ଆଜିଠୁ ଆରମ୍ଭ ହେଉଛି ନ୍ୟୁଜିଲାଣ୍ଡ-ଭାରତ ତିନି ଟିକିଆ ବିଶିଷ୍ଟ ଟି-୨୦ ସିରିଜ୍.. ନୂଆ କୋଚ୍ ରାହୁଲ ଦ୍ରାବିଡ଼, ନୂଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଟିମ୍ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇବ..
ଫର୍ମକୁ ଫେରିଛି ଭାରତ । ଆଫ୍ଗାନିସ୍ତାନ ବିରୋଧରେ ଦମ୍ଦାର ପ୍ରଦର୍ଶନ । ଟି-୨୦ ବିଶ୍ୱକପ୍ରେ ଭାରତର ପ୍ରଥମ ବିଜୟ । ଆଫ୍ଗାନିସ୍ତାକୁ ୬୬ ରନ୍ରେ ହରାଇଲା ଭାରତ ।
କର ବା ମର ଲଢେଇରେ ସାମ୍ନାସାମ୍ନି ହେବେ ବାଂଲାଦେଶ-ୱେଷ୍ଟଇଣ୍ଡିଜ। ଉଭୟ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ଦୁଇଟି ଲେଖାଏଁ ପରାଜୟ ବରଣ କରିସାରିଥିବାରୁ ଆଜିର ମ୍ୟାଚ ବେଶ୍ ଗୁରୁତ୍ୱ ବହନ କରୁଛି।
ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ସେ ଟି-୨୦ ବିଶ୍ୱକପରେ ଓପନିଂ କରିପାରନ୍ତି । ଅକ୍ଟୋବର ୧୭ରୁ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।
ଟି-୨୦ ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୧୪ ତାରିଖରେ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ୟୁଏଇରେ ମାତ୍ର ୧୦ ପ୍ରତିଶତ ଫ୍ୟାନଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି। ମିଡିଆ ରିପୋର୍ଟ ମୁତାବକ, ବିସିସିଆଇ ଓ ଏମିରେଟ୍ସ ବୋର୍ଡ ଫାଇନାଲରେ ବଡ଼ ସଂଖ୍ୟାରେ ଦର୍ଶକଙ୍କୁ ଡକାଇବାକୁ ଚାହାନ୍ତି।
ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି। ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ। ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି। ଏନେଇ ଟୁଇଟ୍ ଯୋଗେ ବିରାଟ କୋହଲି ସୂଚନା ଦେଇଛନ୍ତି।
ଟି -୨୦ ବିଶ୍ୱକପ୍ ୨୦୨୧ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଭାରତୀୟ ଚୟନକର୍ତ୍ତା ମୁମ୍ବାଇରେ ଟିମ୍ ଘୋଷଣା କରିଛନ୍ତି। ସବୁଠାରୁ ବଡ ଖବର ହେଉଛି ଆର୍ ଅଶ୍ୱିନଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କୁ ଦଳର ପରାମର୍ଶଦାତା କରାଯାଇଛି। ଦଳରେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଇଶାନ କିଶନଙ୍କ ଭଳି ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି।
ମେଲବର୍ଣ୍ଣ: ଚଳିତ ବର୍ଷ ଆଇସିସି ଟି-୨୦ ବିଶ୍ୱକପର ଆୟୋଜନ ହେବ କି ନାହିଁ, ତାହା ଆଶଙ୍କା ଭିତରେ ରହିଛି। ତେବେ ଆଇସିସି ବିଶ୍ୱକପ୍ ଆୟୋଜନ ନେଇ ନିଶ୍ଚିନ୍ତ ଅଛି। ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି, ଆମେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସେହିଭଳି ଯୋଜନା କରୁଛୁ, ଯେଉଁଭଳି ଭାବେ ଏହା ହେବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ କୌଣସି ନିଷ୍ପତ୍ତି ନେବା ସଅଳ ହୋଇଯିବ। ବର୍ତ୍ତମାନ ପରିସ୍ଥିତି ଯେଉଁଭଳି ବଦଳୁଛି, ତାକୁ ଆଖି ଆଗରେ ରଖି […]
ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଥିପାଇଁ ବେଟିଂ କରିବା ଅଭିଯୋଗରେ ୩ ଜଣ ବ୍ୟକ୍ତିଙ୍କୁ ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍ ଗିରଫ କରିଛି। ସେମାନେ ହେଲେ ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁରର ପିଚିକି ଇଶ୍ୱର ରାଓ, ଜେଲ୍ପେଟା ସାହିର ଡାଟି ରମେଶ ଓ ବାଉରୀ ଦାହିର ସନ୍ତୋଷ ବାଉରୀ।ସେମାନଙ୍କଠାରୁ ପୁଲିସ୍ ୧ଲକ୍ଷ ୨୬ ହଜାର ଟଙ୍କା, ୬ଟି ମୋବାଇଲ, ୩ଟି […]
ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେଉଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍ରେ ଟସ୍ ଜିତିଲା ଅଷ୍ଟ୍ରେଲିଆ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଦଳ। ମେଲ୍ବର୍ଣ୍ଣ ଗ୍ରାଉଣ୍ଡର ୱିକେଟ୍ ସୁବିଧାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ମେଗ୍ ଲାନିଂ। ଗ୍ରାଉଣ୍ଡର ଫାଇଦା ନେଇ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଉପରେ ଚାପ ପକାଇବା ପାଇଁ ଚାହୁଛି ଘରୋଇ ଦଳ। ଏଥିପାଇଁ ଆଗୁଆ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ଅନ୍ୟପଟେ […]
ମେଲବର୍ଣ୍ଣ: ଆଇସିସି ଟି-୨୦ ମହିଳା ବିଶ୍ୱକପର ଫାଇନାଲରେ ଆଜି ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ବ୍ରିଗେଡ। ମେଲବୋର୍ଣ୍ଣରେ ଏହି ମ୍ୟାଚ୍ ଖେଳାଯିବ। ଚମତ୍କାର ଫର୍ମରେ ଥିବା ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଟି- ୨୦ ମହିଳା ବିଶ୍ୱକପ୍ରେ ଫାଇନାଲ ମ୍ୟାଚ୍ ଖେଳୁଛି। ଭାରତର ବ୍ୟାଟ୍ସମ୍ୟାନ୍ ଶେଫାଳୀ ବର୍ମା, ସ୍ମୃତି ମାନନ୍ଧନା ଓ ଅଲରାଉଣ୍ଡର ଦିପ୍ତୀ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ତେଣୁ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଭାରତୀୟ ମହିଳା ଟିମ୍ ଆଇସିସି ଟି -୨୦ […]
ମେଲବର୍ଣ୍ଣ: ମହିଳା ଟି-୨୦ ବିଶ୍ୱକପ୍ରେ ଭାରତ ସହ ମୁକାବିଲା କରିବାକୁ ଅଣ୍ଟାଭିଡ଼ୁଥିବା ବେଳେ ଟିମ୍କୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍କା ଲାଗିଛି। ଲିଗ୍ ପର୍ଯ୍ୟାୟରୁ ଆହତ ହୋଇ ବେଞ୍ଚରେ ବସିଥିବା ଷ୍ଟାର ଅଲରାଉଣ୍ଡର ଏଲିସା ପେରୀ ଏବେ ୬ ମାସ ଯାଏ କ୍ରିକେଟ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ମ୍ୟାଚ୍ ଚାଲିଥିବା ବେଳେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ଏବେ ତାଙ୍କର ଅସ୍ତ୍ରୋପଚାର ହେବ। ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର ହେଲେ ସେ ଦୀର୍ଘ ୬ ମାସ ଯାଏ […]
