Advertisment

Bats Under Scrutiny: କାହିଁକି ବ୍ୟାଟ୍ ଚେକ୍ କରୁଛନ୍ତି ଅମ୍ପାୟାର, ଭିଡିଓ ଭାଇରାଲ୍ ହେବା ପରେ ବଢ଼ିଲା ସନ୍ଦେହ

ମ୍ୟାଚ ଅଧାରେ ଅମ୍ପାୟାର ହଠାତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ ନେଇ ଏହାକୁ ଏକ ବ୍ୟାଟ ଗଜ ସେପର ମଧ୍ୟରେ ଭର୍ତ୍ତି କରିଥିଲେ। ପୂର୍ବରୁ ଅନେକ ସମୟରେ ବଲର ଆକାର ଓ ଆକୃତି ସଠିକ ରହିଛି କି ନାହିଁ ତାହା ସମାନ ଉପାୟରେ ପରୀକ୍ଷା କରାଯାଉଥିଲା।qqq

author-image
Saroj Kumar Jena
ଅଦ୍ୟତନ ହୋଇଛି
hardik

hardik

ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଏକ ଘଟଣା ଘଟିଥିଲା ଯାହା କ୍ରିକେଟ ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ମ୍ୟାଚ ଅଧାରେ ଅମ୍ପାୟାର ହଠାତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ ନେଇ ଏହାକୁ ଏକ ବ୍ୟାଟ ଗଜ ପେପର ମଧ୍ୟରେ ଭର୍ତ୍ତି କରିଥିଲେ। ପୂର୍ବରୁ ଅନେକ ସମୟରେ ବଲର ଆକାର ଓ ଆକୃତି ସଠିକ ରହିଛି କି ନାହିଁ ତାହା ସମାନ ଉପାୟରେ ପରୀକ୍ଷା କରାଯାଉଥିଲା।

Advertisment

ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ ଅଧାରେ ଏଭଳି ଘଟଣା ଘଟିଥିଲା। ହାର୍ଦ୍ଦିକଙ୍କ ବ୍ୟାଟର ୱିଲୋକୁ ଅମ୍ପାୟାର ପରୀକ୍ଷା କରିଥିଲେ। ଅମ୍ପାୟାର ଚେକ କରିବା ପରେ ହାର୍ଦ୍ଦିକଙ୍କୁ ବ୍ୟାଟିଂ ପାଇଁ ଅନୁମତି ମିଳିଥିଲା। ବିସିସିଆଇ ପକ୍ଷରୁ ଏକ ନୂତନ ନିୟମ ଅଣାଯାଇଛି। ପ୍ରଥମତଃ ଟି୨୦ରେ ବ୍ୟାଟରଙ୍କୁ ବେଶ୍ ଫାଇଦା ମିଳିଥାଏ।

Advertisment


ଅଧିକ ପଢନ୍ତୁ:ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

ତେଣୁ ବ୍ୟାଟରଙ୍କୁ ମିଳୁଥି‍ବା ଏଭଳି ଫାଇଦାକୁ ହ୍ରାସ କରିବା ପାଇଁ ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ କ୍ରିକେଟ ଫ୍ୟାନଙ୍କ ମଧ୍ୟରେ ୨୦୦୩ ଦିନିକିଆ ବିଶ୍ବକପ ଫାଇନାଲର ସ୍ମୃତି ତାଜା ଥିବ। ଭାରତ ବିପକ୍ଷ ଫାଇନାଲରେ ରିକି ପଣ୍ଟିଂ ୧୪୦ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ପଣ୍ଟିଂ ବ୍ୟାଟରେ ଗ୍ରାଫାଇଟ ବ୍ୟବହାର କରିଥିବା ନେଇ ଅଭିଯୋଗ ଆସିଥିଲା।

ତେବେ ଏହା ପ୍ରମାଣିତ ହୋଇ ନଥିଲା। ଏହି ଘଟଣା ପରଠାରୁ ବ୍ୟାଟର ଆକାର କିଭଳି ରହିବ। ଏହାର ମୋଟେଇ ଓ ଆୟତନକୁ ନେଇ ମଧ୍ୟ ସ୍ପଷ୍ଟ ଗାଇଡଲାଇନ ଆସିଥିଲା। ତେବେ ମଝିରେ ମଝିରେ ବ୍ୟାଟର ମାନେ ବଡ ସ୍କୋର କରିବା ପାଇଁ ବ୍ୟାଟର ଆକାରକୁ ପରିବର୍ତ୍ତନ କରିଥାନ୍ତି। ଏଭଳି ଘଟଣା ନହେବା ପାଇଁ ଅମ୍ପାୟାରଙ୍କୁ ବିସିସିଆଇ ପକ୍ଷରୁ ସୂଚିତ କରାଯାଇଛି। ଏହା ସହିତ ଡଗଆଉଟ ଓ ଡ୍ରେସିଂ ରୁମକୁ ଯାଇ ଅମ୍ପାୟର ମାନେ ଖେଳାଳିଙ୍କ ବ୍ୟାଟ ଆଣି ପରୀକ୍ଷଣ କରିବେ। ପରୀକ୍ଷଣ ପରେ ଖେଳାଳିଙ୍କୁ ତାଙ୍କ ବ୍ୟାଟ ଫେରସ୍ତ କରାଯିବ।

ଆଇସିସିର ନିୟମ ଅନୁସାରେ ବ୍ୟାଟ ଗୁଡିକର ସର୍ବାଧିକ ଚଉଡା ୪.୨୫ ଇଞ୍ଚ(୧୦.୭୯ ସେମି) ଓ ମୋଟେଇ ୨.୬୪ ଇଞ୍ଚ(୬.୭ ସେମି) ରହିବ। ସେହିପରି ହ୍ୟାଣ୍ଡେଲରୁ ବେସ ପର୍ଯ୍ୟନ୍ତ ଉଚ୍ଚତା ୩୮ ଇଞ୍ଚ (୯୬.୪ ସେମି) ରହି ପାରିବ।

ଅଧିକ ପଢନ୍ତୁ:ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି

IPL IPL 2025 Hardik Pandya
Advertisment
Advertisment