Advertisment

BNS Act For People In Govt Office: ସରକାରୀ କର୍ମଚାରୀଙ୍କୁ ଦିଅନ୍ତୁ ଉପଯୁକ୍ତ ସମ୍ମାନ, ନହେଲେ ଯିବେ ଜେଲ୍

ନୋଟିସ୍‌ରେ ଲେଖାଯାଇଛି 'ସରକାରୀ ଅଧିକାରୀ/କର୍ମଚାରୀଙ୍କ ସହିତ ଉପଯୁକ୍ତ ବ୍ୟବହାର କରନ୍ତୁ ।' ଏଥିରେ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଥିବା ବିଭିନ୍ନ ନିୟମ ସମ୍ପର୍କରେ ବିସ୍ତୃତ ଭାବରେ ଲେଖାଥିବା ଦେଖିବାକୁ ମିଳିଛି ।

author-image
Deviprasad Jena
ଅଦ୍ୟତନ ହୋଇଛି
BNS Act Notice At Bhubaneswar

BNS Act For People

ଜନସାଧାରଣ ନିଜର ବିଭିନ୍ନ କାର୍ଯ୍ୟପାଇଁ ସରକାରୀ କାର୍ଯ୍ୟାଳୟ ଯାଇଥା'ନ୍ତି । ସରକାରୀ କର୍ମଚାରୀମାନେ ମଧ୍ୟ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତିଙ୍କ ସମସ୍ୟାର ସମାଧାନ କରିଥା'ନ୍ତି । କିନ୍ତୁ, ବେଳେ ବେଳେ ସରକାରୀ କାର୍ଯ୍ୟାଳୟରେ ବିବାଦ ସୃଷ୍ଟିହେବା ସହିତ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥାଏ । ତଦନ୍ତ ପରେ ଅନେକ ସମୟରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ବ୍ୟବହାର କାରଣରୁ ଏଭଳି ଘଟିଥାଏ ବୋଲି ଜଣାପଡ଼ିଥାଏ ।

Advertisment

ଅନେକ ସମୟରେ ନିଜର ରାଗକୁ ସରକାରୀ ଅଧିକାରୀଙ୍କ ଉପରେ ସୁଝାଇଥାନ୍ତି ସାଧାରଣ ଲୋକେ । ବିଶେଷ ଭାବରେ ସରକାରୀ ଚିକିତ୍ସାଳୟ ଏବଂ ଥାନାରେ ଏଭଳି ଘଟଣା ଅଧିକ ପରିମାଣରେ ଦେଖାଯାଇଥାଏ । ଏମିତିକି ବିବାଦ ଆଗକୁ ବଢିବାପରେ ହାତାହାତି ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥାଏ । ତେବେ କେତେକ କ୍ଷେତ୍ରରେ ସରକାରୀ ବାବୁଙ୍କ ଅବହେଳା କାରଣରୁ ଏମିତି ଘଟୁଥିବା ନେଇ ଚର୍ଚ୍ଚା ମଧ୍ୟ ହୁଏ । ସରକାରୀ ବାବୁ ନିଜ କର୍ତ୍ତବ୍ୟ ପାଳନ କରୁନଥିଲେ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ବ୍ୟବସ୍ଥା ରହିଛି । ଏମିତିକି ଆମେ ଘରେ ବସି ଅତି ସହଜରେ ନିଜ ମୋବାଇଲ ସାହାଯ୍ୟରେ ଅବହେଳା ସମ୍ବନ୍ଧୀୟ ଅଭିଯୋଗ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବା । ଏହା ନକରି ଆପଣ ଯଦି ସରକାରୀ କର୍ମଚାରୀଙ୍କୁ ଖରାପ ବ୍ୟବହାର କରୁଛନ୍ତି କିମ୍ବା ମାଡ଼ ମାରୁଛନ୍ତି ତେବେ ଆପଣଙ୍କ ବିରୁଦ୍ଧରେ ହେବ କଡ଼ା ଆକ୍ସନ୍ । ପୋଲିସ ଷ୍ଟେସନରେ ଘଟୁଥିବା ଏଭଳି ଘଟଣା ଉପରେ ରୋକ୍ ଲଗାଇବା ପାଇଁ ଏବଂ ସରକାରୀ କର୍ମଚାରୀଙ୍କ ସହ ଉପଯୁକ୍ତ ବ୍ୟବହାର କରିବାକୁ ଲୋକମାନଙ୍କୁ ଚେତେଇଦେବା ପାଇଁ କମିଶନରେଟ ପୋଲିସ୍ ଭାରତୀୟ ନ୍ୟାୟ ସଂହିତାରେ ଥିବା ବିଭିନ୍ନ ଧାରା ଏବଂ ଏହାପାଇଁ କଣ ଦଣ୍ଡରହିଛି ସେ ସମ୍ପର୍କରେ ଏକ ନୋଟିସ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ସମ୍ବୋଧନ: କହିଲେ-ସମ୍ଭାବନାର ଭୂଖଣ୍ଡ ଓଡ଼ିଶା

