/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691291300.jpg)
India vs West Indies
ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍ । ଆଜିର ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ କୌଣସି ପରିବର୍ତ୍ତନର ସୂଚନା ନାହିଁ । ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ୫ ଟିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜ ଠାରୁ ୪ ରନରେ ହାରିଯାଇଥିଲା ।
ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ପ୍ରଥମ ଟି-୨୦ରେ ଭାରତ ପ୍ରଥମ ୧୫ ଓଭରରେ ୪ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା । କିନ୍ତୁ ପରେ ମାତ୍ର ୩୨ ରନ୍ ଭିତରେ ୫ଟି ୱିକେଟ୍ ହରାଇବାରୁ ପରାଜୟର ସାମ୍ନା କରିଥିଲା । ତେଣୁ ଆଜିର ମ୍ୟାଚ୍ ରେ ମିଡିଲ ଅର୍ଡରରେ ୱିକେଟ୍ ସମ୍ଭାଳି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।
ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ଉପଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ମଧ୍ୟ ପାଲଟିଛି । ସେପଟେ ଘରୋଇ ଟିମ୍ ଆଜିର ମ୍ୟାଚ୍ ଜିତି ସିରିଜ୍ ରେ ୨-୦ରେ ଲିଡ୍ କରିବାକୁ ଲକ୍ଷ୍ୟ ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)