/odishatv-khabar/media/post_attachments/uploadimage/library/16_9/16_9_0/Padma_1737823634.jpg)
Padma
ଘୋଷଣା ହେଲା ମର୍ଯ୍ୟାଦାଜନକ ପଦ୍ମ ପୁରସ୍କର। ୪ ଓଡ଼ିଆଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ଏଥିରେ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ଥିବା ବେଳେ ଅଦ୍ୱେତ ଚରଣ ଗଡ଼ନାୟକ, ଦୁର୍ଗାଚରଣ ରଣବୀର ଓ ପ୍ରତିଭା ଶତପଥୀ ଅଛନ୍ତି।
ପଦ୍ମଶ୍ରୀ ଘୋଷଣା ପରେ ଡାକ୍ତର ଅଶୋକ କୁମାର ମହାପାତ୍ର କହିଛନ୍ତି, ମୋର ବୟସ ୭୪ ବର୍ଷରୁ ଅଧିକ ହେଲାଣି। କିନ୍ତୁ ଏଥିରେ ଖୁସି ହେବାର କିଛି ନାହିଁ। ମହାପ୍ରଭୁ ଜଗନ୍ନାଥଙ୍କ ଦୟା ଓ ଲୋକଙ୍କ ଆଶୀର୍ବାଦରୁ ଏହା ସମ୍ଭବପର ହୋଇଛି। ସମ୍ମାନକୁ ନେଇ ଖୁସି ଓ ଦୁଃଖିତ କ୍ଷଣ ଭଙ୍ଗୁଣ। ଏହି ସମ୍ମାନ ୩୦ ବର୍ଷ ତଳେ ମିଳିଥିଲେ ଯୁବ ବସ୍ତାରେ ବହୁ ଲାଭ ହୋଇଥାଆନ୍ତା। ଜୀବନର ଲକ୍ଷ୍ୟ ନୁହେଁ ପୁରସ୍କାର ମିଳିବା ବୋଲି ଡାକ୍ତର ମହାପାତ୍ର କହିଛନ୍ତି।
ଠିକ୍ ସେହିପରି ଅଦ୍ୱେତ ଚରଣ ଗଡ଼ନାୟକ କହିଛନ୍ତି, ୪୫ ବର୍ଷ ଧରି କାମ କରିବା ପରେ ଆଜି ଏହି ସମ୍ମାନ ମିଳିଛି। ସେଥିପାଇଁ ମୋତେ ଖୁସି ଲାଗୁଛି। ଏହି ସମ୍ମାନ ନିଶ୍ଚିତ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେବ ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି।
ଆଜି ଘୋଷଣା ହୋଇଛି ପଦ୍ମ ପୁରସ୍କାର-୨୦୨୫। ଚଳିତବର୍ଷ ପାଇଁ ୭ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ ନାଁ ଘୋଷଣା ହୋଇଛି। ସେମାନେ ହେଲେ ଡି. ନାଗେଶ୍ୱର ରେଡ୍ଡୀ, ଜଷ୍ଟିସ୍ ଶ୍ରୀ ଜଗଦୀଶ ସିଂ ଖେରା, କୁମୁଦୁନି ରଜନୀକାନ୍ତ ଲାଖିଆ, ଏଲ୍ଏନ୍ ସୁବ୍ରମଣ୍ୟମ, ଏମ୍ଟି ବସୁଦେଭନ ନାୟାର, ଶ୍ରୀ ଓସମ୍ ସୁଜକି ଓ ଶ୍ରଦ୍ଧ ସିହ୍ନା। ଠିକ୍ ସେହିପରି ୧୯ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ବୋଲି ନାଁ ଘୋଷଣା କରାଯାଇଛି।
ପ୍ରତିଷ୍ଠିତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନୀରଜା ଭଟଲାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ। ସେହିପରି ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପି. ଡଚନମୂର୍ତ୍ତିଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ଏହାବ୍ୟତୀତ ବିଶିଷ୍ଟ ଚାଷୀ ଏଲ୍. ହଙ୍ଗାଥିଙ୍ଗ, ପଶ୍ଚିମବଙ୍ଗର ଢାକ ବାଦକ ଗୋକୁଳ ଚନ୍ଦ୍ର ଦାସ, ପାରା ଅଲିମ୍ପିକ ହରବିନ୍ଦର ସିଂ, ଲେଖକ ଜଗଦୀଶ ଯୋଶିଲା, ମରାଠୀ ଲେଖକ ମାରୁତି ଭୂଜଙ୍ଗ ରାଓ ଏବଂ ସମାଜସେବୀ ସେଲି ହାଲକରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ସାମାଜିକ କର୍ମୀ ଭୀମ ସିଂ ଭବେଶଙ୍କ ନାଁ ବି ପଦ୍ମଶ୍ରୀ ତାଲିକାରେ ସ୍ଥାନ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)