• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଉପରେ ଦମ୍ଭ । ହେଲେ ଭିତରେ ଭିତରେ କାନ୍ଦୁଛନ୍ତି ଦିଦି । ଚୌକି ବଞ୍ଚାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି । ଦିନ ଯେତିକି ଯେତିକି ଗଡ଼ୁଛି, ଦିଦିଙ୍କ ଅଡୁଆ ସେତିକି ସେତିକି ବଢ଼ିବାରେ ଲାଗିଛି । କୁହାଯାଉଛି, ଆଉ କୋଲକାତାରେ କାମକରୁନି ଦିଦିଙ୍କ ଫର୍ମୁଲା । ମମତାଙ୍କ ସରକାର କେତେବେଳେ ବି ଭୁଶୁଡ଼ି ପଡିବ କାହାକୁ ବି ଜଣାନାହିଁ । ଯଦି ରାଜ୍ୟରେ ଏଭଳି ପରିସ୍ଥିତି ଲାଗି ରୁହେ, କି ମମତା ଯଦି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତି । ତେବେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲଗୁ ହେବ ବୋଲି ଏବେ ସବୁଠି ଚର୍ଚ୍ଚା ହେଲାଣି ।

ପୀଡ଼ିତା ଅଭୟାଙ୍କ ମୃତ୍ୟୁକୁ ଆରଜି ମେଡିକାଲ କର୍ତ୍ତୃପକ୍ଷ ଆତ୍ମହତ୍ୟାର ରୂପ ଦେଉଥିଲା । ହେଲେ ଏହାକୁ ନେଇ ମମତା ପଦିଏ ବି ମୁହଁ ଖୋଲିନଥିଲେ । କି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଉପରେ ୩ ଦିନ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଘଟଣା ଧୀରେ ଧୀରେ ବଢ଼ିବା ପରେ ସନ୍ଦୀପଙ୍କୁ ନିଲମ୍ବନ କରାଯାଇ ଅନ୍ୟତ୍ର ପୋଷ୍ଟିଂ ଦିଆଯାଇଥିଲା । ଯାହାକୁ ନେଇ ତାତିଥିଲେ ମେଡିକାଲ ଛାତ୍ରଛାତ୍ରୀ । ଆଉ ଏବେ ଏହା ଆହୁରି ଉଗ୍ରରୂପ ନେବା ସହ ରାଜନୀତିରେ ବଦଳି ଗଲାଣି । 

୨୭ ତାରିଖରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ସେମାନଙ୍କ ବିକ୍ଷୋଭକୁ ରୋକିବାକୁ ଯାଇ ପୋଲିସ ସେମାନଙ୍କ ଉପରକୁ ଟିୟର ଗ୍ୟାସ, ପାଣି ମାଡ଼ ଏବଂ ଲାଠି ଚାଳନା ମଧ୍ୟ କରିଥିଲା । ଏହାକୁ ଦେଖି ବିଜେପି ୨୮ ତାରିଖ ପଶ୍ଚିମବଙ୍ଗ ବନ୍ଦ କରିଥିଲା । ଫଳରେ ସବୁ କିଛି ଦିଦିଙ୍କ ରାଜ୍ୟରେ ଠପ୍‌ ହୋଇଥିଲା । ଜନତା ବି ଏହାକୁ ସମର୍ଥନ କରିଥିଲେ । 

ବର୍ତ୍ତମାନ ଏହି ଘଟଣା ଆହୁରି ଉଗ୍ରରୂପ ନେଲାଣି । ଏବେ ବି ରାଜରାସ୍ତାରେ ଛାତ୍ରଛାତ୍ରୀମାନେ ବସିଥିବାବେଳେ ଦିଦିଙ୍କ ଶାସନ ଉପରେ ପ୍ରଶ୍ନ ଉଠିଲାଣି । ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ହେଉଛି । ବିରୋଧୀ ବିଜେପି ଠାରୁ ଆରମ୍ଭ କରି ଡାକ୍ତରୀ ଛାତ୍ରଛାତ୍ରୀ ଯାଏ ସମସ୍ତେ ନ୍ୟାୟ ପାଇଁ ଆନ୍ଦୋଳନ କରିବା ସହ ମମତା ନିଜ ପଦ ଛାଡ଼ିବାକୁ ନାରାବାଜି ଦେଉଛନ୍ତି । ଏସବୁ ଭିତରେ ଯେମିତି ପୂରା ଟିଏମ୍‌ସି ଛନ୍ଦି ହୋଇଯାଇଛି । ଆଉ ପଶ୍ଚିମବଙ୍ଗରେ ୧୩ ବର୍ଷ ଧରି ଶାସନ କରିଆସୁଥିବା ମମତା ଦିଦିଙ୍କୁ ଏହି ପ୍ରସଙ୍ଗ ଭାରିପଡ଼ିଛି । 

OTV is now on Whatsapp

Join and get latest news update delivered to you via whatsapp

Join Now