Advertisment

ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା, ସମ୍ମାନିତ ହେବେ ଏହି ୩ ବୈଜ୍ଞାନିକ

ପ୍ରୋଟିନ୍ ସଂରଚନା ପୂର୍ବାନୁମାନ ପାଇଁ ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍. ଜମ୍ପରଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Nobel Prize

Nobel Prize

ରସାୟନ ବିଜ୍ଞାନ କ୍ଷେତ୍ରରେ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ, ଏହି ବର୍ଷ ତିନି ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ପୁରସ୍କାରର ଅଧା ଭାଗ କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଡେଭିଡ ବେକରଙ୍କୁ ଦିଆଯିବ । ଏହା ସହିତ, ପ୍ରୋଟିନ୍ ସଂରଚନା ପୂର୍ବାନୁମାନ ପାଇଁ ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍. ଜମ୍ପରଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

Advertisment

୨୦୨୩ରେ ମଧ୍ୟ ୩ ଜଣଙ୍କୁ ରସାୟନ ବିଜ୍ଞାନରେ ନୋବେଲ ମିଳିଥିଲା। ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭଙ୍କୁ ନୋବେଲ ଦିଆଯାଇଥିଲା। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ।

Advertisment

ଏହାପୂର୍ବରୁ ମଙ୍ଗଳବାର ଦିନ ପଦାର୍ଥ ବିଜ୍ଞାନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା । ୨୦୨୪ ବର୍ଷ ପାଇଁ ମିଳିତ ଭାବେ ୨ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଜନ୍ ଜେ ହୋପଫିଲ୍ଡ ଓ ଜେଫ୍ରୀ ହିଣ୍ଟନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ ।

ସେହିପରି ଗତ ସୋମବାର ମେଡିସିନ୍‌ କ୍ଷେତ୍ରରେ ଘୋଷଣା ହୋଇଥିଲା ନୋବେଲ ପୁରସ୍କାର । ୨୦୨୪ର ଫିଜିଓଲୋଜି ଓ ମେଡିସିନ୍‌ରେ ନୋବେଲ ପୁରସ୍କାର ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍‌କୁନ୍‌ଙ୍କୁ ମିଳିଛି । ମାଇକ୍ରୋ RNA ଆବିଷ୍କାର ସହ ଟ୍ରାନ୍ସକ୍ରିପସନ୍ ଜିନ୍ ନିୟନ୍ତ୍ରଣରେ ଭୂମିକା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ମାଇକ୍ରୋ ବାୟୋଲୋଜି ଅନୁସାରେ, ଆମର କ୍ରୋମୋଜୋମରୁ ମିଳୁଥିବା ସୂଚନା କୋଷଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶ ପରି କାର୍ଯ୍ୟ କରେ । ଯେତେବେଳେ ପ୍ରତ୍ୟେକ କୋଷରେ ସମାନ ଜିନ୍ ଥାଏ, ସେତେବେଳେ ବିଭିନ୍ନ କୋଷ ପ୍ରକାର, ଯେପରିକି ମାଂସପେଶୀ ଏବଂ ସ୍ନାୟୁ କୋଷଗୁଡ଼ିକର ସ୍ୱତନ୍ତ୍ର ଗୁଣ ବାହାରେ । ଏହା ଜିନ୍ ରେଗୁଲେସନ ମାଧ୍ୟମରେ ଘଟିଥାଏ, ଯେଉଁଠାରେ ପ୍ରତ୍ୟେକ କୋଷ କେବଳ ଆବଶ୍ୟକ କରୁଥିବା ଜିନ୍‌ଗୁଡ଼ିକୁ ସକ୍ରିୟ କରିଥାଏ ।

ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍‌କୁନ୍ ବିଭିନ୍ନ ପ୍ରକାରର ସେଲ୍ ଗଠନ ବିଷୟରେ ଗବେଷଣା କରୁଥିଲେ । ମାଇକ୍ରୋ ଆରଏନ୍ଏ, କ୍ଷୁଦ୍ର RNA ଅଣୁଗୁଡିକ ଆବିଷ୍କାର ପରେ ସେମାନେ ଜାଣିବାକୁ ପାଇଥିଲେ ଯେ, ଏହା ଜିନ୍ ନିୟନ୍ତ୍ରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ସେମାନଙ୍କର ଏହି ଆବିଷ୍କାର ଜିନ୍ ନିୟନ୍ତ୍ରଣରେ ବିପ୍ଲବ ସୃଷ୍ଟି କରିଛି । ମଣିଷ ଜିନୋମରେ ପ୍ରାୟ ଏକ ହଜାରରୁ ଅଧିକ ମାଇକ୍ରୋ ଆରଏନ୍ଏ ଥାଏ, ଯାହା ଶରୀରର ବିକାଶ ଓ ଜିନ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Nobel Prize
Advertisment
Advertisment