କାନବେରା: ୱାଟର୍ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍। ଅଷ୍ଟ୍ରେଲିଆ ମାନୁକା ଓଭାଲ୍ଠାରେ ଗୁରୁବାର ପ୍ରାଇମିନିଷ୍ଟର୍ ଏକ୍ସଆଇ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚ୍ରେ ମୋରିସନ୍ଙ୍କୁ ୱାଟର୍ ବୟ ଭୂମିକାରେ ଦେଖିବାକୁ ମିଳିଥିଲା। ମୋରିସନ୍ ପାଣି ଓ ଅନ୍ୟ ମୃଦୁପାନୀୟ ନେଇ ୱାଟର୍ ବୟ ଭଳି ପଡ଼ିଆ ଭିତରେ ଦୌଡ଼ି ଦୌଡ଼ି ଖେଳାଳିମାନଙ୍କୁ ଦେଇ ଆସୁଥିଲେ। ଯାହାର ଫଟୋ ଏବେ ଶୋସାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଦେଶର ଏତେବଡ଼ ପଦାଧିକାରୀ ହୋଇ […]
ମୁମ୍ବାଇ: ନଭେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ଓ ଇଣ୍ଡିଆ ଟିମ୍- ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଖେଳାଳି ଚୟନ କରାଯାଇଛି। ବିସିସିଆଇ ଚୟନକମିଟି ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ନଭେମ୍ବର ୩ ତାରିଖରୁ ବାଂଲାଦେଶ ବିପକ୍ଷ ଆରମ୍ଭ ହେବାକୁଥିବା ଟି-୨୦ ସିରିଜ୍ ପାଇଁ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା କେରଳ […]
ନୂଆଦିଲ୍ଲୀ: ଡେନମାର୍କରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ -୨୦୧୯ ପ୍ରତିଯୋଗିତାର ଡବଲସରେ ଏବଂ ଏସଏଲ୍ ଥ୍ରୀ ସିଙ୍ଗଲସର ବ୍ରୋଞ୍ଜ ଜିତିଥିବା ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ପ୍ରମୋଦଙ୍କୁ ଓଡ଼ିଶାର ଗର୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ସଫଳ ହୁଅନ୍ତୁ ବୋଲି କାମନା କରିଛନ୍ତି ନବୀନ। ଏହାସହ ରାଜ୍ୟ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଯାଇଛି। Congratulate #Odisha‘s pride and star […]
ଇମ୍ଫାଲ: ଦୁର୍ଘଟଣାରେ ଓଡ଼ିଆ ଜୁଡୋ ଖେଳାଳି ଆହତ। ମଣିପୁର ଇମ୍ଫାଲରେ ଏକ ବସ୍ ଓଲଟି ୨୦ ଜୁଡୋ ଖେଳାଳି ଆହତ ହୋଇଛନ୍ତି। ଏହି ବସ୍ରେ କୋଚ, ମ୍ୟାନେଜର ଓ ଖେଳାଳିଙ୍କ ସହ ମୋଟ ୨୮ ଜଣ ଥିଲେ। ଇମ୍ଫାଲରୁ ଦିମାପୁର ବସ୍ ଫେରିବା ବାଟରେ କୌଣସି କାରଣରୁ ବସ୍ଟି ଓଲଟି ପଡ଼ିଥିଲା। ଆହତ ହୋଇଥିବା ଖେଳାଳିମାନେ ଗତ ୧୪ ତାରିଖରୁ ଜାତୀୟ ସବ୍ ଜୁନିୟର ଓ କ୍ୟାଡେଟ ଜୁଡୋ ଚାମ୍ପିୟନସିପରେ ଭାଗ ନେଇଥିଲେ। ଏହି ଚାମ୍ପିୟନସିପ ଗତ […]
ମୁମ୍ବାଇ: ଓଡ଼ିଶା ପକ୍ଷରୁ ରଣଜୀ ଖେଳୁଥିବା ବାମ ହାତୀ ସ୍ପିନର ପପୁ ରାୟଙ୍କୁ ୨୦୨୦ ଆଇପିଏଲ୍ରେ ଦେଖିବାକୁ ମିଳିପାରେ। ତାଙ୍କୁ ୪ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଟ୍ରାଏଲ ପାଇଁ ଡାକିଥିବା ଜଣାପଡ଼ିଛି। ଆସନ୍ତା ୨୨ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରାଏଲ ମ୍ୟାଚ୍ ଆୟୋଜନ କରିବ। ଏଥିରେ ଖେଳିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଯଦି ପପୁ ଏଠାରେ ଭଲ ପ୍ରଦର୍ଶନ କରିବେ, ତା’ହେଲେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ନିଜ ସହ […]
କରାଚି: ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର ହେଲେ ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ସର୍ଫରାଜ ଅହମ୍ମଦ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର କରିଛି। କେବଳ ଏତିକି ନୁହେଁ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ସର୍ଫରାଜଙ୍କୁ ମଧ୍ୟ ଟେଷ୍ଟ ଓ ଟି-୨୦ ଟିମରୁ ବାଦ୍ ଦିଆଯାଇଛି। ଏହାପରେ ସର୍ଫରାଜ ଅହମ୍ମଦଙ୍କୁ ନେଇ ଚାଲିଥିବା ସବୁ ଚର୍ଚ୍ଚାରେ ବ୍ରେକ୍ ଲାଗିଛି। ସର୍ଫରାଜଙ୍କ ସ୍ଥାନରେ ଆଝାର ଅଲୀଙ୍କୁ […]
ଭୁବନେଶ୍ୱର: ପାକିସ୍ତାନୀ ବୋଲର୍ ଶୋଏବ ଅଖତର୍। ଦେଖିବାକୁ ଡେଙ୍ଗା ଯେମିତି ଶୀରରେ ଫୂର୍ତ୍ତି ବି ସେମିତି। ତାଙ୍କ କ୍ରିକେଟ୍ କ୍ୟରିୟର୍ରେ ଖୁବ୍ ଦ୍ରୁତ ବୋଲିଂ କରୁଥିବା ଏହି ବୋଲରକୁ ଦୁନିଆ ରାୱଲ୍ପିଣ୍ଡି ଏକ୍ସପ୍ରେସ୍ ନାଁରେ ଜାଣେ। ପଡ଼ିଆରେ ବଡ଼ ବଡ଼ ବ୍ୟଟ୍ସମ୍ୟାନ୍ଙ୍କୁ ବୋଲ୍ଡ କରୁଥିବା ଏହି ପାକିସ୍ତାନୀ ବୋଲର କିନ୍ତୁ ଦିନେ ଇଣ୍ଡିଆର ଜଣେ ହିରୋଇନ୍ଙ୍କ ଆଖିର ଗୁଗ୍ଲୀରେ ବୋଲ୍ଡ ହୋଇଯାଇଥିଲେ। ତାଙ୍କ ପ୍ରେମରେ ଏମିତି ଦିୱାନା ହୋଇଯାଇଥିଲେ ଯେ ସେ ତାଙ୍କୁ କିଡ୍ନାପ୍ କରିବାକୁ ଚାହୁଁଥିଲେ। […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ‘କ୍ୟାପଟେନ୍ କୁଲ୍’ ଭାବେ ପରିଚିତ। ମଇଦାନରେ କିପରି ନିଜ ଆବେଗକୁ ନିୟନ୍ତ୍ରଣ କରିବାକୁ ହୁଏ, ତାହା ହୁଏତ ଧୋନିଙ୍କଠାରୁ ଭଲଭାବେ କେହି ଜାଣି ନଥିବେ। କୌଣସି ପରିସ୍ଥିତିକୁ ସେ ସହଜରେ ହ୍ୟାଣ୍ଡଲ୍ କରିପାରନ୍ତି। ତେବେ କ୍ରିକେଟ୍ ମଇଦାନରେ ସବୁ ପରିସ୍ଥିତିରେ ନିଜକୁ ଏତେ ନିୟନ୍ତ୍ରଣ କେମିତି କରନ୍ତି, ତାହା ଖୋଦ୍ ମାହି ଖୁଲାସା କରିଛନ୍ତି। ଧୋନି କହିଛନ୍ତି, “ମୁଁ ବି ଅନ୍ୟମାନଙ୍କ ଜଣେ ସାଧାରଣ ମଣିଷ, […]
