/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726335152.jpg)
Sandip Ghosh
କୋଲକାତା ଅଭୟା କାଣ୍ଡରେ ସିବିଆଇର ବଡ଼ ଆକ୍ସନ୍ । ପୂର୍ବରୁ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା RG କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପୁଣି ଗିରଫ କରିଛି ସିବିଆଇ । ଏଥର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ସନ୍ଦୀପ ଘୋଷ । ଏଥିସହ ଟାଲା ଥାନାର ଅଫିସର ଇନଚାର୍ଜ ଅଭିଜିତ ମଣ୍ଡଳଙ୍କୁ ବି ଗିରଫ କରିଛି ସିବିଆଇ । ଅଭିଜିତ ମଣ୍ଡଳ ହେଉଛନ୍ତି ସେହି ପୋଲିସ ଅଧିକାରୀ, ଯିଏ କି ପୀଡ଼ିତାଙ୍କ ମୃତଦେହ ଉଦ୍ଧାର ପରେ ପ୍ରଥମେ ଘଟଣାର ଛାନଭିନ ଆରମ୍ଭ କରିଥିଲେ । ତେବେ ତଦନ୍ତକୁ ଭ୍ରମିତ କରିବା, ବିଳମ୍ବରେ ଏତଲା ଗ୍ରହଣ, ପ୍ରମାଣ ନଷ୍ଟ ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଆଜି ଗିରଫ ହୋଇଛନ୍ତି ଅଭିଜିତ ମଣ୍ଡଳ ।
ଏକ୍ସ-ପ୍ରିନ୍ସିପାଲ ସନ୍ଦୀପ ଘୋଷ ବି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ ବୋଲି ଦର୍ଶାଇ ତାଙ୍କୁ ପୁଣିଥରେ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । କୋଲକାତା ଅଭୟାକାଣ୍ଡକୁ ୩୫ ଦିନ ଆଜି ପୂରିଥିବା ବେଳେ, ମାମଲାରେ ସିବିଆଇ ପ୍ରଥମ ଗିରଫଦାରୀ କରିଛି । ପୂର୍ବରୁ ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଥିଲା ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)