/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724663510.jpg)
Bengali Actor Payel Mukherjee
ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ କୋଲକାତା ! ଦିଦିଙ୍କ ରାଜ୍ୟରେ ପୁଣି ମହିଳାଙ୍କୁ ଦୁର୍ବ୍ୟବହାର ! ବିଳମ୍ବିତ ରାତିରେ ଅଭିନେତ୍ରୀଙ୍କ କାର୍ ଅଟକାଇଲେ, ଡୋର୍ ଖୋଲିବାକୁ କହିଲେ । ଅଭିନେତ୍ରୀ କାର୍ର ଡୋର୍ ନଖୋଲିବାରୁ ଭାଙ୍ଗିଲେ କାଚ । କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶ ଜଳୁଥିବାବେଳେ ପୁଣି ସେହି କୋଲକାତା ଛାତି ଉପରୁ ଆସିଛି ଏପରି ଏକ ଅଭାବନୀୟ ଖବର ।
ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ନାୟ ପାଇଁ ସାରା କୋଲକାତାର ମହିଳା ମାନଙ୍କ ନିଦ ହଜିଯାଇଥିବା ବେଳେ ପୁଣି ଏଭଳି ଖବର ସାମ୍ନାକୁ ଆସିବା, ଯାହା ସମସ୍ତଙ୍କ ଚିନ୍ତାର କାରଣ ହୋଇଛି । ଏ ସବୁକୁ ଦେଖିଲେ ଯେମିତି ମମତା ଦିଦିଙ୍କ ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି । ଆଉ ମହିଳାଙ୍କ ସୁରକ୍ଷାକୁ ନେଇ ଦିଦି ସରକାରଙ୍କ ଉପରେ ଉଠୁଛି ପୁଳାପୁଳା ପ୍ରଶ୍ନ ।
If even a high-profile actress like Payel Mukherjee can be attacked in broad daylight on Kolkata's Southern Avenue, then how come normal people can survive under Mamata Banerjee’s governance.
Was Kolkata not reclaimed as the safest "city" for women!? pic.twitter.com/IzNckKjvZn
— Keshav Soni (@ImKeshavSoni) August 24, 2024
ଅଭିନେତ୍ରୀ ପାୟଲ ମୁଖାର୍ଜୀ କୌଣସି କାମରେ ବାହାରକୁ ଯିବା ସମୟରେ ତାଙ୍କ ସହ ଏହି ଘଟଣା ଘଟିଛି । ଜଣେ ଯୁବକ ହଠାତ୍ ବାଇକ୍ରେ ଆସି ତାଙ୍କ କାର୍ର ଡୋର୍ ଖୋଲିବାକୁ କହିଥିଲେ । ହେଲେ ସେ ଡୋର୍ ନଖୋଲିବାରୁ ତାଙ୍କ ଗାଡ଼ିର କାଚ ଭାଙ୍ଗିଥିବା ସେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲେ ବି କୋଲକତାରେ ମହିଳା କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି ।
ବର୍ତ୍ତମାନ ସୋସିଆଲ ମିଡିଆରେ ପାୟଲଙ୍କ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଟିଏମ୍ସି ସରକାରକୁ ଘେରିଛି ବିଜେପି । ବିଜେପି ଏହି ଭିଡିଓକୁ ସୋସିଆଲ ମିଡିଆ ‘X’ ରେ ସେୟାର କରି ମହିଳାଙ୍କ ସୁରକ୍ଷା କଥା ଉଠାଇବା ସହ ମମତା ସରକାରଙ୍କୁ ତାତ୍ସଲ୍ୟ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)