ସିଡ୍ନୀ: ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପରେ ଆଜି ଭାରତର ସେମିଫାଇନାଲ୍ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ରେ ଇଂଲଣ୍ଡ ସହ ହେବ ମୁକାବିଲା କରିବ ଟିମ୍ ଇଣ୍ଡିଆରେ ଲେଡି ବ୍ରିଗେଡ୍। ଆଜି ସେମିରେ ବିଜୟୀ ହେଲେ ଭାରତ ପ୍ରଥମଥର ପାଇଁ ବିଶ୍ୱକପ୍ ଇତିହାସରେ ଫାଇନାଲ ଖେଳିବ। ଏହାପୂର୍ବରୁ ଖେଳାଯାଇଥିବା ବିଶ୍ୱକପର ୬ଟି ସଂସ୍କରଣରେ ଭାରତ କେବେବି ଫାଇନାଲରେ ପ୍ରବେଶ କରି ନାହିଁ। ତେବେ ଏଥର ଦମଦାର ପ୍ରଦର୍ଶନ କରି ଭାରତ ଟାଇଟଲ ଫେଭରାଇଟ୍ ହୋଇପାରିଛି। ଗ୍ରୁପ୍ […]
ମେଲବର୍ଣ୍ଣ: ମହିଳା ଟି୨୦ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ। ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ସହ ସେମି ଫାଇନାଲ୍ରେ ପ୍ରବେଶ କରିଛି ଓମେନ ବ୍ରିଗେଡ। ଆଜି ମେଲବୋର୍ଣ୍ଣରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ର ୪ ରନରେ ପରାସ୍ତ କରିଛି ଭାରତୀୟ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ଓ୍ୱିକେଟରେ ୧୩୩ ରନ୍ ସଂଗ୍ରହ କରିଥିଲା। ୧୬ ବର୍ଷିୟ ଓପନର ସେଫାଳି ବର୍ମା ଲଗାତାର ତୃତୀୟ ମ୍ୟାଚରେ […]
ସିଡନୀ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଅନ୍ତର୍ଜାତୀୟ ଟି–୨୦ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ସଙ୍କେତ ଦେଇଛନ୍ତି। ୱାର୍ଣ୍ଣର୍ କହିଛନ୍ତି, ସେ ଟେଷ୍ଟ ଓ ଦିନିକିଆ କ୍ୟାରିୟରକୁ ଆଗକୁ ବଢ଼ାଇବା ସହ ନିଜ ପରିବାର ସହ ଅଧିକ ସମୟ ବିତାଇବା ପାଇଁ ଆଗାମୀ କିଛି ବର୍ଷ ଭିତରେ ଟି–୨୦ କ୍ରିକେଟକୁ ଅଲବିଦା କହିପାରନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆର ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର୍ ଭାବେ ଆଲାନ୍ ବର୍ଡର ପଦକ ଜିତିବା ପରେ ୱାର୍ଣ୍ଣର ଭାବବିହ୍ୱଳ ହୋଇପଡ଼ିଥିଲେ। ୨୦୧୮ରେ […]
ମେଲବର୍ଣ୍ଣ: ଲଗାତାର ଦୁଇଟି ମ୍ୟାଚ୍ ହାରିଥିବା ଭାରତୀୟ ମହିଳା ଟିମ୍ ଚଳିତ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଜବରଦସ୍ତ କମବ୍ୟାକ୍ କରିଛି। ଶନିବାର ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ଭାରତର ଫାଇନାଲ୍ ଖେଳିବା ଆଶା ମଧ୍ୟ ଉଜ୍ଜୀବିତ ହୋଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆକୁ ଫାଇନାଲ୍ ଟିକେଟ୍ କାଟିବାକୁ ହେଲେ ପରବର୍ତ୍ତୀ ମ୍ୟାଚ୍ରେ ଇଂଲଣ୍ଡକୁ ହରାଇବାକୁ ପଡ଼ିବ। ଯଦି ଏହି ମ୍ୟାଚରେ ଅଷ୍ଟ୍ରେଲିଆ ହାରିଯାଏ, ତାହେଲେ ଭାରତ ଫାଇନାଲରେ […]