ମୁମ୍ବାଇ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପୁଣିଥରେ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିବ। ଆସନ୍ତାବର୍ଷ ଭାରତରେ ସଡ଼କ ସୁରକ୍ଷା ଅବସରରେ ୱାର୍ଲ୍ଡ ସିରିଜ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦେଶର ଯଥା ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜର ଅବସରପ୍ରାପ୍ତ ଖେଳାଳି ଭାଗ ନେବେ। ଭାରତର ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରାଙ୍କ ବ୍ୟତୀତ ବୀରେନ୍ଦ୍ର ସେହୱାଗ, ଅଷ୍ଟ୍ରେଲିଆର ବ୍ରେଟ୍ ଲି’, ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍ […]
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ରୁଷ୍ ବିପକ୍ଷ ଅଲିମ୍ପିକ୍ କ୍ୱାଲିଫାୟର୍ସ ମ୍ୟାଚ୍ ପାଇଁ ୨୨ ଜଣିଆ ଭାରତୀୟ ପୁରୁଷ ହକି ଦଳର ଘୋଷଣା କରାଯାଇଛି। ଏହି ମ୍ୟାଚ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ପ୍ରଶିକ୍ଷଣ ଶିବିର ଆରରମ୍ଭ ହୋଇଥିଲା। ଏଥିପାଇଁ ସୋମବାର ପୁରୁଷ ଟିମର ଖେଳାଳିମାନେ ରାଜଧାନୀରେ ପହଞ୍ଚିଛନ୍ତି। ଭାରତୀୟ ଦଳ କୋଚ୍ ଗ୍ରାହାମ୍ ରିଡଙ୍କ ତତ୍ତ୍ୱାବଧାନରେ ଏହି ଶିବିରରେ ଭାଗ ନେବେ। ଏହି ଶିବିର ପାଇଁ ଭାରତୀୟ […]
ଦୁବାଇ: କ୍ରିକେଟ୍ ବିଶ୍ୱକପ୍ ଫାଇନାଲ ମୁକାବିଲାରେ ସୁପର୍ ଓଭରରେ ମ୍ୟାଚ୍ ଟାଇ ରହିବା ଦ୍ୱାରା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଇଂଲଣ୍ଡକୁ ବିଜେତା ଘୋଷିତ କରାଯାଇଥିଲା, ଯାହା ପରେ ବିବାଦ ସୃଷ୍ଟି ହୋଇଥିଲା। ଏବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସୋମବାର ସୁପର୍ ଓଭରର ନିୟମରେ ପରିବର୍ତ୍ତନ କରିଛି। ଆଇସିସି ସବୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ସୁପର୍ ଓଭରର ନିୟମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ନୂଆ ନିୟମ ଅନୁଯାୟୀ, ଯଦି ସେମିଫାଇନାଲ୍ ଓ ଫାଇନାଲ୍ ମୁକାବିଲା ସୁପର୍ ଓଭରରେ […]
ଉଲାନ୍ ଉଦେ (ରୁଷ୍): ‘ମ୍ୟାଗ୍ନିଫିଶେଣ୍ଟ୍ ମ୍ୟାରୀ’ ନାମରେ ପରିଚିତ ୩୬ ବର୍ଷୀୟ ଭାରତୀୟ ମହିଳା ବକ୍ସର ଏମସି ମ୍ୟାରୀ କମ୍ (୫୧ କେଜି) ଗୁରୁବାର ଇତିହାସ ରଚିଛନ୍ତି। ସେ ରୁଷରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ୫୧ କେଜି ଓଜନ ବର୍ଗର ସେମିଫାଇନାଲରେ ପ୍ରବେଶ କରି ବଡ଼ ଉପଲବ୍ଧି ଅର୍ଜନ କରିଛନ୍ତି। ତୃତୀୟ ସିଡ୍ ମ୍ୟାରୀ କମ୍ କ୍ୱାର୍ଟରଫାଇନାଲରେ କଲମ୍ବିଆର ଇନଗ୍ରିଟ୍ ଭାଲେନସିଆଙ୍କୁ ୫-୦ରେ ପରାସ୍ତ କରି ଅତିକମରେ ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି । […]
ପୁଣେ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ପୁଣେରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ଟେଷ୍ଟ ମ୍ୟାଚ୍କୁ ଜିତିଥିବା ଭାରତୀୟ ଟିମ୍ ଏହି ମ୍ୟାଚ୍କୁ କବ୍ଜା କରିବାକୁ ଚେଷ୍ଟା କରିବ। ଭାରତୀୟ ଟିମ୍ର ସବୁଠୁ ବଡ଼ ପ୍ଲସ୍ ପଏଣ୍ଟ ହେବେ ଓପନିଂ ଯୋଡ଼ି ରୋହିତ ଓ ମୟଙ୍କ। ଗତମ୍ୟାଚ୍ରେ ଦୁଇଟି ଇନିଂସରେ ରୋହିତଙ୍କ ଦମଦାର ଶତକ ଏବଂ ମୟଙ୍କ ଅଗ୍ରୱାଲ୍ଙ୍କ ଦୁଇ ଶତକ ଟିମ୍କୁ ଏକ […]
ଦୁବାଇ: ଦୀର୍ଘ ୬୦ ବର୍ଷ ଧରି କ୍ରିକେଟ୍ ଖେଳିବା ପରେ ଶେଷରେ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ୍ର ଦ୍ରୁତ ବୋଲର ସେସିଲ୍ ରାଇଟ୍। ସେପ୍ଟେମ୍ବର ୭ରେ ସେ ତାଙ୍କ କ୍ରିକେଟର କ୍ୟାରିୟରର ଅନ୍ତିମ ମ୍ୟାଚ୍ ଖେଳିଥିଲେ। ସେସିଲ ରାଇଟ୍ ଜାମାଇକା ପକ୍ଷରୁ ଗ୍ୟାରି ସୋବର୍ସ ଓ ୱେସଲି ହଲଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ବିରୋଧରେ ପ୍ରଥମ ଶ୍ରେଶୀ ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲେ। ଏହା ପରେ ସେ ୧୯୫୯ରେ ଇଂଲଣ୍ଡ ଚାଲିଯାଇଥିଲେ। ଏହାର ୩ ବର୍ଷ […]
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର୍ ଭାରତୀୟ ପେସ୍ ବୋଲର ମହମ୍ମଦ ଶାମିଙ୍କ ରିଭର୍ସ ସୁଇଂକୁ ଖୁବ୍ ପ୍ରଶଂସା କରିଛନ୍ତି। ଏହାସହ କୌଣସି ପାକିସ୍ତାନୀ ପେସ୍ ବୋଲରଙ୍କ ତାଙ୍କୁଠାରୁ ପରାମର୍ଶ ନେଉନଥିବାରୁ ଅଖତର ଦୁଃଖ ପ୍ରକାଶ କରିଛନ୍ତି। ହେଲେ ଶାମି ତାଙ୍କଠାରୁ ବୋଲିଂ ପରାମର୍ଶ ନେଇଥିବା କହି ଅଖତର ଖୁସି ହୋଇଛନ୍ତି। ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ପରିଚିତ ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଦୃଢ଼ତାର ସହ କହିଛନ୍ତି, “ଶାମି ମୋ ପରାମର୍ଶ ମାନିଥିଲେ ଏବଂ […]
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଆଇସିସି ଦିନିକିଆ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛି। ମିତାଲୀ ରାଜଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଟିମର ୧୨୫ ପଏଣ୍ଟ ରହିଛି ଏବଂ ଏବେ ଟିମ୍ ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡ(୧୨୨)ଠାରୁ ତିନି ପଏଣ୍ଟ ଆଗରେ ରହିଛି। ସେହିପରି ଟି-୨୦ ରାଙ୍କିଙ୍ଗରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ତେବେ ଅଷ୍ଟ୍ରେଲିଆ ଉଭୟ ଦିନିକିଆ ଓ ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିଛି। ଦିନିକିଆ ରାଙ୍କିଙ୍ଗରେ ୱେଷ୍ଟଇଣ୍ଡିଜକୁ ୫ ପଏଣ୍ଟର କ୍ଷତି […]
ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶାଖାପାଟଣା ଟେଷ୍ଟର ଉଭୟ ଇନିଂସରେ ଶତକ ମାରି ରେକର୍ଡ କରିଥିବା ଭାରତର ହିଟମ୍ୟାଚ୍ ରୋହିତ୍ ଶର୍ମା ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ସୋମବାର ଆଇସିସି ପକ୍ଷରୁ ଜାରି ରାଙ୍କିଙ୍ଗରେ ରୋହିତ୍ ୧୭ତମ ସ୍ଥାନକୁ ଉଠିଛନ୍ତି। ରୋହିତଙ୍କ ନାଁରେ ଏବେ ୨୮ ଟେଷ୍ଟ ମ୍ୟାଚରେ ୫ ଶତକ ରହିଛି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତ୍ ଉଭୟ ଇନିଂସରେ ଯଥାକ୍ରମେ ୧୭୬ ଓ ୧୨୭ […]
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୀତି ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଉଭୟ ଦେଶର କ୍ରିକେଟର୍ ମଧ୍ୟ ପରସ୍ପର ଉପରକୁ କାଦୁଅ ଫୋପାଡ଼ିବାରେ ଲାଗିଛନ୍ତି। ପାକିସ୍ତାନର ବାମହାତୀ ପେସ୍ ବୋଲର ମହମ୍ମଦ ଇରଫାନ୍ ଏବେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ୍ କରିଛନ୍ତି। ଇରଫାନ୍ ଦାବି କରିଛନ୍ତି ଯେ ତାଙ୍କ ପାଇଁ ଗୌତମ ଗମ୍ଭୀରଙ୍କ କ୍ରିକେଟ୍ କ୍ୟାରିୟର ଶେଷ ହୋଇଛି। ୭ଫୁଟ୍ ୧ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ଏହି ପାକ୍ […]
ବିଶାଖାପାଟଣା: ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୩୯୫ ରନ୍ର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଇନିଂସରେ ଭାରତ ୪ ଓ୍ୱିକେଟରେ ୩୨୩ ରନ୍ କରି ପାଳି ଘୋଷଣା କରିଛି। ପ୍ରଥମ ଇନିଂସ ପରେ ଦ୍ୱିତୀୟ ଇନିଂସରେ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି ରୋହିତ ଶର୍ମା। ଦ୍ୱିତୀୟ ଇନିଂସରେ ସେ ୧୨୭ ରନ୍ କରିଛନ୍ତି। ଏଥିରେ ୧୦ଟି ଚୌକା ଓ ୭ଟି ଛକ୍କା ମାରିଛନ୍ତି ରୋହିତ। ସେହିଭଳି ଚେତେଶ୍ୱର […]
ବିଶାଖାପଟନମ: ଟେଷ୍ଟ କ୍ରିକେଟକୁ ନୂଆ ଅବତାରରେ ଫେରିଥିବା ଟିମ୍ ଇଣ୍ଡିଆର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଏକାଧିକ ରେକର୍ଡ କରିଛନ୍ତି। ପୂର୍ବରୁ ଟେଷ୍ଟ ସ୍କ୍ୱାଡ୍ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ପ୍ରଥମଥର ଓପନିଂ କରିବାକୁ ଦିଆଯାଇଥିଲା। ସେ ପ୍ରଥମ ଇନିଂସରେ ହିଁ ଶତକ ହାସଲ କରି ନିଜ ଜଲୱା ଦେଖାଇଛନ୍ତି। ବିଶାଖାପଟନମ୍ରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ରୋହିତ ଶର୍ମା ରେକର୍ଡ ବୁକରେ ନିଜର […]
ବିଶାଖପାଟଣା: ଟିମ୍ ଇଣ୍ଡିଆ ସ୍ପିନର ରବୀନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ନିଜର ୨୦୦ ୱିକେଟ୍ ପୂରଣ କରି ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଏସିଏ-ଭିଡିସିଏ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟରେ ସେ ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାରଙ୍କ ଆଉଟ୍ କରି ନିଜର ୨୦୦ତମ ୱିକେଟ୍ ପୂରଣ କରିଛନ୍ତି। ଏଥିସହ ସେ ଟେଷ୍ଟରେ ଦ୍ରୁତ ୨୦୦ ୱିକେଟ୍ ହାସଲକାରୀ ବାମହାତୀ ବୋଲର ହୋଇଛନ୍ତି। ଜାଡେଜା ମାତ୍ର ୪୪ ଟେଷ୍ଟ ଖେଳି ଏହି ମାଇଲଖୁଣ୍ଟ […]
