Advertisment

କୋଲକାତା ଆରଜି କର ଦୁଷ୍କର୍ମ ଘଟଣା: ଅଭୟା ମାଉସୀଙ୍କର ଚାଞ୍ଚଲ୍ୟକର ବୟାନ...

ପରିବାରକୁ ଟଙ୍କା ଯାଚିବା ଓ ଏସମ୍ପର୍କିତ ଏକ ଭାଇରାଲ୍ ଭିଡିଓ ଉପରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି । ଅଭୟାଙ୍କ ମାଉସୀ କହିଛନ୍ତି, ଗତ ୧୧ ତାରିଖ ରାତିରେ ପୀଡ଼ିତାଙ୍କ ପରିବାରକୁ ଏଥିପାଇଁ ବାଧ୍ୟ କରାଯାଇଥିଲା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Kolkata doctor rape-murder

Kolkata doctor rape-murder

ଅଭୟା ମାଉସୀଙ୍କର ଚାଞ୍ଚଲ୍ୟକର ବୟାନ। ପରିବାରକୁ ଟଙ୍କା ଯାଚିବା ଓ ଏସମ୍ପର୍କିତ ଏକ ଭାଇରାଲ୍ ଭିଡିଓ ଉପରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି । ଅଭୟାଙ୍କ ମାଉସୀ କହିଛନ୍ତି, ଗତ ୧୧ ତାରିଖ ରାତିରେ ପୀଡ଼ିତାଙ୍କ ପରିବାରକୁ ଏଥିପାଇଁ ବାଧ୍ୟ କରାଯାଇଥିଲା । 

Advertisment

ସେତେବେଳେ ମାମଲା କୋଲକାତା ପୋଲିସ ପାଖରେ ଥିଲା। କେତେ ଟଙ୍କା ଥିଲା ସେମାନେ ଜାଣି ନାହାନ୍ତି। କିନ୍ତୁ ନୋଟର ବଣ୍ଡଲ ଥିଲା। ରାତି ଗୋଟାଏ ବେଳେ ସେହି ଭିଡିଓ ଭାଇରାଲ୍ ହୋଇଥିଲା। ଜାଣିଶୁଣି ଏମିତି କରାଯାଇଥିବା କହିଛନ୍ତି ଅଭୟାଙ୍କ ମାଉସୀ। ତେବେ ଟଙ୍କା କିଏ ଯାଚିଥିଲା ଜାଣି ନଥିବା କହିଛନ୍ତି।  

ଏପଟେ କୋଲକାତା ଆରଜି କର ମେଡିକାଲ୍ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଦୁର୍ନୀତି ମାମଲାରେ କୋଲକାତା ହାଇକୋର୍ଟ ଦେଇଥିବା ସିବିଆଇ ତଦନ୍ତ ନିର୍ଦ୍ଦେଶ ବିରୋଧରେ ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। 

Advertisment

ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆର୍ଥିକ ଅନିୟମିତତା ଅଭିଯୋଗ ସମ୍ପର୍କିତ ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ କରିବା ଅଧିକାର ସନ୍ଦୀପ ଘୋଷଙ୍କର ନାହିଁ। ସେପଟେ ସନ୍ଦୀପ ଘୋଷ କହିଛନ୍ତି, ସେ ତଦନ୍ତ ବିରୋଧୀ ନୁହଁନ୍ତି। କିନ୍ତୁ କୋଲକାତା ହାଇକୋର୍ଟ ତାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ଆପତ୍ତି ଉଠାଇଛନ୍ତି। ଆରଜି କର ଦୁଷ୍କର୍ମ ଘଟଣା ସହିତ ତାଙ୍କୁ ଯୋଡିବା ଅନ୍ୟାୟ ବୋଲି ସନ୍ଦୀପ ଘୋଷ କହିଛନ୍ତି। 

Doctors Kolkata
Advertisment
Advertisment