ଭାରତୀୟ ଯୁବ ଖେଳାଳିମାନେ ଏବେ ଟି-୨୦ କ୍ରିକେଟ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଯେ ସେମାନଙ୍କ ମଧ୍ୟରେ ଟିମ୍କୁ ୨୦୨୪ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତାଇବାର ସାମର୍ଥ୍ୟ ରହିଛି କି?
ଏହାରି ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟି-୨୦ ବିଶ୍ୱକପ୍ରେ ଭାରତୀୟ ଦଳର ଅଧିନାୟକ କିଏ ହେବେ। ତାହାକୁ ନେଇ ଏବେ ଚିତ୍ର ସ୍ପଷ୍ଟ ହୋଇନାହିଁ । ଯଦିଓ ରୋହିତ ଶର୍ମା ତିନୋଟି ଫର୍ମାଟରେ ଅଧିନାୟକ ଅଛନ୍ତି, କିନ୍ତୁ ବିଗତ ଏକ ବର୍ଷ ମଧ୍ୟରେ ସେ ଗୋଟିଏ ବି ଟି-୨୦ ମ୍ୟାଚ୍ ଖେଳିନାହାନ୍ତି।
ଭାରତୀୟ ଟି-୨୦ ଟିମ୍ର ‘ନୂଆ ଫିନିଶର୍’ ଭାବେ ରିଙ୍କୁ ସିଂହଙ୍କ ଅଭ୍ୟୁଦୟ ହୋଇଛି। ଏବେ ପ୍ରଶ୍ନ ଉଠୁଛି, ଭାରତର ଟି-୨୦ ବିଶ୍ୱକପ୍ ଟିମ୍ରେ ସୁଯୋଗ ପାଇବେ କି ଏହି ବିସ୍ଫୋରକ ବାମହାତି ବ୍ୟାଟର୍?
ଆଜି ରାୟପୁରରେ ଖେଳାଯାଇଥିଲା ଚତୁର୍ଥ ଟି-୨୦। ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ। ପ୍ରଥମେ ବ୍ୟାଟିଂ ଭାରତ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ବିନିମୟରେ ୧୭୪ ରନ୍ କରିଥିଲା।
ଆଜି ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇତିହାସ ରଚିଛି ନେପାଳ। ମଙ୍ଗୋଲିଆ ବିପକ୍ଷରେ ୩ ୱିକେଟ ହରାଇ ୩୧୪ ରନର ବିଶାଳ ସ୍କୋର କରିଛି ନେପାଳ। ଯାହା ଅର୍ନ୍ତଜାତୀୟ ଟି-୨୦ ଇତିହାସରେ ସବୁଠାରୁ ବଡ଼ ସ୍କୋର। ୩୦୦ରୁ ଅଧିକ ସ୍କୋର କରିବାରେ ନେପାଳ ହେଉଛି ପ୍ରଥମ ଦଳ।
ଆଜିର ମ୍ୟାଚ୍ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ପ୍ରଥମ ଟି-୨୦ରେ ଭାରତ ପ୍ରଥମ ୧୫ ଓଭରରେ ୪ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା ।
ବିସିସିଆଇ ପକ୍ଷରୁ ଘୋଷିତ ତାଲିକାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି।
ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଭାରତ ମୁକୁଟର ଦାବିଦାରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତେବେ ଭାରତର ସମ୍ଭାବନା କେତେ? କ୍ଷୁଦ୍ରତମ ଫର୍ମାଟ୍ରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ବିଶ୍ୱ ଚାମ୍ପିଅନ୍ ହୋଇପାରିବ କି?