ଏଥିରେ ଲେଖାଯାଇଛି 'ସରକାରୀ ଅଧିକାରୀ/କର୍ମଚାରୀଙ୍କ ସହିତ ଉପଯୁକ୍ତ ବ୍ୟବହାର କରନ୍ତୁ ।' ଏଥିରେ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଥିବା ବିଭିନ୍ନ ନିୟମ ସମ୍ପର୍କରେ ବିସ୍ତୃତ ଭାବରେ ଲେଖାଥିବା ଦେଖିବାକୁ ମିଳିଛି ।

Advertisment

ଏଥିରେ ଲେଖାଯାଇଥିବା ୧୦ ଟି ନିୟମ ଏବଂ ଏଥିପାଇଁ ମିଳୁଥିବା ଦଣ୍ଡଗୁଡିକ ହେଲା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି- ଧାରା- ୩୫୪(BNS)- ୨ବର୍ଷ କଠୋର କାରାଦଣ୍ଡ । ଜଣେ ସରକାରୀ କର୍ମଚାରୀଙ୍କ ସହ ଯୁକ୍ତି ତର୍କ ଧାରା-୫୦୪ (BNS)- ୫ବର୍ଷ କଠୋର କାରାଦଣ୍ଡ । ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ବ୍ୟବହାର କରିବା ଧାରା-୫୦୪ -ଦୁଇ ବର୍ଷ କଠୋର କାରାଦଣ୍ଡ । ଜଣେ ସରକାରୀ କର୍ମଚାରୀଙ୍କୁ ଧମକ- ଧାରା-୫୦୬ - ୩ ରୁ ୭ ବର୍ଷ କଠୋର କାରାଦଣ୍ଡ । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଧାରା-୩୩୨-୩ ରୁ ୧୦ ବର୍ଷ କଠୋର କାରାଦଣ୍ଡ । ସରକାରୀ କର୍ମଚାରୀଙ୍କୁ ବ୍ଳାକମେଲିଂ- ଧାରା ୩୮୩ ,୩୮୪ ,୩୮୬(BNS)- ୩ ରୁ ୧୦ବର୍ଷ କଠୋର କାରାଦଣ୍ଡ । ବିନା ଅନୁମତିରେ ସରକାରୀ କାର୍ଯ୍ୟାଳୟରେ ପ୍ରବେଶ - ଧାରା-୪୨୦(BNS)- ୨ବର୍ଷ କଠୋର କାରାଦଣ୍ଡ । ସରକାରୀ ସମ୍ପତ୍ତି ନଷ୍ଟ କରିବା- ଧାରା-୩୭୮(BNS) - ୩ବର୍ଷ କଠୋର କାରାଦଣ୍ଡ । ସରକାରୀ ଦଲିଲ ଚୋରି କରିବା- ଧାରା ୩୭୮,୩୭୯(BNS)- ୩ବର୍ଷ କଠୋର କାରାଦଣ୍ଡ । ସରକାରୀ ଦଲିଲକୁ କ୍ଷତି ପହଞ୍ଚାଇବା ଧାରା-୩୭୮,୩୭୯(BNS)- ୩ବର୍ଷ କଠୋର କାରାଦଣ୍ଡ ।

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

Odisha Police Commissionerate Police Government Employees Government Offices
Advertisment
Advertisment