ଭାଇଜାଗ: ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଆକର୍ଷଣୀୟ ଶତକ ମାରି ରେକର୍ଡ କରିଛନ୍ତି। ଏଲଗାର୍ ଦକ୍ଷିଣ ଆଫ୍ରିକାର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୯ ବର୍ଷ ପରେ ଭାରତରେ ଶତକ ମାରିବାର ଗୌରବ ଅର୍ଜନ କରିଛନ୍ତି। ଦକ୍ଷିଣ ଆଫ୍ରିକା ଇନିଂସର ୬୦ତମ ଓଭରରେ ଏଲଗାର୍ ନିଜର ଦ୍ୱାଦଶ ଶତକ ପୂରଣ କରିଥିଲେ। ତାଙ୍କ ପୂର୍ବରୁ ୨୦୧୦ରେ ହାଶିମ୍ ଆମଲା ଭାରତ ଗସ୍ତରେ ଶେଷଥର ପାଇଁ ଶତକ ମାରିଥିଲେ। ତେବେ ୨୦୧୨ରେ […]
ଆଣ୍ଟେ୍ୱର୍ପ: ବେଲଜିୟମ ଗସ୍ତରେ ଭାରତୀୟ ପୁରୁଷ ହକି ଟିମ୍ ବିଜୟ ସହ ଅଭିଯାନ ଶେଷ କରିଛି। ଏଠାରେ ଭାରତୀୟ ହକି ବିଜୟଧାରା ଅବ୍ୟାହତ ରଖି ଗୁରୁବାର ଅନ୍ତିମ ମ୍ୟାଚରେ ଆୟୋଜକ ବେଲଜିୟମକୁ ୫-୧ ଗୋଲରେ ପରାସ୍ତ କରି ତା’ର ରେକର୍ଡକୁ ଶତପ୍ରତିଶତ କାଏମ ରଖିଛି। ବିଶ୍ୱର ପାଞ୍ଚ ନମ୍ବର ଟିମ୍ ଭାରତ ଏହି ଗସ୍ତରେ ସମସ୍ତ ପାଞ୍ଚଟି ଯାକ ମ୍ୟାଚ୍ ଜିତି କ୍ଲିନସୁଇପ୍ କରିଛି। ପ୍ରଥମ ମ୍ୟାଚରେ ଭାରତ ବେଲିଜୟମକୁ ୨-୦ ଗୋଲରେ ହରାଇଥିଲା ବେଳେ ଦ୍ୱିତୀୟ […]
ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ବର୍ଷିଛନ୍ତି। ସେ ସୋଶାଲ ମିଡିଆରେ ଇମ୍ରାନଙ୍କ ଏକ ଭିଡିଓ କ୍ଲିନ୍ ଶେଆର୍ କରି କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି। କିଛି ଦିନ ତଳେ ଆମେରିକାର ନ୍ୟୁଜ୍ ଚ୍ୟାନେଲ୍ ଏମଏସଏନବିସି ସହ ଇମ୍ରାନଙ୍କର ସାକ୍ଷାତକାର ହୋଇଥିଲା। ଏଥିରେ ସେ ଆମେରିକା ଓ ଚୀନର ବିକାଶକୁ ନେଇ ଏଭଳି ଏକ ଉଦାହରଣ ଦେଇଥିଲେ, ଯାହାକୁ ଶୁଣି […]
ବିଶାଖାପାଟଣା: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ମୟଙ୍କ ଅଗ୍ରୱାଲ୍ ଓପନିଂ ଯୋଡ଼ି ଭାବେ ନିଜର ପ୍ରଥମ ଟେଷ୍ଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ଯୋଡ଼ି ବୀରେନ୍ଦ୍ର ସେହ୍ୱାଗ ଓ ଗୌତମ ଗମ୍ଭୀରଙ୍କ ଦ୍ୱାରା ୧୫ ବର୍ଷ ତଳେ ହୋଇଥିବା ରେକର୍ଡକୁ ଭାଙ୍ଗିଛନ୍ତି। ୨୦୦୪-୦୫ରେ କାନପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେହ୍ୱାଗ ଓ ଗମ୍ଭୀର ୨୧୮ ରନର ଭାଗୀଦାରୀ କରିଥିଲେ। ଏହି ରେକର୍ଡକୁ ରୋହିତ୍ ଓ ମୟଙ୍କ ଭାଙ୍ଗିଛନ୍ତି, ଯାହାକି ଦକ୍ଷିଣ ଆଫ୍ରିକା ବିରୋଧରେ […]