Advertisment

Mukesh Khanna: ମୁକେଶ ଖାନ୍ନାଙ୍କ ଟାର୍ଗେଟ୍‌ରେ କପିଲ୍ ଶର୍ମା; କହିଲେ ସେ ରାମଙ୍କୁ ସମ୍ମାନ ଦିଅନ୍ତି ନାହିଁ

ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଟାର୍ଗେଟ୍ କରି ବର୍ଷିଛନ୍ତି ମୁକେଶ ଖାନ୍ନା। ମୁକେଶ ଖାନ୍ନା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ କାହିଁକି କପିଲ ଶର୍ମାଙ୍କ ଶୋ’ରେ ଅଂଶଗ୍ରହଣ କରିନାହାନ୍ତି

author-image
Pramod Behera
ଅଦ୍ୟତନ ହୋଇଛି
Mukesh khanna slams kapil Sharma calls his comedy show vulgar

Mukesh khanna slams kapil Sharma calls his comedy show vulgar

ଭେଟେରାନ ଅଭିନେତା ମୁକେଶ ଖାନ୍ନା ଟିଭି ଧାରାବାହିକ 'ମହାଭାରତ'ରେ ଭୀଷ୍ମ ପିତାମହ ଓ ‘ଶକ୍ତିମାନ୍’ରେ ଶକ୍ତିମାନ ଭୂମିକା ପାଇଁ ପ୍ରସିଦ୍ଧ। ସେ ନିଜର ଖୋଲାଖୋଲି ମତ ପାଇଁ ମଧ୍ୟ ଜଣାଶୁଣା । ନିକଟରେ ସେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଟାର୍ଗେଟ୍ କରି ବର୍ଷିଛନ୍ତି।

Advertisment

ମୁକେଶ ଖାନ୍ନା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ କାହିଁକି କପିଲ ଶର୍ମାଙ୍କ ଶୋ’ରେ ଅଂଶଗ୍ରହଣ କରିନାହାଁନ୍ତି। ସେ କହିଛନ୍ତି ଯେ, କପିଲ ଶର୍ମା ଶୋ’ର ନିର୍ମାତା ଏନେଇ ତାଙ୍କ ସହ କଦାପି ଯୋଗାଯୋଗ କରି ନାହାନ୍ତି, ଆଉ ଯଦିବି ତାଙ୍କୁ ଶୋ’କୁ ନିମନ୍ତ୍ରଣ କରାଯାଇଥାନ୍ତା ସେ ତୁରନ୍ତ ମନା କରିଦେଇଥାନ୍ତେ ବୋଲି କହିଛନ୍ତି।

Advertisment

ସିଦ୍ଧାର୍ଥ କନ୍ନନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ମୁକେଶ ଖାନ୍ନା କହିଛନ୍ତି, “ମୁଁ ଜାଣେ ନାହିଁ ତାଙ୍କର ସମସ୍ୟା କ’ଣ, କିନ୍ତୁ ସେ ମୋ ସହ କେବେବି ଯୋଗାଯୋଗ କରିନାହାନ୍ତି। କୌଣସି ସ୍ଥାନରେ ଇଗୋ ଆସେ, କୌଣସି ସ୍ଥାନରେ ଲଜ୍ଜା ଆସେ। ଗୁଫି ପେଣ୍ଟଲ ମୋତେ ଫୋନ୍ କରି କହିଥିଲେ ଯେ କପିଲ ଶର୍ମାରେ ରାମାୟଣର କଳାକାରଙ୍କୁ ଡକାଯାଇଛି, ମୁଁ ଭାବୁଛି ଆମକୁ ମଧ୍ୟ ଡକାଯିବ। ତା’ପରେ ଏମିତି ମଧ୍ୟ ହେଲା, ମହାଭାରତର କଳାକାରମାନଙ୍କୁ ଡକାଗଲା କିନ୍ତୁ ମୁଁ ଗଲି ନାହିଁ। କପିଲ ଶର୍ମା ଶୋ’ରେ ମତେ ଅଶ୍ଳୀଳତା ଦେଖାଯାଏ। ତାଙ୍କ କଥାରେ ଡବଲ ମିନିଙ୍ଗ୍ ଥାଏ। ମତେ ଶୋ’ରେ ଶାଳୀନତା ଦେଖାଯାଉ ନାହିଁ। ମୁଁ କହିଲି ଯେ ମୁଁ ସେହି ଶୋ’କୁ ଯିବି ନାହିଁ।”

ଶୋ’ରେ ଖରାପ ପ୍ରଶ୍ନ ପଚରାଯାଏ:

ମୁକେଶ ଖାନ୍ନା କହିଛନ୍ତି, “ମୁଁ ଏକ ପ୍ରୋମୋ ଦେଖିଥିଲି ଯେଉଁଥିରେ ଅରୁଣ ଗୋବିଲ ବସିଥିଲେ ଏବଂ ବାକି ଟିମ୍ ମଧ୍ୟ ସେଠାରେ ଥିଲେ। ସେଥିରେ କପିଲ ଶର୍ମା ପଚାରନ୍ତି ଯେ ଅରୁଣ ଜୀ, ତୁମେ ସମୁଦ୍ରରେ ସ୍ନାନ କରୁଛ ଏବଂ ହଠାତ୍ ଲୋକମାନେ ପାଟିକରି କୁହନ୍ତି ଯେ ଦେଖ, ରାମ ଜୀ ଭିଆଇପି ଅଣ୍ଡର୍‌ୱେର୍ ପିନ୍ଧିଛନ୍ତି।

ଅରୁଣ ହସିଦେଲେ ଆଉ ବସିଗଲେ, କିନ୍ତୁ ଯଦି ସେଠାରେ ମୁଁ ଥାଆନ୍ତି ତେବେ ଚଢିଯାଇଥାନ୍ତା। ଯାହାଙ୍କ ପ୍ରତିଛବି ଏତେ ବଡ, ତାଙ୍କୁ ଆପଣ ଏପରି ଶସ୍ତା ପ୍ରଶ୍ନ ପଚାରୁଛନ୍ତି। ଯେତେବେଳେ ରାମଙ୍କୁ ସମ୍ମାନ କରୁନାହଁ, ତେବେ ତୁମେ ଭୀଷ୍ମ ପିତାମହଙ୍କୁ କିପରି ସମ୍ମାନ ଦେବ? ମୁଁ ସ୍ଥିର କରିଥିଲି ଯେ, ମୁଁ ଏହି ଶୋ’କୁ କେବେବି ଯିବି ନାହିଁ।”

ମୁକେଶ ଖାନ୍ନାଙ୍କୁ ଅବହେଳା:

ଏକ ପୁରସ୍କାର କାର୍ଯ୍ୟକ୍ରମ ସମୟରେ କପିଲ ଶର୍ମା ତାଙ୍କୁ କିପରି ଅବହେଳା କରିଥିଲେ ସେ ବିଷୟରେ ମୁକେଶ ଖାନ୍ନା ଏକ କଥା ଶେୟାର କରିଛନ୍ତି। ସେ କହିଛନ୍ତି ଯେ “ମୁଁ ପ୍ରଥମେ କପିଲଙ୍କୁ ଏକ ପୁରସ୍କାର କାର୍ଯ୍ୟକ୍ରମରେ ଭେଟିଥିଲି। ମୁଁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ପାଇଥିଲି। କପିଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ, ବୋଧହୁଏ ସେ ଫିଲ୍ମ ସିଟିରେ କୌଣସି ସ୍ଥାନରେ ସୁଟିଂ କରୁଥିଲେ। ଆମ ଶିଳ୍ପରେ, ଯଦିଓ ଆମେ ପରସ୍ପର ସହିତ କାମ କରି ନାହୁଁ, ତେବେ ବି ଆମେ ପରସ୍ପରକୁ ପଚାରିଥାଉ, ଆପଣ କିପରି ଅଛନ୍ତି ସାର୍? ଏହା ଶିଷ୍ଟାଚାର। ମୁଁ ଅମିତାଭ ବଚ୍ଚନଙ୍କ ସହ କେବେବି କାମ କରି ନାହିଁ, କିନ୍ତୁ ମୁଁ ତାଙ୍କୁ ଚାରିଥର ଭେଟିଛି, ତାଙ୍କ କାନ୍ଧରେ ହାତ ରଖି ପଚାରିଛି ସେ କିପରି ଅଛନ୍ତି ଏବଂ ସେ କହିଛନ୍ତି ମୁଁ ଭଲ ଅଛି। ସେ ଜଣେ ବଡ ବ୍ୟକ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ “କପିଲ ଶର୍ମା ମୋ ପାଖରେ ୧୦ ମିନିଟ୍ ବସିଥିଲେ, କିନ୍ତୁ ସେ ମୋତେ ହେଲୋ ମଧ୍ୟ କହି ନଥିଲେ। ଏହା ନୁହେଁ ଯେ ମୁଁ ଚାହୁଁଥିଲି ସେ ମୋତେ ହେଲୋ କୁହନ୍ତୁ, କିନ୍ତୁ ମୁଁ କହୁଛି ଆପଣଙ୍କ ପାଖରେ କୌଣସି ଶିଷ୍ଟାଚାର ନାହିଁ।”

ସେ ପୁଣି କହିଛନ୍ତି ଯେ “ଯଦି ଆମେ କୌଣସି ବଡ ଅଭିନେତାଙ୍କୁ ଭେଟୁ ତେବେ ଅନ୍ୟ ଲୋକ ତାଙ୍କୁ ନ ଜାଣିଥିଲେ ବି ତାଙ୍କ ସହ କଥା ହୁଅନ୍ତି। ତାଙ୍କୁ ପୁରସ୍କାର ମିଳିଲା ଏବଂ ସେ ପୁରସ୍କାର ନେଇ ସେଠାରୁ ଚାଲିଗଲେ। ମତେ ଭାରି ଖରାପ ଲାଗିଲା। ସମଗ୍ର ଦୁନିଆ ମୋ ପାଦତଳେ ପଡ଼େ ଯଦିଓ ମୁଁ ଚାହେଁ ନାହିଁ ଏବଂ ଯଦି ଗୋଟିଏ ପିଲା ହେଲୋ ନ କହିଲା ତେବେ କ’ଣ ଫରକ ପଡେ? ସେ ଜଣେ ଭଲ ହାସ୍ୟ ଅଭିନେତା, କିନ୍ତୁ ତାଙ୍କର ବହୁତ ଇଗୋ ଅଛି।”

Kapil Sharma The Kapil Sharma Show Mukesh Khanna
Advertisment
Advertisment