• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଦିନକୁ ଦିନ ତେଜିବାରେ ଲାଗିଛି କୋଲକାତା ଅଭୟାକାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ। ଆଜି ଘଟଣାକୁ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଜୁନିୟର୍ ଡାକ୍ତର ସଂଘ। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ମାମଲାରେ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଉପରୁ ଭରସା ହରାଇଛନ୍ତି ଜୁନିୟର୍ ଡାକ୍ତର ସଂଘ । ତେଣୁ ସିଧାସଳଖ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁଙ୍କୁ ହସ୍ତକ୍ଷେପ କରିବାକୁ ନିବେଦନ ଜଣାଇଛନ୍ତି ଡାକ୍ତର ।

ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନାକୁ କରିବାକୁ ଡାକ୍ତର ସଂଘ ମନା କରିଥିଲା।  ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ଫେରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏପରିକି ଆଜି ରାଜ୍ୟପାଳ ବି ମମତାଙ୍କ ସହ କୌଣସି ସରକାରୀ ମଞ୍ଚରେ ବସିବାକୁ ମନା କରିଛନ୍ତି ।  ଏହାପରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ ମମତା । କହିଥିଲେ, ''ମୋ ପାଇଁ ପଦ ବଡ଼ ନୁହେଁ, ମୁଁ ନ୍ୟାୟ ଚାହୁଁଛି'' । ଏହାସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ କହିଥିଲେ ମମତା ବାନାର୍ଜୀ । 

ଆରଜି କର ମେଡିକାଲ୍‌ କଲେଜ ଘଟଣାକୁ ନେଇ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଥମିବାର ନାଁ ନେଉନି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର । କୋଲକାତାର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରାଦେଶରେ ଆକ୍ରୋଶ ଦେଖାଦେଇଛି । ପଶ୍ଚିମବଙ୍ଗ ସରକାରକୁ ସବୁ ମହଲରେ ସମାଲୋଚିତ ହେବାକୁ ପଡ଼ିଛି । ଏମିତି କି ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । କୋଲକାତା ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ପଶ୍ଚିମବଙ୍ଗ ସରକାରକୁ କଡ଼ା ଭତ୍ସନା କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now