ଭାରତରେ ପୁଣି ଡରାଇଲାଣି ମହାମାରୀ କରୋନା । କୋଭିଡ଼ର HKU1 ନାମକ ଏକ ନୂଆ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି କୋଲକାତାର ଜଣେ ବାସିନ୍ଦା । ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି । ଆଉ ପୁରା କୋଲକାତାରେ ମହାମାରୀ କରୋନାର ଡର ପୁଣି ଥରେ ବ୍ୟାପି ଯାଇଛି ।
ପ୍ରସୁନ ଓ ତାଙ୍କ ପରିବାରର ଲେଦର ବ୍ୟବସାୟ ଥିଲା । ପ୍ରସୁନଙ୍କ ବାପା ଜଣେ ସଫଳ ବ୍ୟବସାୟୀ ଥିଲେ । ହେଲେ ବସି ଖାଇଲେ ନଈ ବାଲି ସରିବା ଭଳି ପ୍ରସୁନ ଏବଂ ତାଙ୍କ ଭାଇ ପ୍ରଣୟ ସବୁ ପୁଞ୍ଜି ଖର୍ଚ୍ଚ କରି ଚାଲିଥିଲେ ।
ୱାଟର ଫ୍ଲାଏ ଟେକ୍ନୋଲୋଜି ନାମକ ଏକ ନୂତନ ବୈଷୟିକ କୌଶଳ ଉପରେ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପ ସଫଳ ହେଲେ ଏହି ସ୍ବପ୍ନ ବାସ୍ତବତାର ରୂପ ନେଇପାରେ। ଆଇଆଇଟି ମାଡ୍ରାସ ପକ୍ଷରୁ ଏକ ଷ୍ଟାର୍ଟଅପ ସ୍ଥାପନ କରାଯାଇଛି।
ଏହି ନୂଆ GBS ରୋଗର ସମସ୍ତ ଲକ୍ଷଣ ଏହି ବାଳକ ପାଖରେ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ସପ୍ତାହେ ହେଲା ସେ ଭେଣ୍ଟିଲେଟରରେ ଥିଲେ । ଅନ୍ୟ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ତାଙ୍କ ଘର ମଧ୍ୟ ସେହି ଉତ୍ତର ୨୪- ପ୍ରଗଣାରେ । ସେ ଏନଆରଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ଦିନ ହୁଗଲିର ଦକ୍ଷିଣକାଳୀ ଅଞ୍ଚଳରେ ଜଣେ ରୋଗୀ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏହି ଲକ୍ଷଣ ଦେଖି ସେ ତାଙ୍କୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯିବାକୁ ପରାମର୍ଶ ଦେଇଥିଲେ ।
ସାରା ଦେଶର ମୁଣ୍ଡ ତଳକୁ ନୁଆଁଇ ଦେଇଥିବା, ଲଜ୍ଜିତ କରିଥିବା କୋଲକାତା RG କର ମେଡିକାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି କୋର୍ଟଙ୍କ ରାୟ। ୫୭ ଦିନର ବିଚାର ପରେ ସଜା ଶୁଣାଇଛନ୍ତି ଅଦାଲତ ।
ସଂଜୟ ରାୟକୁ ଯେଉଁ ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି, ସେଥିରେ ଅତି କମରେ ଆଜୀବନ ଜେଲ୍ କିମ୍ବା ମୃତ୍ୟୁ ଦଣ୍ଡାଦେଶ ହୋଇପାରେ।
କୋଲକାତାର ଐତିହାସିକ ହଳଦିଆ ଟ୍ୟାକ୍ସି ଦଶନ୍ଧି ଦଶନ୍ଧି ଧରି ସହରର ହଲମାର୍କ ହୋଇ ରହିଥିଲା। ତେବେ ୬୪ ପ୍ରତିଶତ ଟାକ୍ସି ବର୍ଷକ ମଧ୍ୟରେ ୧୫ ବର୍ଷର ସେବା ସୀମା ଅତିକ୍ରମ କରିଥିବାରୁ ଏହା ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯିବ।
କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି।
ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଲୋଚନା ଅସମାପ୍ତ ରହିଛି। ପୁଣି ଥରେ କଥାବାର୍ତ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କରିଛନ୍ତି।
ଏକ୍ସ-ପ୍ରିନ୍ସିପାଲ ସନ୍ଦୀପ ଘୋଷ ବି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ ବୋଲି ଦର୍ଶାଇ ତାଙ୍କୁ ପୁଣିଥରେ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।
ମମତା ସରକାରଙ୍କ ଉପରେ ଭରସା ହରାଇଛନ୍ତି ଜୁନିୟର୍ ଡାକ୍ତର । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ମାମଲାରେ ହସ୍ତକ୍ଷେପ ପାଇଁ ନିବେଦନ ।
ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ସୁପ୍ରିମକୋର୍ଟ ।
