Advertisment

Who is Disrespecting Biju Patnaik: ବିଜୁ ଜୟନ୍ତୀକୁ ନେଇ ରାଜରାସ୍ତା ପରେ ବିଧାନସଭାରେ ଲଢ଼େଇ; ବିଜୁଙ୍କୁ କିଏ କରୁଛି ଅସମ୍ମାନ ?

ବିଧାନସଭାରେ ବିଜୁ ଝଡ଼, ଦିନ ତମାମ ହାଇଡ୍ରାମା । ଆକ୍ରମଣାତ୍ମକ ମୁଦ୍ରାରେ ବିଜେଡି, ବିଜେପି ଦେଖାଇଲା ଆଇନା । ଶାସକ-ବିରୋଧୀ ମୁହାଁମୁହିଁରୁ ଚାଲିପାରିଲାନି ଗୃହ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Who is Disrespecting Biju Patnaik

Who is Disrespecting Biju Patnaik

ବିଜୁ ଜୟନ୍ତୀକୁ ନେଇ ଥମୁନି ରାଜନୀତି। ଗୃହରେ ଅଚଳାବସ୍ଥା। ବିରୋଧୀ ବିଜେଡି ଗତକାଲି ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରବଳ ହଙ୍ଗାମା କରିବା ସହ କଥାକୁ ରାଜଭବନ ଯାଏଁ ଟାଣିଛି। ଅପରପକ୍ଷେ ବିଜୁଙ୍କୁ ଯଦି କିଏ ସବୁଠୁ ଅଧିକ ଅସମ୍ମାନ କରିଥାଏ ସିଏ ବିଜେଡି ବୋଲି କହି କଡ଼ା କାଉଣ୍ଟର କରିଛି ଶାସକ ଦଳ। ଏପରିକି ଶଙ୍ଖଭବନରେ ବିଜୁଙ୍କ ପ୍ରତିମୂର୍ତ୍ତି ନଥିବା ଏବଂ ବିଜୁଙ୍କ ଶେଷ ସମୟରେ ଦଳ ମୁଖିଆ ତାଙ୍କ କେତେ ଯତ୍ନ ନେଉଥିଲେ କହି ବିଜେଡିକୁ ଆଇନା ଦେଖେଇଛି ବିଜେପି।

Advertisment

ବିଧାନସଭାରେ ବିଜୁ ଝଡ଼, ଦିନ ତମାମ ହାଇଡ୍ରାମା । ଆକ୍ରମଣାତ୍ମକ ମୁଦ୍ରାରେ ବିଜେଡି, ବିଜେପି ଦେଖାଇଲା ଆଇନା । ଶାସକ-ବିରୋଧୀ ମୁହାଁମୁହିଁରୁ ଚାଲିପାରିଲାନି ଗୃହ । ଗତକାଲି ପ୍ରଶ୍ନ କାଳ ଆରମ୍ଭ ପୂର୍ବରୁ ହିଁ ବିଜେଡି ବିଧାୟକମାନେ ପୋଷ୍ଟର ଧରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ଆଉ ବାଚସ୍ପତି ଆସିବା ପରେ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ ନାରାବାଜି ଦେଉଥିବା ବିଧାୟକ। ଖାଲି ସେତିକି ନୁହେଁ, ବିଧାୟକ ଅଧିରାଜ ପାଣିଗ୍ରାହୀ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିବାକୁ ବି ଉଦ୍ୟମ କରିଥିଲେ।  ବିଜୁ ଜୟନ୍ତୀରେ କାହିଁକି ପଞ୍ଚାୟତିରାଜ ଦିବସ ପାଳନ ହେବନି ବୋଲି ପ୍ରଶ୍ନ କରି ଏହା ବିଜୁଙ୍କ ପ୍ରତି ଅପମାନ କହିଥିଲା। ପ୍ରବଳ ହଟ୍ଟଗୋଳ ପାଇଁ ବାଚସ୍ପତି ଗୃହକୁ ପ୍ରଥମେ 12 ଟା ଓ ପରେ ଅପରାହ୍ନ 4ଟା ଯାଏଁ ମୁଲତବୀ କରିଥିଲେ। ଅପରପକ୍ଷେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇ ସରକାରଙ୍କୁ ଚେତାବନୀ ଦେଇଥିଲେ ନିଷ୍ପତ୍ତିର ପ୍ରତ୍ୟାହାର ପାଇଁ।

