/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698478724.jpg)
5T Secretary V.K. Pandian
ଡିସେମ୍ବର ୧୫ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସାରିବାକୁ 5T ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କରିବା ଅବସରରେ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍। ଆଜି ବଡ଼ି ସକାଳେ ପୁରୀ ଆସି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ପରେ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ 5T ଅଧ୍ୟକ୍ଷ।
ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେବା ପରେ ଓ ନୂଆ କରି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀସେତୁ ପ୍ରକଳ୍ପ ଓ ଜଗନ୍ନାଥ ବଲ୍ଲଭ ପାର୍କିଂ କାମର ବି ସମୀକ୍ଷା କରିଥିଲେ। ପୂର୍ବରୁ 5T ସଚିବ ଥିଲେ ବି ୨୪ ନିର୍ବାଚନ ପୂର୍ବରୁ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ପାଣ୍ଡିଆନ୍ଙ୍କ ଏ ରୂପାନ୍ତରୀକରଣ, ମୁଖ୍ୟମନ୍ତ୍ରୀଙ୍କ ପରେ ଦଳ ଓ ସରକାରରେ ଦ୍ୱିତୀୟ କ୍ଷମତା କେନ୍ଦ୍ରକୁ ବିଧିବଦ୍ଧ ମୋହର ବୋଲି ଚର୍ଚ୍ଚା ହେଉଛି ।
ରାଜ୍ୟର ସବୁଠୁ ପ୍ରଭାବଶାଳୀ ଆଇଏଏସ୍ ଭି.କେ. ପାଣ୍ଡିଆନଙ୍କ ସେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ରୀୟ ମଂଜୁରୀ ମିଳିବାର ୧୨ ଘଣ୍ଟା ଭିତରେ ତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଭି.କେ. ପାଣ୍ଡିଆନ୍ଙ୍କୁ ଫାଇଭ୍ ଟି ଓ ନବୀନ ଓଡ଼ିଶାର ଚେୟାରମ୍ୟାନ୍ ନିଯୁକ୍ତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)