Advertisment

ଟି-୨୦ ବିଶ୍ୱକପ୍‌‌‌: ଫାଇନାଲ୍‌ ମ୍ୟାଚ୍‌ ନଖେଳି ମଧ୍ୟ ଜଲ୍‌ୱା ଦେଖାଇପାରେ ଭାରତ

ଯଦିଓ ବିଶ୍ୱକପ୍‌ ମ୍ୟାଚ୍‌ରୁ ଟିମ୍‌ ଇଣ୍ଡିଆ ବାଦ୍‌ ପଡ଼ିଛି ହେଲେ  ଟୁର୍ଣ୍ଣାମେଣ୍ଟରେ ଏବେ ବି ଟିମ୍‌ ଇଣ୍ଡିଆର ଜଲୱା କାଏମ ରହିଛି। ଯଦିଓ ଭାରତ ଟାଇଟଲ୍‌ ଜିତିପାରି ନାହିଁ, ହେଲେ ଟିମ୍‌ ଇଣ୍ଡିଆ ନିଶ୍ଚିତ ଭାବେ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ୍‌ ଆୱାର୍ଡ ଜିତିପାରେ ବୋଲି କୁହାଯାଉଛି।

author-image
Rajalaxmi Sahoo
T20 World Cup 2022: ICC Short List Nine Players For The Player Of The Tournament Award

T20 World Cup 2022: ICC Short List Nine Players For The Player Of The Tournament Award

ଟି-୨୦ ବିଶ୍ୱକପ୍‌‌‌(T20 World Cup 2022) ସେମିଫାଇନାଲରେ ଇଂଲଣ୍ଡଠୁ ହାରିବା ପରେ ଟିମ୍‌ ଇଣ୍ଡିଆର ଫାଇନାଲ୍‌କୁ ଯିବା ଆଶା ଧୂଳିସାତ୍‌ ହୋଇଯାଇଛି।ସେମିଫାଇନାଲରେ ଭାରତକୁ ୧୦ ୱିକେଟ୍‌ରେ ହରାଇ  ଇଂଲଣ୍ଡ ଫାଇନାଲ୍‌କୁ ଯାଇଛି। ଯଦିଓ ବିଶ୍ୱକପ୍‌ ମ୍ୟାଚ୍‌ରୁ ଟିମ୍‌ ଇଣ୍ଡିଆ ବାଦ୍‌ ପଡ଼ିଛି ହେଲେ  ଟୁର୍ଣ୍ଣାମେଣ୍ଟରେ ଏବେ ବି ଟିମ୍‌ ଇଣ୍ଡିଆର ଜଲୱା କାଏମ ରହିଛି। ଯଦିଓ ଭାରତ ଟାଇଟଲ୍‌ ଜିତିପାରି ନାହିଁ, ହେଲେ ଟିମ୍‌ ଇଣ୍ଡିଆ ନିଶ୍ଚିତ ଭାବେ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ୍‌ ଆୱାର୍ଡ ଜିତିପାରେ ବୋଲି କୁହାଯାଉଛି।

Advertisment

ଆଇସିସି Short List ରେ ଏହି ଖେଳାଳିଙ୍କ ନାଁ...

ଇଣ୍ଟରନ୍ୟାସନାଲ୍‌ କ୍ରିକେଟ କାଉନସିଲ୍‌(ICC) ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ୍‌ ଆୱାର୍ଡ ପାଇଁ ୯ ଜଣ ଖେଳାଳିଙ୍କୁ ଚୟନ କରିଛି। ଏହି ଲିଷ୍ଟରେ ପ୍ରଥମେ ବିରାଟ କୋହଲିଙ୍କ ନାଁ ଥିବାବେଳେ ଦ୍ୱିତୀୟରେ ସୂର୍ଯ୍ୟକୁମାର ଯାଦବଙ୍କ ନାଁ ରହିଛି। ଭୋଟିଂ ଆଧାରରେ ଏହି ୯ ଜଣ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବ ଓ ତାଙ୍କୁ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ୍‌ ଆୱାର୍ଡ ପ୍ରଦାନ କରାଯିବ। ଟିମ୍‌ ଇଣ୍ଡିଆ ଖାତାକୁ ଏହି ଆୱାର୍ଡ ଆସିବାର ଅଧିକ ସମ୍ଭାବନା ରହିଛି। ଚଳିତ ଟି-୨୦ ବିଶ୍ୱକପ୍‌ରେ ବିରାଟ କୋହଲି ୬ ମ୍ୟାଚ୍‌ ଖେଳି ୨୯୬ ରନ୍‌ କରିଛନ୍ତି ଓ ତାଙ୍କର ଆଭ୍‌ରେଜ୍‌ ୯୮.୬୬ ରହିଛି। ସୂର୍ଯ୍ୟକୁମାର ଯାଦବ ମଧ୍ୟ ୬ଟି ମ୍ୟାଚ୍‌ ଖେଳିଛନ୍ତି। ସେ ୨୩୯ ରନ୍‌ କରିଛନ୍ତି ଓ ଆଭରେଜ୍‌ ୫୯.୭୫ ରହିଛି। 

ଲିଷ୍ଟ୍‌ରେ ଅଛି ଏହି ୯ ଖେଳାଳିଙ୍କ ନାଁ...

ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ୍‌ ଆୱାର୍ଡ ପାଇଁ Short List ହୋଇଥିବା ଖେଳାଳିଙ୍କ ମଧ୍ୟରେ ଟିମ୍‌ ଇଣ୍ଡିଆର ୨ ଜଣ, ପାକିସ୍ତାନର ୨ ଜଣ, ଇଂଲଣ୍ଡର ୩ ଜଣ, ଜିମ୍ବାୱେର ଜଣେ ଓ ଶ୍ରୀଲଙ୍କାର ଜଣେ ଖେଳାଳିଙ୍କ ନାଁ ରହିଛି।

Advertisment

  1. ବିରାଟ କୋହଲି

  • ସୂର୍ଯ୍ୟକୁମାର ଯାଦବ
  • ଶାଦାବ ଖାନ୍‌
  • ଶାହିନ ଆଫ୍ରିଦି
  • ସାମ୍‌ କୁରେନ୍‌
  • ଜୋଶ ବଟଲର୍‌
  • ଆଲେକ୍ସ ହେଲ୍ସ
  • ଶିକନ୍ଦର ରାଜା
  • ୱାନିଣ୍ଡୁ ହସ୍‌ରଙ୍ଗ
  • ରବିବାର ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌...

    ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୧୩ରେ ମେଲବର୍ଣ୍ଣରେ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଟାଇଟଲ୍‌ ଜିତିବା ପାଇଁ ମୁହାଁମୁହିଁ ହେବେ ଉଭୟ ଟିମ୍‌। ଇଂଲଣ୍ଡକୁ ଫେଭରେଟ୍‌ ଟିମ୍‌ ବୋଲି କୁହଯାଉଥିବା ବେଳେ ପାକିସ୍ତାନୀ ଟିମ୍‌ରେ ମଧ୍ୟ ଭଲ ଖେଳାଳି ଅଛନ୍ତି। ସେମିଫାଇନାଲ୍‌ରେ ଇଂଲଣ୍ଡ, ଟିମ୍‌ ଇଣ୍ଡିଆକୁ ହରାଇ ଥିବାବେଳେ ପାକିସ୍ତାନ, ନ୍ୟୁଜିଲାଣ୍ଡକୁ ହରାଇଥିଲା। 

    Suryakumar Yadav Virat Kohli ICC T20 World Cup 2022
    Advertisment
    Advertisment