• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

BJP, BJD  vie for government formation
ତୃତୀୟ ପର୍ଯ୍ୟାୟ ପରେ ବଢ଼ିଲା ସିଟ୍ ଦଖଲ ଦମ୍ଭୋକ୍ତି, ଶେଷ ପର୍ଯ୍ୟାୟ ଉପରେ ସବୁ ଦଳର ଫୋକସ୍

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ସହିତ ରାଜ୍ୟର ୧୦୫ ବିଧାନସଭା ଓ ୧୫ ଲୋକସଭା ଆସନରେ ନିର୍ଦ୍ଧାରିତ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ ।

General Election 2024
ବିଜେଡିକୁ ଘାରିଛି କି ଶେଷ ପର୍ଯ୍ୟାୟ ଭୋଟ୍ ଶଙ୍କା ? ନିମାପଡ଼ା ଓ ଚାନ୍ଦବାଲିରେ ଡେରା ପକାଇଛନ୍ତି ମାଳ ମାଳ ନେତା

କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ । ଆଉ ଚାନ୍ଦବାଲିରେ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ।

Odisha Election
କାହିଁକି ଗିରଫ ହେଲେ ଜଗଦ୍ଦେବ? ଏବେବି ଅସ୍ପଷ୍ଟ EVM ଭଙ୍ଗା ସତ

ବେଗୁନିଆ କାଉଁରିପାଟଣା ବୁଥ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଯିବା ଘଟଣାରେ ତେଜିଛି ରାଜନୀତି ।

Sushant Behera
ଛେଣ୍ଡିପଦା ବିଧାୟକଙ୍କ ବଢ଼ିଲା ଅଡୁଆ, ଜିଲ୍ଲାପାଳଙ୍କୁ ତଦନ୍ତ ଓ ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ CEO

ଗତକାଲି କୋଶଳା ପଂଚାୟତ ଶିମିଳିସାହି ୮୪ ନମ୍ବର ବୁଥରେ ଭୋଟରଙ୍କୁ ବିଧାୟକ ସୁଶାନ୍ତ ବେହେରା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

Odisha Election
ବରୀରେ ଏଥର କିଏ? କାହା ମୁଣ୍ତରେ ଏଥର ସୁନା କଳସ...

କିଏ ହାତେଇବ ବରୀ ଆସନ? କାହା ଉପରେ ସମର୍ଥନ ଅଜାଡିବେ ଜନତା ? ପାଖେଇ ଆସୁଛି ନିର୍ବାଚନ । ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ । ବିଜୟ ପାଇଁ ପ୍ରମୁଖ ଦଳ ମଧ୍ୟରେ କଡା ମୁକାବିଲା ।

Rahul Gandhi
ଭୋଟର୍ ଙ୍କ ମନ ଜିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ, ପୁଣି ଆସିବେ ମୋଦି-ରାହୁଲ୍

୨୯ ତାରିଖ ବୁଧବାର ଦିନ ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ମୋଦିଙ୍କ ୩ଟି ସଭା ରହିଛି । ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ।

Prasant Jagdev
ପ୍ରଶାନ୍ତ ଜଗଦ୍ଦେବ EVM ଫିଙ୍ଗିବା ମାମଲାର ଯାଞ୍ଚ ହେବ ସିସିଟିଭି ଫୁଟେଜ୍‌

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଗତକାଲି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ୍।

BJD
ବିଜେଡିର 'ନିମାପଡ଼ା' ଚିନ୍ତା: ଏଣିକି ଦିନରାତି ପହରା ଦେବେ ୮ ନେତା

ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି କରିଛି ସ୍ୱତନ୍ତ୍ର ରଣନୀତି। ନିମାପଡ଼ା ଆସନ ଲାଗି ୮ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ।

EVM machines
ଷ୍ଟ୍ରଙ୍ଗ ରୁମରେ ଇଭିଏମ୍

ସରିଲା ଭୋଟ୍ ଏବେ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ଭୁବନେଶ୍ୱର ବିଜେବି କଲେଜରେ ଷ୍ଟ୍ରଙ୍ଗ ରୁମ୍...

