• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସୁଧ ଟଙ୍କା ପାଇଁ ବିଚ୍ ରାସ୍ତାରେ ଦିନ ଦ୍ବିପହରରେ ହତ୍ୟା । ବାଡିରେ ପିଟି ଟାଙ୍ଗିଆରେ ହାଣି ହତ୍ୟା । ସ୍ବାମୀଙ୍କୁ ହରାଇ କାନ୍ଦି କାନ୍ଦି ମାଟିରେ ଲୋଟିପଡୁଛି ପତ୍ନୀ। କହୁଛି ମୋ ସ୍ବାମୀକୁ କିଏ ମାରିଦେଲା। ସେ କାହାର ଟଙ୍କା ନେଇ ନାହାନ୍ତି। ସବୁ ଟଙ୍କା ସୁଝି ଦେଇଥିଲେ। ଖାଲି ମୂଳ ଟଙ୍କା ଥିଲା। ତିନି ଦିନ ଧରି ମୋ ପୁଅକୁ ଧମକ ଦେଉଥିଲା ପେସାଦାର ଅପରାଧୀ ଚିନୁ ଓ ସନ୍ତୋଷ ବରାଳ। ସେ ହିଁ ମୋ ସ୍ବାମୀକୁ ମାରିଦେଇଛି।

ରାମ ଦାସ ପେସାରେ ଜଣେ ଟ୍ରକ ଡ୍ରାଇଭର। ସାହୁକାରଠୁ ଟଙ୍କା ଆଣି ଗରିବ ଲୋକଙ୍କୁ ସୁଧରେ ଦେଇଥାନ୍ତି। ହେଲେ କିଛି ଲୋକ ଟଙ୍କା ଫେରାଇ ନଥିବା ଯୋଗୁ ସାହୁକାରଙ୍କ ରୋଷର ଶିକାର ହୋଇଥିଲେ ରାମ ଦାସ। ବାରମ୍ବାର ଟଙ୍କା ଫେରାଇବା ପାଇଁ ଅପରାଧୀ ଲଗାଇ ଧମକ ଚମକ ଦେଉଥିବା ରାମଙ୍କ ପତ୍ନୀ କହିଛନ୍ତି।

Also Read

ଅଧିକ ପଢ଼ନ୍ତୁ: ବାଲେଶ୍ୱରରେ ଅଭାବନୀୟ ଘଟଣା, ଚୁଟି କଟାକୁ ନେଇ ବାପାକୁ ହାଣିଲା ପୁଅ

ପେସାଦାର ଅପରାଧୀ ଚିନୁ ଓ ସନ୍ତୋଷ , ରାମକୁ ମାରିଛନ୍ତି ନା ଆଉ କିଏ ଏହା ପଛରେ ଅଛନ୍ତି ? ପୋଲିସକୁ କାହିଁକି ଜଣାଇନଥିଲେ ରାମ ଓ ତାଙ୍କ ପରିବାର ? ସୁଧ ଟଙ୍କା ପାଇଁ ନା ଆଉ କିଛି କାରଣ ଏହା ପଛରେ ରହିଛି ? ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ମଧ୍ୟପେସାଦାର ଅପରାଧୀ ଚିନୁ ଘରେ ଯାଇ ପହଞ୍ଚିଥିବା ଜଣା ପଡିଛି। ଘଟଣାକୁ ପୋଲିସ ଚ୍ୟାଲେଞ୍ଜର ସହ ଗ୍ରହଣ କରି ଖୋଳତାଡ ଆରମ୍ଭ କରିଛି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ତେବେ ମଟରସାଇକେଲ ଧରି ରାମ ଦାସ ଯିବା ସମୟରେ ବଲାଙ୍ଗୀର ସହରର ଚିମିନିଭାଟି ସ୍କୁଲ୍ ପାଖରେ ପ୍ରଥମେ ବାଡିରେ ପିଟି ତଳେ ପକାଇ ଟାଙ୍ଗିଆରେ ହାଣି ମାରିଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ବଲାଙ୍ଗୀର କୃଷ୍ଣରାଉତଙ୍କ ମଟର ସାଇକେଲଟିକୁ ୨୦ ହଜାର ଟଙ୍କାରେ ବନ୍ଧା ରଖିଥିଲେ ରାମ ଦାସ।

ଅଧିକ ପଢ଼ନ୍ତୁ: ଅବକାରୀ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