Advertisment

କାହିଁକି ଗିରଫ ହେଲେ ଜଗଦ୍ଦେବ? ଏବେବି ଅସ୍ପଷ୍ଟ EVM ଭଙ୍ଗା ସତ

ବେଗୁନିଆ କାଉଁରିପାଟଣା ବୁଥ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଯିବା ଘଟଣାରେ ତେଜିଛି ରାଜନୀତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Odisha Election

ବେଗୁନିଆ କାଉଁରିପାଟଣା ବୁଥ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଯିବା ଘଟଣାରେ ତେଜିଛି ରାଜନୀତି । ଘଟଣାର ୨୪ ଘଣ୍ଟା ପରେ ବି ସତ କଣ ପଦାକୁ ଆସିନଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିଜେପି ଏହାକୁ ଶାସକ ଦଳ ବିଜେଡିର ଷଡ଼ଯନ୍ତ୍ର ବୋଲି ଦର୍ଶାଇଛି ।

Advertisment

ତାସହ ବିଧାୟକଙ୍କୁ ଶୀଘ୍ର ଖଲାସ କରାନଗଲେ କାଲିଠୁ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି । ସେପଟେ ଖୋର୍ଦ୍ଧା ଏସପି କହିଛନ୍ତି- ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ଆକ୍ସନ ହୋଇଛି । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ସିସିଟିଭି ଫୁଟେଜ୍ ମିଳିବା ପରେ ତାର ଯାଞ୍ଚ ହେବ । ପ୍ରଶ୍ନ ଉଠୁଛି ଜଗଦ୍ଦେବ ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗ କେତେ ସତ?

ନା ତାଙ୍କୁ ଗିରଫ ପାଇଁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର? ଗତକାଲି ମତଦାନ ସମୟରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ସେପଟେ ଏହି ଘଟଣାକୁ ଶାସକ ଦଳର ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଦର୍ଶାଇଛି ଖୋର୍ଦ୍ଧା ବିଜେପି ।

Advertisment

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ଅଭିଯୋଗ କରିଛନ୍ତି ମିଥ୍ୟା ଆରୋପ ଲଗାଇ ବିଧାୟକଙ୍କୁ ଜେଲ୍ ପଠାଯିବା ଅଗଣତାନ୍ତ୍ରିକ । ତାସହ ଦର୍ଶାଇଛି - ଜଗଦ୍ଦେବ ବିଜେଡି ଛାଡ଼ି ବିଜେପିରେ ମିଶିବା ପରଠୁ ରାଜ୍ୟ ସରକାର ଓ ଶାସକ ଦଳ ତାଙ୍କ ବିରୋଧରେ ବିଭିନ୍ନ ସମୟରେ ଚକ୍ରାନ୍ତ ଚଳାଇଛନ୍ତି ।

ବିନା ସିସିଟିଭି ଯାଞ୍ଚରେ ଜଣେ ଷ୍ଟାଣ୍ଡିଂ ଏମଏଲଏଙ୍କୁ ଗିରଫ କରାଯିବ ଅତ୍ୟନ୍ତ ନିନ୍ଦନୀୟ । ଜଗଦ୍ଦେବଙ୍କୁ ଶୀଘ୍ର ନିର୍ଦୋଷରେ ଖଲାସ କରା ନଗଲେ କାଲି ସକାଳ ୧୦ ଟାରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ପରେ ଜାତୀୟ ରାଜପଥ ଅବରୋଧ ଏବଂ ଶେଷରେ ଖୋର୍ଦ୍ଧା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି ଦଳ ।

ସେହିପରି ଜଗଦ୍ଦେବ ନିର୍ଦ୍ଦୋଷ ବୋଲି କହିଛନ୍ତି- ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ସେପଟେ ଏହି ଘଟଣାରେ ଜବାବ ରଖିଛି ବିଜେଡି । ହେଲେ ବିଜେପିର ଏ ଅଭିଯୋଗ ଉପରେ ଚୁପ୍ ରହିଛି ବିