Advertisment

‘ଫିଜି’ର ସର୍ବୋଚ୍ଚ ବେସାମାରିକ ସମ୍ମାନର ଅଧିକାରୀ ହେଲେ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର

ଫିଜି ର ରାଜଧାନୀ ସୂୱାରେ ଭୋଡାଫୋନ ରଙ୍ଗଭୂମିରେ ଆୟୋଜିତ ସମ୍ମିଳନୀରେ ହଜାର ହଜାର ସ୍କୁଲ ଲ ଛାତ୍ର ଏବଂ ଯୁବକଙ୍କୁ ଗୁରୁଦେବ ନିଶାଠାରୁ ଦୂରରେ ରହିବାକୁ ଉତ୍ସାହିତ କରି ଶପଥ ଗ୍ରହଣ କରାଇଲେ ।

author-image
Satyendu Shekher Mishra
sri sri ravi shankar

sri sri ravi shankar

ସୁପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଏବଂ ମାନବତାବାଦୀ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କୁ ସର୍ବୋଚ୍ଚ ବେସାମାରିକ ସମ୍ମାନ ‘ଅନରାରି ଅଫିସର ଅଫ ଦି ଅର୍ଡ଼ର ଅଫ ଫିଜି’ରେ ସମ୍ମାନିତ କରିଛି ଫିଜି । ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଏବଂ ତାଙ୍କ ଆର୍ଟ ଅଫ ଲିଭିଂ ସଂସ୍ଥା ବିଶ୍ୱଶାନ୍ତି, ସାମାଜିକ ସାମନ୍ୱୟତା ଏବଂ ବିଶ୍ୱ ବ୍ୟାପି ମାନବିକତାବାଦୀ ସେବାରେ ଅତୁଳନୀୟ ଅବଦାନ ଲାଗି ‘ଅନରାରି ଅଫିସର ଅଫ ଦି ଅର୍ଡର ଅଫ ଫିଜି’ ସମ୍ମାନ ପ୍ରଦାନ କରାଯାଇଛି ।

Advertisment
sri sri ravi shankarSri Sri Ravi Shankar

ଏହି ମର୍ଯ୍ୟାଦା ସମ୍ପନ୍ନ ସମ୍ମାନ ଉଭୟ ଫିଜି ଏବଂ ବିଶ୍ୱବ୍ୟାପି ମାନବାତ୍ମା ଉନ୍ନତି ଲାଗି ଅବଦାନ ପାଇଁ ତୃତୀୟ ଭାରତୀୟ ଭାବେ ଗୁରୁଦେବଙ୍କୁ ସମ୍ମାନିତ କରାଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ‘ଫିଜି’ର ରାଷ୍ଟ୍ରପତି ରାଟୁ ୱିଲିଅମ ଏମ. କାଟନିଭେରେ ଫିଜିରେ ହୋଇଥିବା ଏକ ଅନୁଷ୍ଠାନରେ ଗୁରୁଦେବଙ୍କୁ ସମ୍ମାନିତ କରିଥିଲେ । ଗୁରୁଦେବଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିବାରେ ଫିଜି ବର୍ତ୍ତମାନ ଷଷ୍ଠ ରାଷ୍ଟ୍ର । ଏହା ପୂର୍ବରୁ ଗୁରୁଦେବଙ୍କୁ କୋଲମ୍ବିଆ, ମଙ୍ଗୋଲିଆ, ପାରାଗୁଆ, ସୂରିନାମେ ଏବଂ ଭାରତର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ।

ଫିଜି ଗସ୍ତରେ ଥିବା ବେଳେ ଗୁରୁଦେବଙ୍କୁ ସ୍ଥାନୀୟ ଲୋକ ପରମ୍ପରାଗତ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଫିଜିରେ ଭାରତୀୟ ହାଇ କମିଶନର ପିଏସ କରିକେୟାନଙ୍କ ବାସ ଗୃହରେ ଏକ ସ୍ୱାଗତ ସମାରୋହରେ ଯୋଗଦାନ କରିଥିଲେ ଗୁରୁଦେବ । ଏହାସହ ବିଭିନ୍ନ ମନ୍ତ୍ରୀ ଏବଂ ଅଫିସରଙ୍କ ସହିତ ଆର୍ଟ ଅଫ ଲିଭିଂର ଯୋଗ ଏବଂ ଧ୍ୟାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେଠାରେ ମାନସିକ ଶାନ୍ତିକୁ ନେଇ ଆଲୋଚନା କଲେ ।

Advertisment

ଫିଜି ର ରାଜଧାନୀ ସୂୱାରେ ଭୋଡାଫୋନ ରଙ୍ଗଭୂମିରେ ଆୟୋଜିତ ସମ୍ମିଳନୀରେ ହଜାର ହଜାର ସ୍କୁଲ ଲ ଛାତ୍ର ଏବଂ ଯୁବକଙ୍କୁ ଗୁରୁଦେବ ନିଶାଠାରୁ ଦୂରରେ ରହିବାକୁ ଉତ୍ସାହିତ କରି ଶପଥ ଗ୍ରହଣ କରାଇଲେ । ହଜାର ହଜାର ଫିଜିବାସୀ ଗୁରୁଦେବଙ୍କ ଉପସ୍ଥିତିରେ ସଙ୍ଗୀତ, ଜ୍ଞାନ, ଧ୍ୟାନରେ ଡୁବି ଆନନ୍ଦିତ ହେଲେ ।

Advertisment
Advertisment