/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724846744.jpg)
President Droupadi Murmu
କୋଲକାତା ଲଜ୍ଜାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିନ୍ଦା । ଆରଜି କର ମେଡିକାଲ କଲେଜରେ ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ଉଦବେଗଜନକ ଓ ଭୟାନକ କହିଛନ୍ତି ରାଷ୍ଟ୍ରପତି । ମହିଳାଙ୍କ ପ୍ରତି ହିଂସା ବହୁତ ହୋଇଗଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି । ଖବର ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ଏକ ଲେଖାରେ ଘଟଣାକୁ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
Advertisment
ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ମହିଳାଙ୍କ ପ୍ରତି ହିଂସାକୁ ‘ବହୁତ ହୋଇଗଲା’ ବୋଲି କହିବା ସହ ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ରାକ୍ଷୀ ପୂର୍ଣ୍ଣମୀ ଦିନ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ମହିଳାଙ୍କୁ ସମ୍ମାନ ଦେବାକୁ ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)