prashant jagdev arrest
ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ । ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ମାମଲାରେ ପୂର୍ବରୁ ଅଟକ ରଖିଥିଲା ପୋଲିସ ।

EVM
ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ; ବିଭିନ୍ନ ସ୍ଥାନରେ EVM ଟାମ୍ପରିଂ ଅଭିଯୋଗ, ବଢିଲା ଅସନ୍ତୋଷ

ତାଳଚେରରେ ବି ଇଭିଏମ୍ ସିଲକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ଧାରଣା ଦେଇଥିଲେ। ତାଳଚେରର ତାଳବେଡ଼ା ସ୍ଥିତ ବୁଥରେ EVMରେ ବ୍ୟବହାର ହେଉଥିବା 17-C ଫର୍ମ ନଦେଇ EVMକୁ ସିଲ କରାଯାଇଥିବା ଅଭିଯୋଗ ହୋଇଛି।

Polling party bus hits truck
ଟ୍ରକକୁ ଧକ୍କା ଦେଲା ପୋଲିଂ ପାର୍ଟି ବସ୍‌; ୫ଆହତ ଡାକ୍ତରଖାନାରେ ଭର୍ତ୍ତି

ଭୋଟ୍ ସାରି ଇଭିଏମ୍ ନେଇ ଫେରୁଥିବା ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ । ଘାଟି ରାସ୍ତାରେ ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

prashant jagdev arrest
EVM ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି।

Voting
୬ ଲୋକସଭା ୪୨ ବିଧାନସଭା ଆସନରେ ମନପସନ୍ଦର ପ୍ରତିନିଧି ବାଛିଛନ୍ତି ମତଦାତା

ଭୋଟ୍ ଦେଲା ଓଡ଼ିଶା। ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ବର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ମନପସନ୍ଦର ପ୍ରତିନିଧି ବାଛିଛନ୍ତି ମତଦାତା।

Odisha Election
ଭୋଟ୍ ବେଳେ ହିଂସା ଓ ବିଶୃଙ୍ଖଳା

ଖଣ୍ଡଯୁଦ୍ଧ ସହ ରକ୍ତାକ୍ତ ସଂଘର୍ଷ। ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି। କେଉଁଠି ମନ୍ତ୍ରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଛି ତ ଆଉ କେଉଁଠି ଶାସକ ବିଧାୟକଙ୍କ ଦାଦାଗିରି ସବୁ ସୀମା ଟପିଯାଇଛି।

Smriti Irani
'ଅଧର୍ମୀଙ୍କୁ ଧୂଳି ଚଟାଇବେ ବିଜେପି ସରକାର'

ଓଡ଼ିଶା ପାଇଁ ବିଭିନ୍ନ ଯୋଜନାରେ ମୋଦି ଦେଇଥିବା ଟଙ୍କାକୁ ଖାଇଗଲେ ତାମିଲ ରିମୋଟ୍ କଣ୍ଟ୍ରୋଲର। ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କ୍ୟାମ୍ପେନରେ ଆସି ଆଜି ଏଭଳି ଢଙ୍ଗରେ ନବୀନ ସରକାରକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।

Odisha Election
ସଂଘର୍ଷ, ହିଂସା, ବିଶୃଙ୍ଖଳା ଓ ରକ୍ତପାତରେ ଭିଜିଲା ମତଦାନ; CEO କହିଲେ ନିଆଯିବ ଆକ୍ସନ

ଖଣ୍ଡଯୁଦ୍ଧ ସହ ରକ୍ତାକ୍ତ ସଂଘର୍ଷ । ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି ।

Smriti Irani
ବିଜେଡିକୁ ଧୋଇଲେ ସ୍ମୃତି: 'ତାମିଲ କଣ୍ଟ୍ରୋଲରେ ଶାସନ ଚାଲିବନି, ଓଡ଼ିଆଙ୍କ ହାତରେ ରହିବ ସରକାର'