ହାମିଲଟନ୍: ହାମିଲଟନରେ ହାଇଭୋଲଟେଜ୍ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଐତିହାସିକ ସିରିଜ୍ ବିଜୟ ହାସଲ କରିଛି। ବୁଧବାର ସେଡନ୍ ପାର୍କରେ ଖେଳାଯାଇଥିବା ରୋମଞ୍ଚକର ମୁକାବିଲାରେ ରୋହିତ୍ ଶର୍ମା ସୁପର୍ ଓଭରରେ ଲଗାତାର ଦୁଇଟି ଛକା ମାରି ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେବା ସହ ଭାରତକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି। ମ୍ୟାଚ୍ ନିର୍ଦ୍ଧାରିତ ଓଭରରେ ଟାଇ ରହିବାରୁ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୭ ରନ୍ […]
ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ଏହି ଟିମ୍ରେ ନୂଆ ମୁହଁ ଭାବେ ବେଙ୍ଗଲର ଧୂଆଁଧାର ବ୍ୟଟ୍ସ ଓମ୍ୟାନ୍ ରିଚା ଘୋଷଙ୍କୁ ଦେଖିବାକୁ ମିଳିବ। ବିଶ୍ୱକପ୍ରେ ହରମନପ୍ରୀତ କୌର ଅଧିନାୟକ ହେବେ। ଏହି ବିଶ୍ୱକପ୍ ଫେବ୍ରୁଆରୀ ୨୧ ତାରିଖରେ ଅଷ୍ଟ୍ରେଲିଆରେ ଖେଳାଯିବ। ବିଶ୍ୱକପ୍ ଟିମ୍ରେ ହରିଆଣାର ୧୫ ବର୍ଷୀୟା ଶେଫାଳୀ ବର୍ମାଙ୍କୁ ସ୍ଥାନ ମିଳିଛି। ଏହା ତାଙ୍କ ଜୀବନର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ହେବ। ?Squad Announcement?@ImHarmanpreet […]
ଥିରୁଅନନ୍ତପୁରମ୍: ଦୁର୍ବଳ ଫିଲ୍ଡି ଓ ଖରାପ ବୋଲିଂ ସାଙ୍ଗକୁ ଲୋୟର୍ ମିଡଲ୍ ଅର୍ଡରରେ ନୈରାଶ୍ୟଜନକ ବ୍ୟାଟିଂ ଯୋଗୁ ଭାରତ ରବିବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ପରାସ୍ତ ହୋଇଛି। ବିଜୟ ସହ ୱେଷ୍ଟଇଣ୍ଡିଜ୍ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରି ଜବରଦସ୍ତ କମବ୍ୟାକ୍ କରିଛି। ସିରିଜର ନିର୍ଣ୍ଣାୟକ ତଥା ଅନ୍ତିମ ଟି-୨୦ ୧୧ ତାରିଖରେ ମୁମ୍ବାଇରେ ଖେଳାଯିବ। ଗ୍ରୀନ୍ ଫିଲ୍ଡ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜ୍ […]
ମୋହାଲି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ମୋହାଲିରେ ସନ୍ଧ୍ୟା ୭ଟାରେ ମ୍ୟାଚ ଆରମ୍ଭ ହେବ। ଧର୍ମଶାଳାରେ ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେଣୁ ଆଜିର ମ୍ୟାଚରେ ବିଜୟ ସହ ଘରୋଇ ସିଜିନ ଆରମ୍ଭ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ଟିମ୍ ଇଣ୍ଡିଆ ସବୁ ବିଭାଗରେ ଶକ୍ତିଶାଳୀ ରହିଛି। କ୍ୟାପ୍ଟେନ ବିରାଟ କୋହଲି, ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଉପରେ ବ୍ୟାଟିଂ ବିଭାଗ ନିର୍ଭର […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଟିମର ୧୫ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଏହି ସିରିଜ୍ ପାଇଁ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ସାମିଲ୍ କରାଯାଇନଥିବା ବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟିମକୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟି-୨୦ ସିରିଜ୍ ଖେଳିଥିବା ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ହାର୍ଦ୍ଦିକଙ୍କୁ ନିଆଯାଇଛି। ବିଶ୍ୱକପରେ ଅତିରିକ୍ତ କାର୍ଯ୍ୟଭାର ଯୋଗୁ ହାର୍ଦ୍ଦିକଙ୍କୁ ପୂରା […]