ବିଜେଡି ଓ ଭିକେ ପାଣ୍ଡିଆନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି କଡ଼ା ଭାଷାରେ କହିଛନ୍ତି ଜୟନାରାୟଣ । ସେ କହିଛନ୍ତି, ମୁଁ ବିଜେଡି ନେତାଙ୍କୁ ସାହସ ଦେଇଛି, ସମସ୍ତେ ତାଙ୍କ ନାଁରେ କହୁଛନ୍ତି । ଆହୁରି ଅଧିକ ନେତା କହିଲେ ସେ ଲୋକ ଏକ୍ସପୋଜ ହେବ। ଓଡ଼ିଶାର ଖଣି, ପାଣି ଯିଏ ଲୁଟିଛି ତାକୁ ଛଡ଼ାଯିବା ଉଚିତ ନୁହେଁ । ଭିକେ ପାଣ୍ଡିଆନଙ୍କ ସହ ନବୀନଙ୍କ କେମିଷ୍ଟ୍ରି ମୁଁ ଜାଣିନି, ଏତେ ସବୁ ହେଲା ପରେ ବି ନବୀନଙ୍କ ବୁଦ୍ଧି ଉଦୟ ହେଉନି । ବହୁତ ଦିନର ସଂଚିତ କ୍ରୋଧ ବିଦ୍ରୋହର ରୂପ ଧାରଣ କରିବ ବୋଲି ଜୟନାରାୟଣ କହିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ବିଜେପି ନେତାଙ୍କୁ ନଡ୍ଡାଙ୍କ ଟିପ୍ସ, ଗ୍ରୁପିଜିମ ଛାଡ଼…ପ୍ରଥମେ ନିଜର ବ୍ୟକ୍ତିତ୍ୱ ତିଆରି କର
ସେହିପରି ସେ ଆହୁରି କହିଛନ୍ତି ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ । ଆମେ ହୁଇସିଲ ଅପେକ୍ଷାରେ ଅଛୁ । ଯେଉଁଦିନ ଫୁଙ୍କା ହେବ ସେଦିନ ବିଜେଡି ଗୋଲ ହୋଇଯିବ । ତାସ୍ର ପତା ପରି ବିଜେଡି ଭାଙ୍ଗିଯିବ । ରାଜ୍ୟସଭାରେ ଦେଖିଲେ, ବିଧାନସଭାରେ ବି କ’ଣ କରୁଛନ୍ତି । ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ । ବିଜେଡିର ସମସ୍ତେ ଯୋଗାଯୋଗରେ ଅଛନ୍ତି ଏବଂ ଆଗକୁ ଅନେକ କଥା ଘଟିବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।
'#ବିଜେପି_ଇଛା_କଲେ_ବିଜେଡି_ଲୋପ_ପାଇଯିବ'
— ଓଟିଭି (@otvkhabar) April 12, 2025
'ବିଜେପି ହୁଇସିଲ ଫୁଙ୍କିଲେ ବିଜେଡ଼ି ଭାଙ୍ଗିବ, ଆମେ ହୁଇସିଲ ଅପେକ୍ଷାରେ ଅଛୁ । ଯେଉଁଦିନ ଫୁଙ୍କା ହେବ ସେଦିନ ବିଜେଡ଼ି ଗୋଲ । ବିଜେଡିର ଲୋପ ପାଇବାଟା ବିଜେପିର ଇଚ୍ଛାଧୀନ ବିଷୟ ।'#BJD #Controversy #BJP #MLA #JayanarayanMishra #Odisha #OTV pic.twitter.com/EY5A0b3rg2