୨୫ଟି ଦେଶର ପ୍ରାୟ ୧୩୦ରୁ ଅଧିକ ସହରରେ ଏହି ବିରୋଧ ଦେଖିବାକୁ ମିଳିଛି ।
ପରିବାରକୁ ଟଙ୍କା ଯାଚିବା ଓ ଏସମ୍ପର୍କିତ ଏକ ଭାଇରାଲ୍ ଭିଡିଓ ଉପରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି । ଅଭୟାଙ୍କ ମାଉସୀ କହିଛନ୍ତି, ଗତ ୧୧ ତାରିଖ ରାତିରେ ପୀଡ଼ିତାଙ୍କ ପରିବାରକୁ ଏଥିପାଇଁ ବାଧ୍ୟ କରାଯାଇଥିଲା ।
ଗଣମାଧ୍ୟମକୁ ସୂଚନା ଦେଇ ଅଭୟାଙ୍କ ବାପା କହିଛନ୍ତି ଯେ ମାମଲାକୁ ରଫାଦଫା କରିବା ପାଇଁ ପୋଲିସ ତରବରିଆ ଭାବେ ମୃତଦେହକୁ ପୋଡି ଦେଇଥିଲା ଏବଂ ଚୁପ୍ ରହିବା ପାଇଁ ପୋଲିସ ତାଙ୍କୁ ଲାଞ୍ଚ ଯାଚୁଥିଲା ।
କୋଲକାତା ସହରର ସାରା ବ୍ୟାପିଗଲାଣି ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ପୀଡ଼ିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତକାଲି କୋଲକାତା ବ୍ୟାପୀ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ।
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫିଟୁଛି ଗୁମର। ସାଂଘାତିକ କଥା କହିଲେ ସେଦିନ ଆରଜି କରରେ ଡ୍ୟୁଟିରେ ଥିବା ଡାକ୍ତର ତାପସ ପ୍ରମାଣିକ।
ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ଼ ସସପେନ୍ସ । ଗିରଫର ୨୫ ଦିନ ପରେ ନିଜକୁ ନିର୍ଦ୍ଦୋଷ କହୁଛି ଅଭିଯୁକ୍ତ ସଞ୍ଜୟ । ନିଜ ଓକିଲ ନିକଟରେ ସଞ୍ଜୟ ଡାକ୍ତରୀ ଛାତ୍ରୀଙ୍କୁ ନେଇ ବଡ଼ ବୟାନ ରଖିଛି ।
ଚୌକି ବଞ୍ଚାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି ଦିଦି । ଦିନ ଯେତିକି ଯେତିକି ଗଡ଼ୁଛି, ଦିଦିଙ୍କ ଅଡୁଆ ସେତିକି ସେତିକି ବଢ଼ିବାରେ ଲାଗିଛି ।
କୋଲକାତା ଆରଜି କର ମେଡିକାଲ କଲେଜରେ ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ଉଦବେଗଜନକ ଓ ଭୟାନକ କହିଛନ୍ତି ରାଷ୍ଟ୍ରପତି ।
ଅଭୟା କାଣ୍ଡ ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ ନବାନ୍ନ ଘେରାଉ ପାଇଁ ସ୍ୱତଃସ୍ଫୂର୍ତ୍ତ ଭାବେ ଏକାଠି ହୋଇଥିଲେ ହଜାର ହଜାର ଛାତ୍ରଛାତ୍ରୀ । ହାତରେ ପ୍ଲାକାର୍ଡ, ମୁହଁରେ ଏକମାତ୍ର ନାରା, ଜଷ୍ଟିସ୍ ଫର୍ ଅଭୟା ।
କ୍ରାଇମସ୍ପଟକୁ ନେଇ ବଢ଼ିଲା ସହପାଠୀଙ୍କ ସନ୍ଦେହ । ସେମିନାଲ ହଲକୁ କ୍ରାଇମ ସ୍ପଟର ରୂପ ଦିଆଯାଇଥିବା ଆଶଙ୍କା ।
ଦିଦିଙ୍କ ରାଜ୍ୟରେ ପୁଣି ମହିଳାଙ୍କୁ ଦୁର୍ବ୍ୟବହାର ! ବିଳମ୍ବିତ ରାତିରେ ଅଭିନେତ୍ରୀଙ୍କ କାର୍ ଅଟକାଇଲେ, ଡୋର୍ ଖୋଲିବାକୁ କହିଲେ ।
କୋଲକାତାରେ ଅଭୟା କାଣ୍ଡକୁ ନେଇ ଜୋରଦାର ପ୍ରତିବାଦ ଭିତରେ, ଉଗ୍ର ରୂପ ନେଲାଣି ମମତା ସରକାର ବିରୋଧୀ ସ୍ବର। ବଢିଲାଣି ଦିଦିଙ୍କ ଉପରେ ଇସ୍ତଫା ଚାପ। ନାରଦା-ସାରଦା ସ୍କାମ ଠାରୁ ବି ବର୍ତ୍ତମାନ ବଡ଼ ହରଡଘଣାରେ ପଡିଛନ୍ତି ଦିଦି। ସାମ୍ନାରେ ରାଜନୈତିକ କ୍ୟାରିଅରର ସବୁଠୁ ବଡ଼ ଚ୍ୟାଲେଞ୍ଜ। ପ୍ରଶ୍ନ ଉଠୁଛି, ଅଭୟାକାଣ୍ଡର ନିଆଁରେ ପୋଡ଼ି ପାଉଁଶ ହୋଇଯିବ କି ପଶ୍ଚିମବଙ୍ଗର ମମତା ସରକାର ?
କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପାପର ପାପୀ ସଞ୍ଜୟ ରାୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ । ଅଭିଯୁକ୍ତ ସଂଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ଗତକାଲି ୬ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା ।