Advertisment

ଅଭୟାଙ୍କ ପାଇଁ ଅଭୁତପୂର୍ବ ପ୍ରତିବାଦ; ସାରା ରାତି ଉଜାଗର ରହି କୋଲକାତାବାସୀଙ୍କ ବିକ୍ଷୋଭ

କୋଲକାତା ସହରର ସାରା ବ୍ୟାପିଗଲାଣି ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ପୀଡ଼ିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତକାଲି କୋଲକାତା ବ୍ୟାପୀ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ।

author-image
Sujit kumar Swain
ଅଦ୍ୟତନ ହୋଇଛି
Kolkata residents switch off lights

Kolkata residents switch off lights

କୋଲକାତା ପୀଡ଼ିତା ଅଭୟାଙ୍କ ପାଇଁ ଅଭୁତପୂର୍ବ ପ୍ରତିବାଦ; ସାରା ରାତି ଉଜାଗର ରହି କୋଲକାତାବାସୀଙ୍କ ବିକ୍ଷୋଭ ଆନ୍ଦୋଳନ। ସାରା ରାତି ଉଜାଗର ରହି ନ୍ୟାୟ ମାଗୁଛନ୍ତି ସାଧାରଣ ଲୋକେ। କୋଲକାତା ସହର ସାରା ବ୍ୟାପିଗଲାଣି ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଅଭୟାକାଣ୍ଡର ଦୃଢ଼ ପ୍ରତିବାଦ ଓ ପୀଡ଼ିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତକାଲି କୋଲକାତା ବ୍ୟାପୀ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ। 

Advertisment

ସେପଟେ ଅଭୟାଙ୍କ ନ୍ୟାୟ ଦାବିରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନରେ କାଲି ସାମିଲ ହୋଇଥିଲେ ଅଭୟାଙ୍କ ପରିବାର ସଦସ୍ୟ। କୋଲକାତାର ବିଭିନ୍ନ ସ୍ଥାନରେ ଗତକାଲି ଲାଇଟ୍ ଅଫ କରି ଲୋକେ ପ୍ରତିବାଦ ଜଣାଇଥିଲେ। ସହରବ୍ୟାପି ଲାଇଟ୍ ବନ୍ଦ କରାଯିବା ସହ ବିକ୍ଷୋଭ କରାଯାଇଥିଲା। ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦା ବୋସ ମଧ୍ୟ ଲାଇଟ୍ ବନ୍ଦ କରି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। 

Advertisment

ସେପଟେ କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫିଟୁଛି ଗୁମର। ସାଂଘାତିକ କଥା କହିଛନ୍ତି ସେଦିନ ଆରଜି କରରେ ଡ୍ୟୁଟିରେ ଥିବା ଡାକ୍ତର ତାପସ ପ୍ରମାଣିକ। ଅଗଷ୍ଟ ୯ ତାରିଖ ରାତିରେ ଏମର୍ଜେନ୍ସୀ ବିଭାଗରେ ସେ ଡ୍ୟୁଟି କରୁଥିଲେ। ରାତି ୧୧ଟା ୪୫ମିନିଟରେ କିଛି ଗୋଟିଏ ଘଟଣା ଘଟିଛି ବୋଲି ଗ୍ରୁପରେ ସୂଚନା ପାଇଥିଲେ।

ପ୍ରଥମେ ଛାତି ରୋଗ ବିଭାଗରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ପାଇଥିଲେ ତାପସ। କିନ୍ତୁ ପରଦିନ ସକାଳ ୧୦ଟା ବେଳେ ସେହି ବିଭାଗର ବିଭାଗୀୟ ମୁଖ୍ୟ କହିଥିଲେ, ଜଣେ ପିଜି ଟ୍ରେନି ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏସଓପି ଅନୁସାରେ ମୃତଦେହକୁ ଏମର୍ଜେନ୍ସୀ ବିଭାଗକୁ ଅଣାଯାଇଥିଲା। ପରିବାର ଲୋକଙ୍କୁ କଲ୍ କରି ସୂଚନା ଦିଆଯାଇଥିଲା। ତେବେ ଏତେବଡ଼ ଘଟଣା ଘଟିଥିଲେ କି କେହି କେମିତି ଜାଣି ପାରିଲେ ନାହିଁ ବୋଲି କହିଛନ୍ତି ତାପସ ପ୍ରମାଣିକ। ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷ ଯେଉଁଭଳି ଭାବରେ ମାମଲାକୁ ପରିଚାଳନା କଲେ ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

Protests Kolkata
Advertisment
Advertisment