କେନ୍ଦ୍ରାପଡ଼ାର ଆଳି, ଜଗତସିଂହପୁରର କୁଜଙ୍ଗ, ବାଲେଶ୍ୱରର ରେମୁଣା..ଗୋଟିଏ ଦିନରେ ତିନି ତିନିଟି ମାରାଥନ୍ ଜନସଭା। ମୋଦିଙ୍କ ବିକାଶ ଗ୍ୟାରେଣ୍ଟି ଗଣେଇ ଭୋଟ୍ ମାଗିବା ସହ ନବୀନ ସରକାର ଓ ତାମିଲବାବୁଙ୍କ ଉପରେ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ହମଲା ପରେ ହମଲା।

Voting
ସରିଲା ୨୪ ମହାସଂଗ୍ରାମ ତୃତୀୟ ଦଫା, ପଡ଼ିଲା ଭୋଟ୍; ମନ ପସନ୍ଦ ପ୍ରତିନିଧି ବାଛିଲେ ମତଦାତା

ଭୋଟ୍ ଦେଲା ଓଡ଼ିଶା । ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ମନପସନ୍ଦର ପ୍ରତିନିଧି ବାଛିଛନ୍ତି ମତଦାତା ।

General Elections 2024
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ; ସଂଧ୍ୟା ୫ଟା ସୁଦ୍ଧା ୫୯.୬୦% ଭୋଟିଂ

୬ ସଂସଦୀୟ କ୍ଷେତ୍ରରେ ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮ ଲକ୍ଷ ୨୯ ହଜାର ୬୬୦ ପୁରୁଷ, ୪୬ ଲକ୍ଷ ୧୭ ହଜାର ୬୦୨ ମହିଳା ଏବଂ ୧ ହଜାର ୨୯୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।

Smriti Irani
‘ଓଡ଼ିଶାକୁ ରିମୋଟ୍‌ କଣ୍ଟ୍ରୋଲରେ ତାମିଲବାବୁ ଲୁଟୁଛନ୍ତି ’

ଆଜି ସ୍ମୃତି ଈରାନୀଙ୍କ ମାରାଥନ୍ ପ୍ରଚାର । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କଲେ ସ୍ମୃତି ଈରାନୀ । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ ।

Polling Agent Death
ଡ୍ୟୁଟି ବେଳେ ଚାଲିଗଲା ପୋଲିଂ ଏଜେଣ୍ଟଙ୍କ ଜୀବନ

ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି । ହିନ୍ଦୋଳ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।

Voilence at polling Booth
ଆଠଗଡ଼ରେ ମନ୍ତ୍ରୀଙ୍କ ସାମ୍ନାରେ ପିଟାପିଟି, ୪ ଆହତ

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପାଖରେ ପିଟାପିଟି ହୋଇଥିଲା । ମାଡ଼ପିଟ୍‌ରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି ।

Mobile Ban In Polling Booth
ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ମନା

ମୋବାଇଲ ନ ନେବାକୁ ନିୟମ ଲାଗୁ ହୋଇଥିବା ବେଳେ ଅନେକ ଲୋକ ଏକଥା ଜାଣି ନାହାନ୍ତି । ଏପଟେ ମତଦାନ କେନ୍ଦ୍ରରେ ବି ମୋବାଇଲ ରଖିବାକୁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ECM Is Not Working
ଧାଡ଼ିରେ ଠିଆ ହୋଇଛନ୍ତି ଭୋଟର୍‌; କାମ ଦେଉନି EVM

ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀର ୧୨୨ ନଂ ବୁଥ୍‌ରେ EVM ଅଚଳ ହୋଇଥିବା ବେଳେ ନୀଳାଦ୍ରି ବିହାର ବୁଥ୍ ନଂ ୭୩, ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ ଇଭିଏମ୍ ଅଚଳ ହୋଇଯାଇଛି।