ସମ୍ମାନଜନକ ଓସ୍କାର ପୁରସ୍କାର ପାଇଥିବା ୭ଟି ଆନିମେଟେଡ୍ ଫିଲ୍ମ
Author: Amaresh Biswal | Credit: C
ଫିଲ୍ମ ନିର୍ମାତାଙ୍କ ପାଇଁ ଓସ୍କାର ପୁରସ୍କାର ହାସଲ କରିବା ସବୁବେଳେ ଏକ ସ୍ୱପ୍ନ। ନଜର ପକାନ୍ତୁ କିଛି ଆନିମେଟେଡ଼ ଫିଲ୍ମ ଉପରେ ଯାହା ଏହି ସମ୍ମାନଜନକ ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି।
Author: Amaresh Biswal | Credit: a
୧. ସ୍ପିରିଟେଡ଼ ଆଓ୍ୱେ (Spirited Away): ୨୦୦୩ ମସିହାରେ ଓସ୍କାର ପୁରସ୍କାର ପାଇଥିବା ଏହି ଆନିମେଟେଡ଼ ଚଳଚ୍ଚିତ୍ରଟି ଏକ ୧୦ ବର୍ଷୀୟା କୁନିଝିଅର କାହାଣୀ, ଯିଏ ଗୋଟିଏ ଛୋଟିଆ ଭୁଲ୍ ପାଇଁ ଏକ ମ୍ୟାଜିକାଲ୍ ପୃଥିବୀକୁ ଚାଲିଯାଇଛି।
Author: Amaresh Biswal | Credit: n
୨. ଦି ଇନକ୍ରେଡିବୁଲ୍ସ (The Incredibles): ୨୦୦୫ ମସିହାରେ ଓସ୍କାର ପୁରସ୍କାର ପାଇଥିବା ଏହି ଫିଲ୍ମଟି ଏକ ସୁପରହିରୋର କାହାଣୀ ଯିଏ ସଂସାରର ସେବା କରିବାକୁ ନିଜର ପ୍ରାଚୁର୍ଯ୍ୟଭରା ଜୀବନକୁ ତ୍ୟାଗ କରିଦେଇଛି।
Author: Amaresh Biswal | Credit: Canva
୩. ଅପ୍ (Up): ୨୦୧୦ରେ ଓସ୍କାର ପାଇଥିବା ଏହି ଫିଲ୍ମଟି ଜଣେ ୭୮ ବର୍ଷୀୟ ବୃଦ୍ଧଙ୍କ ଜୀବନ କାହାଣୀ, ଯିଏ ଏକ ହଟ୍ ଏୟାର ବେଲୁନ୍ ସହାୟତାରେ ନିଜ ଘରକୁ ଆକାଶରେ ଉଡ଼ାଇ ନେଇ ପାରୁଛନ୍ତି।
Author: Amaresh Biswal | Credit: Canva
୪. ଇନସାଇଡ଼ ଆଉଟ୍ (Inside Out): ୨୦୧୬ରେ ଓସ୍କାର ପାଇଥିବା ଏହି ଫିଲ୍ମଟିର ମୁଖ୍ୟ ଚରିତ୍ର ଜଣେ କୁନିଝିଅ, ଯିଏ ସାନ୍ ଫ୍ରାନ୍ସିସ୍କୋରେ ଏକୁଟିଆ ରହିବ ବୋଲି ନିଜ ସହର ଛାଡିଦେଇଛି।
Author: Amaresh Biswal | Credit: Canva
୫. ଟୟ ଷ୍ଟୋରି-୩ (Toy Story 3): ଏହା ହେଉଛି ଖେଳଣା ମାନଙ୍କର ଏକ କାହାଣୀ। ୨୦୧୧ରେ ଓସ୍କାର ପାଇଥିବା ଏହି ଫିଲ୍ମଟିରେ ଖେଳଣା ଗୁଡ଼ିକୁ ଆଉଏକ ପୃଥିବୀକୁ ପଠେଇ ଦିଆଯାଉଛି, ଯାହାଙ୍କୁ ତାଙ୍କ ହିରୋ ଫେରାଇ ଆଣିଛି।
Author: Amaresh Biswal | Credit: Canva
୬. ରାଙ୍ଗୋ (Rango): ୨୦୧୨ରେ ଓସ୍କାର ପୁରସ୍କାର ପାଇଥିବା ଏହି ଫିଲ୍ମଟି ଦେହର ରଙ୍ଗ ବଦଳେଇ ପାରୁଥିବା ଏକ ସରୀସୃପର କାହାଣୀ, ଯିଏ ଏକ ଶାପଗ୍ରସ୍ତ ଗାଁର ଜୀବଜନ୍ତୁଙ୍କୁ ଉଦ୍ଧାର କରୁଛି।
Author: Amaresh Biswal | Credit: Canva
୭. ରାତାତଉଲି (Ratatoulle): ୨୦୦୮ରେ ଓସ୍କାର ପାଇଥିବା ଏହି ଫିଲ୍ମଟି ହେଉଛି ଜଣେ ରୋଷେୟା ଓ ଏକ ମୂଷାର ସଂପର୍କର କାହାଣୀ।