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଟିମ୍ର ଅଧିନାୟକ ଦାୟିତ୍ୱ ଦେଇ ବିସିସିଆଇ ଏକ ଉଚିତ ନିଷ୍ପତ୍ତି ନେଇଛି। ହାର୍ଦ୍ଦିକଙ୍କ ନେତୃତ୍ୱକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା। ତେବେ ଅଧିନାୟକ ଭାବେ ସେ ବେଶୀ ଦୂର ଯାଇ ନାହାନ୍ତି। ଆଗକୁ ସେ ଅନେକ ପରୀକ୍ଷାର ସମ୍ମୁଖୀନ ହେବେ।
ଟି-୨୦ ଆନ୍ତର୍ଜାତିକରେ ରିଷଭ ପନ୍ତଙ୍କ ବ୍ୟାଟିଂ ବିଫଳତା ଏକ ପୁରୁଣା ସମସ୍ୟା । ଏହି ଯୁବ ଖେଳାଳି କ୍ରିକେଟର କ୍ଷୁଦ୍ରତମ ଫର୍ମାଟ୍ ପାଇଁ କ’ଣ ଫିଟ୍ ନୁହନ୍ତି? ଏ ପ୍ରଶ୍ନ ଏବେ ଟିମ୍ ମ୍ୟାନେଜ୍ମେଣ୍ଟ ପାଇଁ ଚିନ୍ତାର ବିଷୟ; ଆଗକୁ ଗଢ଼ା ହେବାକୁ ଥିବା ନୂଆ ଚୟନ କମିଟିକୁ ମଧ୍ୟ ଏହା ଆନ୍ଦୋଳିତ କରିବ।
ଚର୍ଚ୍ଚା ହେଉଛି ଯେ ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମାଙ୍କ ସମୟ ଶେଷ ହୋଇଯାଇଛି। କେବଳ ନେତୃତ୍ୱ ଛାଡ଼ିବାର ସମୟ ଆସିନି, ଟିମ୍ରେ ଆଉ ତାଙ୍କର ସ୍ଥାନ ନାହିଁ। ଭାରତୀୟ ଟି-୨୦ ଟିମ୍ର ଭବିଷ୍ୟତ ଦୃଷ୍ଟିରୁ ରୋହିତଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ବାଟ ଛାଡ଼ିବାକୁ ହେବ, ଅନ୍ୟଥା ସେମାନଙ୍କୁ ଟିମ୍ରୁ କାଢ଼ି ଦିଆଯିବ।
ଯଦିଓ ବିଶ୍ୱକପ୍ ମ୍ୟାଚ୍ରୁ ଟିମ୍ ଇଣ୍ଡିଆ ବାଦ୍ ପଡ଼ିଛି ହେଲେ ଟୁର୍ଣ୍ଣାମେଣ୍ଟରେ ଏବେ ବି ଟିମ୍ ଇଣ୍ଡିଆର ଜଲୱା କାଏମ ରହିଛି। ଯଦିଓ ଭାରତ ଟାଇଟଲ୍ ଜିତିପାରି ନାହିଁ, ହେଲେ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ଆୱାର୍ଡ ଜିତିପାରେ ବୋଲି କୁହାଯାଉଛି।
ଟିମ୍ ଇଣ୍ଡିଆ କ’ଣ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ଲାଗି ଯୋଗ୍ୟ ଥିଲା? ନିଜ ବ୍ୟାଟିଂରେ ନିରାଶ କରିଥିବା ରୋହିତଙ୍କ ନେତୃତ୍ୱ-ଦକ୍ଷତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ବିଫଳତା ପାଇଁ ରୋହିତ କେତେ ମାତ୍ରାରେ ଦାୟୀ? ଏବେ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ ନେତୃତ୍ୱ ଦିଆଯିବା ଆବଶ୍ୟକ କି?
ଯଦି ନେଦରଲାଣ୍ଡ ସହ ଭାରତର ମୁକାବିଲା ରଦ୍ଦ ହୋଇଯିବ, ତା’ହେଲେ ଟିମ୍ ଇଣ୍ଡିଆକୁ ନେଦରଲାଣ୍ଡ ସହ ପଏଣ୍ଟ ଶେଆର କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆକୁ ସେମିଫାଇନାଲରେ ପହଞ୍ଚିବା ପାଇଁ କଷ୍ଟକର ହେବ କି ?
ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ BCCIର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି(Sourav Ganguly) ବିଶ୍ୱକପ୍ର ସେମିଫାଇନାଲ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି।
ନା ଆମ ପାଖରେ ଅଷ୍ଟ୍ରେଲୀୟ ପିଚ୍ରେ ଖେଳିବାରେ ଅଭିଜ୍ଞ ରେଡିମେଡ୍ ପେସର୍ ଅଛନ୍ତି ନା (ଅନଭିଜ୍ଞ) ଯୁବ ବୋଲରଙ୍କ ଠାରୁ ସେଠାରେ କୌଣସି କମାଲ୍ ଆଶା କରାଯାଉଛି। ତା’ହେଲେ ରୋହିତ ସେନା ଟି-୨୦ ବିଶ୍ୱକପ୍ ଜିତିବ କେମିତି?
ଟି-୨୦ ବିଶ୍ୱକପ୍ରେ ‘ଏସିଆ କପ୍ ସମସ୍ୟା’କୁ ଖେଳିବ ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆରେ ଚୂଡ଼ାନ୍ତ ଏକାଦଶରେ ନ ଥିବେ ଦୁଇ ପ୍ରମୁଖ ଖେଳାଳି - ପେସର୍ ଯଶପ୍ରୀତ ବୁମ୍ରା ଓ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା। ଏପରି ସ୍ଥିତିରେ ରୋହିତ ସେନା କ’ଣ ବିଶ୍ୱକପ୍ ଜିତିପାରିବ?
ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଟିମ୍ରେ ସ୍ଥାନ ପାଇ ନାହାନ୍ତି ଦ୍ରୁତ ବୋଲର୍ ମହମ୍ମଦ ଶାମୀ। ଏଥିପାଇଁ ଚୟନକାରୀଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ଏହି ଅଭିଜ୍ଞ ଓ ଫିଟ୍ ପେସର୍ଙ୍କୁ କାହିଁକି ବାରମ୍ବାର ଅଣଦେଖା କରାଯାଉଛି? ଏସିଆ କପ୍ ବିଫଳତା କ’ଣ କିଛି ଶିକ୍ଷା ଦେଲା ନାହିଁ?
ICC ଟି-୨୦ ବିଶ୍ୱକପ ପାଇଁ ଦଳ ଭାରତୀୟ ଦଳ ଘୋଷଣା କଲା BCCI ।
ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୨ ପୂର୍ବରୁ ଏସିଆ କପ୍ ପ୍ରସ୍ତୁତି ସଦୃଶ ଥିଲା। କିନ୍ତୁ ମନେ ହେଉଥିଲା ଯେମିତି ଟିମ୍ ଇଣ୍ଡିଆ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ଥିଲା। ଏବେ ଭୟ ଘାରିଲାଣି, ଟି-୨୦ ମହାକୁମ୍ଭରେ ଏସିଆ କପ୍ ଦଶା ଭୋଗିବନି ତ ରୋହିତ ସେନା?
କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ଜୁନ୍ ୧୨ ତାରିଖରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।
ଆସନ୍ତା ଜୁନ୍ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ସୂଚନା ଦିଆଯାଇଛି।
ଏହି ସମୟରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଏବଂ ସନରାଇଜର୍ସ ହାଇଦ୍ରାବାଦର ରସିଦ ଖାନ ବଡ଼ ବିବାଦରେ ଫସିଛନ୍ତି । ବିସିସିଆଇ ଏହି ମାମଲାର ଯାଞ୍ଚ କରୁଛି । ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଏହି ଦୁଇ ଖେଳାଳିଙ୍କୁ ଟି-୨୦ ଲିଗ୍ ଖେଳିବାରୁ ବ୍ୟାନ୍ କରାଯାଇପାରେ ।
ଏହା ଭିତରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ସେ ପ୍ରଥମେ ଦଳରେ ସ୍ଥାନ ପାଇନଥିଲେ ।
JSCA International Stadiumରେ ଆଜି ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