/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697346711.jpg)
Ananta Kishore Behera
ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ । ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା l ସେ ଫୁସଫୁସ ଜନିତ ସଂକ୍ରମଣରେ ପୀଡିତ ଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ ଭାଇ ବିଷ୍ଣୁଚରଣ ବେହେରା, ପତ୍ନୀ ଜୟଶ୍ରୀ ପରିଡା ଉପସ୍ଥିତ ଥିଲେ l
Advertisment
ଖବର ପାଇ ପ୍ରଧାନ ମହାଲେଖାକାର ଅଡିଟ ରାଜ କୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ, ବରିଷ୍ଠ ଉପ-ମହଲେଖାକର ଦୀପକ ରଘୁ, ରାଜ୍ୟ ବିଜେପି ଉପ-ସଭାପତି ଲେଖାଶ୍ରୀ ସାମନ୍ତ ସିଂହାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତାଙ୍କ ଶେଷଦର୍ଶନ କରିଛନ୍ତି । କଟକ ଜିଲ୍ଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ ଅନନ୍ତ । ଭାରତୀୟ ଅଡିଟ ଓ ଏକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ଭାବେ ଦେଶ ତଥା ବିଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି ଅନନ୍ତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)