Advertisment

Kala Baisakhi Rain and Wind Alert: ଟ୍ବିନ ସିଟିରେ କାଳ ବୈଶାଖୀ ତାଣ୍ଡବ

କାଳବୈଶାଖୀ ଜନିତ ବର୍ଷା କାରଣରୁ ରାଜଧାନୀ ବାସୀଙ୍କୁ ଗରମରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ମଙ୍ଗଳବାର ଅପରାହ୍ନରେ ପ୍ରାୟ ୪୫ ମିନିଟରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଥିଲା। ଏହା ସହିତ ପବନର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଥିଲା। ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ୪ ଦିନ ପାଇଁ ବର୍ଷା ଓ ପବନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
rain

rain

କାଳବୈଶାଖୀ ଜନିତ ବର୍ଷା କାରଣରୁ ରାଜଧାନୀ ବାସୀଙ୍କୁ ଗରମରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ମଙ୍ଗଳବାର ଅପରାହ୍ନରେ ପ୍ରାୟ ୪୫ ମିନିଟରୁ ଅଧିକ ସମୟ ଧରି ଭୁବନେଶ୍ବର ଓ କଟକରେ ବର୍ଷା ଲାଗି ରହିଥିଲା। ଏହା ସହିତ ପବନର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଥିଲା। ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ୪ ଦିନ ପାଇଁ ବର୍ଷା ଓ ପବନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଥିଲା।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ହେବ କାଳବୈଶାଖୀ ବର୍ଷା। ଘଡ଼ଘଡ଼ି ବିଜୁଳି ସହିତ କେତେକ ସ୍ଥାନରେ ପ୍ରବଳ ବର୍ଷା ବି ହୋଇପାରେ। ସେପଟେ ୧୨ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେ ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ଅନୁଗୁଳ । ଏସବୁ ଜିଲ୍ଲାଗୁଡିକ ପାଇଁ ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବୋହିବ ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି ।

ଆଜି ବର୍ଷା ଓ ପବନ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିଲା। ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୧୯ ତାରିଖରୁ ଶୁଖିଲା ରହିବ ପାଗ। ସେହିପରି ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ କିଛି ଦିନ ହେବ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହେଉଛି। ଫଳର ତାତିରୁ ରାଜ୍ୟ ବାସୀଙ୍କୁ ଆଶ୍ୱସ୍ତି ମିଳିଛି 

ସେହିଭଳି ୧୬ ତାରିଖରେ ୨୧ ଜିଲ୍ଲା ଏବଂ ୧୭ରେ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୮ ତାରିଖରେ ୧୭ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ପ୍ରବଳ ବର୍ଷା ବି ହୋଇପାରେ ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ୧୯ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବ । ସେହିପରି ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରାଯାଇଛି ।

ଅଧିକ ପଢ଼ନ୍ତୁ: ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା ! ଏସବୁ ଜିଲ୍ଲାରେ ପ୍ରବଳ ଛେଚିବ

Heavy Rainfall
Advertisment
Advertisment