ଅଧିକ ପଢ଼ନ୍ତୁ: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ ‘ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରୁଛି ବିଜେଡି’

Advertisment

ସ୍ଥିତି ଏପରି ହୋଇଥିଲା ଯେ, ବିଜୁ ଜୟନ୍ତୀ ପ୍ରସଙ୍ଗ ରାଜଭବନରେ ବି ପହଞ୍ଚିଲା। ବିଧାନସଭାରୁ ହଟ୍ଟଗୋଳ କରି ବିଜେଡି ବିଧାୟକମାନେ ରାଜଭବନ ଅଭିମୁଖେ ମାର୍ଚ୍ଚ କରିଥିଲେ, ତ ବାଟରେ ଏମାନଙ୍କ ସହ ସାମିଲ ହୋଇଥିଲେ ଦଳୀୟ କର୍ପୋରେଟର, ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ବହୁ ବରିଷ୍ଠ ନେତା। ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ସରକାରଙ୍କ ନିଷ୍ପତ୍ତିର ବିରୋଧ କରିଥିଲେ ବିଜେଡି ବିଧାୟକ। ବିଜେଡି ବିଜୁ ପ୍ରସଙ୍ଗରେ ନଛୋଡବନ୍ଧା ପନ୍ଥା ଆପଣାଇ ଥିବା ବେଳେ ବିଜେପି କିନ୍ତୁ କଡ଼ା ସମାଲୋଚନା କରିଛି। 

ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ନିର୍ବାଚନ ସମୟରେ ବିଜୁ ବାବୁଙ୍କ ଫଟୋ କାଢ଼ି ଥିବା, ଶଙ୍ଖଭବନରେ ବି ବିଜୁଙ୍କ ପ୍ରତିମୂର୍ତ୍ତି ନରହିବା ଘଟଣାରୁ ବିଜେଡିର ତାଙ୍କ ପ୍ରତି ସମ୍ମାନ କେତେ ତାହା ସ୍ପଷ୍ଟ ହେଉଛି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ତ ପାଦେ ଆଗକୁ ଯାଇ, ବିଜୁଙ୍କ ଶେଷ ସମୟରେ ବିଜେଡି ମୁଖିଆ କିଭଳି ତାଙ୍କର ଯତ୍ନ ନେଇ ନଥିଲେ ତାର ଗୁମର ଖୋଲି ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ଖାଲି ସେତିକି ନୁହେଁ ତାମିଲ ବାବୁଙ୍କୁ ଗାଦିରେ ବସେଇବା ପାଇଁ ନିର୍ବାଚନ ସମୟରେ ବିଜେଡି ବିଜୁଙ୍କ ଫଟୋ ଉଡ଼ାଇ ଦେଲା ବୋଲି ବି ଅଭିଯୋଗ କରିଛନ୍ତି। ଯାହାର ଜବାବ ରଖିଛି ବିଜେଡି।

ବିଜୁଙ୍କୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ବିଜେଡି ପାଇଁ କିନ୍ତୁ ଏହା ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କଲାଣି। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ସତ୍ତ୍ୱେ ନବୀନ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ଉତ୍ସବକୁ ନଯିବା ଅସମ୍ମାନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ନିଜ ଜାଲରେ ଛନ୍ଦି ହୋଇ ପଡ଼ିଥିବା ବିଜେଡି ଆଗକୁ କେମିତି ମୁକୁଳୁଛନ୍ତି ତାପରେ ନଜର।

ଅଧିକ ପଢ଼ନ୍ତୁ: ଗିରଫ ହେଲେ କୋଟିପତି ବାବୁ, ଘରେ ଥିଲା ୨ କିଲୋ ସୁନା ଓ ୧୭ ଲକ୍ଷ ଟଙ୍କା

BJD BJP Biju Patnaik Biju Jayanti
Advertisment
Advertisment