Advertisment

ହିଜବୁଲ୍ଲା ମୁଖ୍ୟଙ୍କୁ ସମ୍ମାନ; ଶତାଧିକ ନବଜାତକଙ୍କ ନାଁ ରଖିଲେ ‘ନସରାଲ୍ଲା’

ମଧ୍ୟପ୍ରାଚ୍ୟ ଉପରେ ସାରା ବିଶ୍ୱର ନଜର ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଲାଗି ରହିଛି। ସେପ୍ଟେମ୍ବର ୨୭ରେ ଇସ୍ରାଏଲର ଆକ୍ରମଣରେ ହିଜବୁଲ ନେତା ହାସନ ନସରାଲ୍ଲାଙ୍କୁ ହତ୍ୟା କରାଯିବା ପରେ ଏହି ବିବାଦ ଆହୁରି ତୀବ୍ର ରୂପ ନେଇଛି। ନସରାଲ୍ଲାଙ୍କ ମୃତ୍ୟୁ ପରେ ଇରାକ ସମେତ ଅନେକ ଦେଶର ପିତାମାତା ସେମାନଙ୍କର ନବଜାତ ଶିଶୁର ନାମ 'ନସରାଲ୍ଲା' ରଖିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
100 newborns named Nasrallah in Iraq after Hezbollah chief's killing

Nasrallah

ମଧ୍ୟପ୍ରାଚ୍ୟ ଉପରେ ସାରା ବିଶ୍ୱର ନଜର ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଲାଗି ରହିଛି। ସେପ୍ଟେମ୍ବର ୨୭ରେ ଇସ୍ରାଏଲର ଆକ୍ରମଣରେ ହିଜବୁଲ ନେତା ହାସନ ନସରାଲ୍ଲାଙ୍କୁ ହତ୍ୟା କରାଯିବା ପରେ ଏହି ବିବାଦ ଆହୁରି ତୀବ୍ର ରୂପ ନେଇଛି। ନସରାଲ୍ଲାଙ୍କ ହତ୍ୟା ପରେ ଏହି ଅଞ୍ଚଳରେ କ୍ରମାଗତ ଭାବେ ଉତ୍ତେଜନା ବଢିବାରେ ଲାଗିଛି। ତାଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱରେ ଇସଲାମର ଅନୁଗାମୀମାନେ ଇସ୍ରାଏଲକୁ ଅଭିଶାପ ଦେଉଛନ୍ତି। ଏସବୁ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ଯେ ନସରାଲ୍ଲାଙ୍କ ମୃତ୍ୟୁ ପରେ ଇରାକ ସମେତ ଅନେକ ଦେଶର ପିତାମାତା ସେମାନଙ୍କର ନବଜାତ ଶିଶୁର ନାମ 'ନସରାଲ୍ଲା' ରଖିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଲାଗିଯିବ କି ତୃତୀୟ ବିଶ୍ୱଯୁଦ୍ଧ ? ଇସ୍ରାଏଲରେ ଇରାନର କ୍ଷେପଣାସ୍ତ୍ର ବର୍ଷା ପରେ ବେକାବୁ ସ୍ଥିତି

ବାସ୍ତବରେ, ଇରାକର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆରବ ଗଣମାଧ୍ୟମରେ କୁହାଯାଇଛି ଯେ ଲେବାନାନର ହିଜବୁଲ୍ଲା ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତ୍ୟୁ ପରଠାରୁ ପ୍ରାୟ ୧୦୦ ନବଜାତ ଶିଶୁଙ୍କ ନାମ 'ନସରାଲ୍ଲା' ରଖାଯାଇଛି। ଇସ୍ରାଏଲ ତାଙ୍କୁ ହତ୍ୟା କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ମନ୍ତ୍ରଣାଳୟ ଇରାକର ବିଭିନ୍ନ ଅଞ୍ଚଳରେ ଶତାଧିର ନବଜାତ ଶିଶୁଙ୍କ ପାଇଁ ଏହି ନାମ ପଞ୍ଜିକରଣ କରିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ନସରାଲ୍ଲାଙ୍କ ସମ୍ମାନାର୍ଥେ ଏହି ପଦକ୍ଷେପ ନିଆଯାଇଛି। ସେମାନେ ତାଙ୍କୁ ଶହୀଦ ବୋଲି ବିଚାର କରୁଛନ୍ତି।

Advertisment

ଶୁକ୍ରବାର ବେରୁତର ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲର ଆକ୍ରମଣରେ ନସରାଲ୍ଲାଙ୍କର ମୃତ୍ୟୁ ଘଟିଥିଲା। ସେ ୧୯୬୦ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୮୨ରେ ହିଜବୁଲରେ ଯୋଗ ଦେଇଥିଲେ। ୧୯୯୨ରେ ହିଜବୁଲ୍ଲା ଗୋଷ୍ଠୀର ତୃତୀୟ ସେକ୍ରେଟେରୀ ଜେନେରାଲ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଇରାକରେ ତାଙ୍କୁ ବିଶେଷ ରୂପରେ ଶିଆ ସମ୍ପ୍ରଦାୟରେ ଇସ୍ରାଏଲ ଓ ପାଶ୍ଚାତ୍ୟ ପ୍ରଭାବ ବିରୁଦ୍ଧରେ ପ୍ରତିରୋଧର ପ୍ରତୀକ ଭାବରେ ବିବେଚନା କରାଯାଉଥିଲା। ଆମେରିକାର ପ୍ରଭାବକୁ ବିରୋଧ କରୁଥିବା ତାଙ୍କର ନୀତି ମଧ୍ୟ ଇରାକୀମାନଙ୍କ ମଧ୍ୟରେ ଲୋକପ୍ରିୟ ଥିଲା। ବିଶେଷକରି ଯେଉଁମାନେ ୨୦୦୩ ପରେ ଇରାକରେ ଆମେରିକାର ଉପସ୍ଥିତିକୁ ବିରୋଧ କରୁଥିଲେ।

ଅଧିକ ପଢ଼ନ୍ତୁ: ନେତାନ୍ୟାହୁଙ୍କୁ ବଡ଼ ଝଟକା: ଇରାନ୍‌ ଆଣବିକ ଘାଟି ଆକ୍ରମଣକୁ ସମର୍ଥନ କରିବନି ଆମେରିକା

Iraq
Advertisment
Advertisment