• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପାଟଣାଗଡ଼ ବ୍ରହ୍ମପୁରା ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଦେଲେ ଦୁବୃର୍ତ୍ତ । ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଆଜି ସକାଳେ ଜଳୁଥିବାର ଲୋକମାନେ ଦେଖିଥିଲେ । ପାଖରୁ ପାଣି ଆଣି ପୋଲିସ ଓ ସ୍ଥାନୀୟ ଲୋକ ଏହି ନିଆଁକୁ ଲିଭାଇ ଦେଇଥିଲେ । ଏହି ଘଟଣା ପରେ ଥାନାରେ ଏକ କେଶ୍ ରୁଜୁ ହୋଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଜଣକୁ ପୋଲିସ ଗିରଫ କରିଛି ।

ନିଆଁ ଲଗାଇଥିବା ଦୁର୍ବୃତ୍ତ ଜଣକ ଜଣେ ମାନସିକ ବିକୃତ ବ୍ୟକ୍ତି ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ୍ । ତା’ର ନାଁ ଯୁଗଳ ସାହୁ । ସେ କହିଛନ୍ତି, ଅଭିଯୁକ୍ତ ଗତବର୍ଷ ଏକ ଖୁଣ୍ଟରେ ମଧ୍ୟ ଚଢ଼ିଥିଲା । ତା ନାମରେ ଏମିତି ଅନେକ ଅଭିଯୋଗ ରହିଛି । ତେବେ କେଉଁ କାରଣ ପାଇଁ ସେ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଛି, ତାହା ସ୍ପଷ୍ଟ ହୋଇନାହିଁ । ଏବେ ଅଭିଯୁକ୍ତ ପୋଲିସ ହେପାଜତରେ ଅଛି । ତାକୁ କୋର୍ଟଟାଲାଣ କରାଯିବ । ଘଟଣାର ତଦନ୍ତ ଠିକଣା ଭାବେ କରାଯାଉଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Also Read

ଅଧିକ ପଢ଼ନ୍ତୁ: ହଜିଲା ପୁଅକୁ ପାଇଲା ମା’; କହିଲା, ଖୋଜିଆଣିଲେ ପ୍ରଭୁ ଶ୍ରୀରାମ

ପାଟଣାଗଡ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଘୋଡାଇଯାଇଥିବା ଜରିପାଲ ସମ୍ପୂର୍ଣ ଜଳି ଯାଇଛି । ପାଟଣାଗଡର ପୂର୍ବତନ ବିଜେଡି ବିଧାୟକ ଗତ ସରକାର ସମୟରେ ଏହି ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ଏହି ଛକକୁ ସେ ବିଜୁ ଛକ ନାମରେ ନାମିତ କରିଥିଲେ । ଏହାକୁ ସେତେବେଳେ ବିରୋଧ କରିଥିଲା ବ୍ରାହ୍ମଣ ସମାଜ । ପୂର୍ବରୁ ଏହି ଛକର ନାଁ ପର୍ଶୁରାମ ଛକ ରହିଛି । ତେଣୁ ବିଜୁ ଛକ ବଦଳରେ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଏହାର ନାମ ପର୍ଶୁରାମ ଛକ ରଖିବାକୁ ଦାବି କରିଥିଲା ବ୍ରାହ୍ମଣ ସମାଜ । ଛକର ନାମ ପରିବର୍ତ୍ତନ ନେଇ ବିରୋଧ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ସେହି ବିବାଦ ଏବେ ବି ଥମିନାହିଁ । ଏମିତି ଏକ ସମୟରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଲାଗିଛି ନିଆଁ । ପ୍ରତିମୂର୍ତ୍ତିକୁ ଘୋଡା ଯାଇଥିବା ଜରିପାଲ ପୋଡିଯାଇଛି । ପ୍ରତିମୂର୍ତ୍ତି ମଧ୍ୟ ଅନେକାଂଶରେ ଜଳିଯାଇଛି । ଏହି ପ୍ରତିମୂର୍ତ୍ତିକୁ ସ୍ଥାପନ ପରେ ଘୋଡାଯାଇ ରଖାଯାଇଥିଲା ।

ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଏହା ପଛରେ କାହାର ହାତ ଛି କି ନାହିଁ, ସେ ସଂପର୍କରେ ପୋଲିସ ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ: ମାଆ ହତ୍ୟାର ବଦଲା ନେଲା ପୁଅ; ବାପାକୁ କଲା ହତ୍ୟା !

  • Reported by:
  • Karunakar Budek