5T ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କରିବା ଅବସରରେ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍। ଆଜି ବଡ଼ି ସକାଳେ ପୁରୀ ଆସି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ପରେ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ 5T ଅଧ୍ୟକ୍ଷ।

Advertisment

ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେବା ପରେ ଓ ନୂଆ କରି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀସେତୁ ପ୍ରକଳ୍ପ ଓ ଜଗନ୍ନାଥ ବଲ୍ଲଭ ପାର୍କିଂ କାମର ବି ସମୀକ୍ଷା କରିଥିଲେ। ପୂର୍ବରୁ 5T ସଚିବ ଥିଲେ ବି ୨୪ ନିର୍ବାଚନ ପୂର୍ବରୁ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ପାଣ୍ଡିଆନ୍‌ଙ୍କ ଏ ରୂପାନ୍ତରୀକରଣ, ମୁଖ୍ୟମନ୍ତ୍ରୀଙ୍କ ପରେ ଦଳ ଓ ସରକାରରେ ଦ୍ୱିତୀୟ କ୍ଷମତା କେନ୍ଦ୍ରକୁ ବିଧିବଦ୍ଧ ମୋହର ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟର ସବୁଠୁ ପ୍ରଭାବଶାଳୀ ଆଇଏଏସ୍ ଭି.କେ. ପାଣ୍ଡିଆନଙ୍କ ସେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ରୀୟ ମଂଜୁରୀ ମିଳିବାର ୧୨ ଘଣ୍ଟା ଭିତରେ ତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଭି.କେ. ପାଣ୍ଡିଆନ୍‌ଙ୍କୁ ଫାଇଭ୍ ଟି ଓ ନବୀନ ଓଡ଼ିଶାର ଚେୟାରମ୍ୟାନ୍ ନିଯୁକ୍ତ କରାଯାଇଛି।

Advertisment
Srimandir Corridor Project 5T Secretary V.K. Pandian
Advertisment
Advertisment