Advertisment

କୋଲକାତା କାଣ୍ଡର ସାଂଘାତିକ ସତ; ଡ୍ୟୁଟିରେ ଥିବା ଡାକ୍ତର ଖୋଲିଲେ ଗୁମର

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫିଟୁଛି ଗୁମର। ସାଂଘାତିକ କଥା କହିଲେ ସେଦିନ ଆରଜି କରରେ ଡ୍ୟୁଟିରେ ଥିବା ଡାକ୍ତର ତାପସ ପ୍ରମାଣିକ।

author-image
Sonali Ojha
ଅଦ୍ୟତନ ହୋଇଛି
Dr Tapas Pramanik who was on duty at RG Kar Hospital raises serious questions

Kolkata doctor death

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫିଟୁଛି ଗୁମର। ସାଂଘାତିକ କଥା କହିଲେ ସେଦିନ ଆରଜି କରରେ ଡ୍ୟୁଟିରେ ଥିବା ଡାକ୍ତର ତାପସ ପ୍ରମାଣିକ। ଅଗଷ୍ଟ ୯ ତାରିଖ ରାତିରେ ଏମର୍ଜେନ୍ସୀ ବିଭାଗରେ ସେ ଡ୍ୟୁଟି କରୁଥିଲେ। ରାତି ୧୧ଟା ୪୫ମିନିଟରେ କିଛି ଗୋଟିଏ ଘଟଣା ଘଟିଛି ବୋଲି ଗ୍ରୁପରେ ସୂଚନା ପାଇଥିଲେ।

Advertisment

ପ୍ରଥମେ ଛାତି ରୋଗ ବିଭାଗରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ପାଇଥିଲେ ତାପସ।କିନ୍ତୁ ପରଦିନ ସକାଳ ୧୦ଟା ବେଳେ ସେହି ବିଭାଗର ବିଭାଗୀୟ ମୁଖ୍ୟ କହିଥିଲେ, ଜଣେ ପିଜି ଟ୍ରେନିଂ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏସଓପି ଅନୁସାରେ ମୃତଦେହକୁ ଏମର୍ଜେନ୍ସୀ ବିଭାଗକୁ ଅଣାଯାଇଥିଲା।

ଅଧିକ ପଢ଼ନ୍ତୁ: ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ‘ଅପରାଜିତା’ ବିଲ୍‌, ଦୁଷ୍କର୍ମକାରୀଙ୍କୁ ମିଳିବ କଡ଼ାଦଣ୍ଡ

Advertisment

ପରିବାର ଲୋକଙ୍କୁ କଲ୍ କରି ସୂଚନା ଦିଆଯାଇଥିଲା। ତେବେ ଏତେବଡ଼ ଘଟଣା ଘଟିଥିଲେ କି କେହି କେମିତି ଜାଣି ପାରିଲେ ନାହିଁ ବୋଲି କହିଛନ୍ତି ତାପସ ପ୍ରମାଣିକ। ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷ ଯେଉଁଭଳି ଭାବରେ ମାମଲାକୁ ପରିଚାଳନା କଲେ ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ତେବେ ଏହି ଘଟଣାରେ ତନାଘନା ଆରମ୍ଭ ହୋଇଛି। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟକୁ ଗରିଫ କରାଯାଇଥିବା ବେଳେ ଆଉ କିଏ ସଂପୃକ୍ତ ଅଛି ସେନେଇ ତଦନ୍ତ ଚାଲିଛି। ସେପଟେ ଆର୍ ଜି କର ହସ୍ପିଟାଲ୍ ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସସପେଣ୍ଡ କରିଛନ୍ତି ପଶ୍ଚିମବଙ୍ଗ ସରକାର। ସନ୍ଦୀପଙ୍କ ବିରୋଧରେ ଫୌଜଦାରୀ ମାମଲା ଚାଲିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି।

ମେଡିକାଲ କଲେଜରେ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସନ୍ଦୀପ ଘୋଷଙ୍କୁ ରିମାଣ୍ଡରେ ନେଇଛି ସିବିଆଇ। ସନ୍ଦୀପ ଘୋଷ ଏବଂ ତାଙ୍କୁ ସହାୟତା କରିଥିବା ଅନ୍ୟ ତିନିଜଣଙ୍କୁ ସିବିଆଇ କୋଲକାତା ସ୍ଥିତ ଅଲ୍ଲୀପୁର ଜଜ୍ କୋର୍ଟରେ ହାଜର କରିଥିଲା। କୋର୍ଟ ମାମଲାର ଶୁଣାଣି କରି ସମସ୍ତଙ୍କୁ ୮ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

ଅଧିକ ପଢ଼ନ୍ତୁ: କୋଲକାତାରେ କାମକରୁନି ଦିଦିଙ୍କ ଫର୍ମୁଲା; କେତେବେଳେ ବି ଭୁଶୁଡ଼ି ପଡିବ ମମତାଙ୍କ ସରକାର !

ସନ୍ଦୀପ ଘୋଷଙ୍କ ସହ ରିମାଣ୍ଡରେ ଯାଇଥିବା ଅନ୍ୟ ୩ ଜଣ ହେଲେ ବିପ୍ଲବ ସିଂହ, ସୁମନ ହଜାରା ଓ ଅଫସର ଅଲ୍ଲୀ ଖାନ୍। ଏହି ୪ ଅଭିଯୁକ୍ତଙ୍କୁ ଆସନ୍ତା ୧୦ ତାରିଖରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅଭିଯୁକ୍ତ ମାନଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଏହି ଅଭିଯୁକ୍ତ ମାନେ ସିବିଆଇ ରାଡାରକୁ ଆସିଥିଲେ।

Doctors Kolkata
Advertisment
Advertisment