/odishatv-khabar/media/post_attachments/uploadimage/library/16_9/16_9_0/suit_case_1744460556.jpg)
suit case
ପ୍ରେମିକାକୁ ବୟେଜ ହଷ୍ଟେଲ ଭିତରକୁ ଆଣିବା ପାଇଁ ଏକ ଅଭିନବ ଉପାୟ ଆପଣେଇଥିଲା ଜଣେ ଯୁବକ। ନିଜ ପ୍ରେମିକାକୁ ହଷ୍ଟେଲ ରୁମକୁ ନେବା ପାଇଁ ଯୁବକ ଜଣଙ୍କ ତାକୁ ଏକ ବଡ ଟ୍ରଲି ବ୍ୟାଗରେ ଭର୍ତ୍ତି କରିଥିଲେ। ତେବେ ସୁରକ୍ଷା କର୍ମୀ ଧରି ପକାଇବା କାରଣରୁ ଯୁବକର ଯୋଜନା ଫସର ଫାଟି ଯାଇଥିଲା। ଏହା ସହିତ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ହରିଆଣାର ସୋନିପତ ଜିଲ୍ଲାରେ ଥିବା ଘରୋଇ ଓପି ଜିନ୍ଦଲ ବିଶ୍ବ ବିଦ୍ୟାଳୟରେ ଏମିତି ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣଙ୍କ ଟ୍ରଲି ବ୍ୟାଗ ନେଇ ଆସୁଥିବା ବେଳେ ସୁରକ୍ଷା କର୍ମୀ ଅଟକାଇଥିଲେ। ତେବେ ସୁରକ୍ଷାକର୍ମୀ କାହିଁକି ବ୍ୟାଗ ଚେକ କରିବାକୁ ନିଷ୍ପତ୍ତି ନେଲେ ତାହାର କାରଣ ଜଣାପଡି ନାହିଁ।
ଯୁବକ ଜଣଙ୍କ ବ୍ୟାଗ ନେଇ ଯାଉଥିବା ବେଳେ ବ୍ୟାଗଟି ଏକ ଅସମାନ ସ୍ଥାନରେ ଛେଚି ହୋଇଥିଲା। ଯୁବତୀ ଜଣଙ୍କ ଭୟଭୀତ ହୋଇ ପାଟି କରିବାରୁ ସୁରକ୍ଷାକର୍ମୀ ବ୍ୟାଗ ଯାଞ୍ଚ କରିଥିଲେ। ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଯୁବକଙ୍କ ଟ୍ରଲି ବ୍ୟାଗରୁ ଯୁବତୀ ବାହାରିଥିଲେ।
#ସୁଟ୍କେସ୍_ଭିତରେ_ପ୍ରେମିକା
ପ୍ରେମିକାକୁ ସୁଟ୍କେସ୍ରେ ଲୁଚାଇଥିଲା ପ୍ରେମିକ । ହଷ୍ଟେଲରେ ଧରିଲେ ସିକ୍ୟୁରିଟି ଗାର୍ଡ । ଭାଇରାଲ ହେଉଛି ହରିୟାଣା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରର ଏଭଳି ଅଜବ କାରନାମାର ଭିଡିଓ। #viralvideo#Haryanauniversity#Student#BoysHostel#suitcase#OTVpic.twitter.com/mu5N7obDGf— ଓଟିଭି (@otvkhabar) April 12, 2025
ସେହିପରି ଟ୍ରଲିରୁ ଉଦ୍ଧାର ହୋଇଥିବା ଯୁବତୀ ଜଣଙ୍କ ସମାନ ବିଶ୍ବ ବିଦ୍ୟାଳୟର ଛାତ୍ରୀ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ। ଅନ୍ୟ ପକ୍ଷରେ ବିଶ୍ବ ବିଦ୍ୟାଳୟ ଲୋକ ସମ୍ପର୍କ ଅଧିକାରୀ ଏହାକୁ ଏକ ସାଧାରଣ ଘଟଣା କହି ଏଡାଇ ଯାଇଛନ୍ତି। ଏଠାରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡାକଡି ରହିଥିବା ବେଳେ ଏହାକୁ ନେଇ କୌଣସି ଅଭିଯୋଗ ହୋଇ ନ ଥିବା ସ୍ପଷ୍ଟ କରିଛନ୍ତି।
ତେବେ ଏହି ଘଟଣାର ଭିଡିଓ ଏକ୍ସରେ ଭାଇରାଲ ହେବା ପରେ ଏହାକୁ ନେଇ ଏକାଧିକ ୟୁଜର ମଜାଳିଆ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାଧାରଣ ସ୍ଥାନରେ ଥିବା କଟକଣା କାରଣରୁ ନିଜର ପ୍ରିୟଜନଙ୍କ ସହ ସମୟ ବିତାଇବା ପାଇଁ ଏଭଳି କାମ କରୁଛନ୍ତି ବୋଲି ଜଣେ ୟୁଜର ଲେଖିଛନ୍ତି।
ଯୁବକ ଜଣଙ୍କ ନିଜକୁ ଫିଲ୍ମରେ ଥିବା ଭାବି ନେଇଥିଲେ। ତେବେ ଗୋଟିଏ ହମ୍ପସ ଆସିବା ସହିତ ଯୁବକଙ୍କ ମିଶନ କୋଲାପ୍ସ ହୋଇ ଯାଇଥିଲା ବୋଲି ଜଣେ କମେଣ୍ଟ କରିଥିଲେ। ଅନ୍ୟ ଜଣେ ଲେଖିଥିଲେ ୱାର୍ଡେନଙ୍କ ଠାରୁ ଲୁଚାଇ ଖାଇବା ଆଣିବା ସହିତ ଲୁଚେଇ କରି ପ୍ରେମିକାକୁ ଆଣିବା ଏହା ଏକ ସ୍ପାଏ ଫିଲ୍ମର କାହାଣୀ ଠାରୁ କମ ନୁହେଁ। ପୂର୍ବରୁ ମଣିପାଲ ୟୁନିଭରସିଟିରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ନିଜକୁ ଟ୍ରଲିରେ ପୁରାଇ ଦେଇଥିବା ବେଳେ ୱାର୍ଡେନଙ୍କ ହାତରେ ଧରା ପଡିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)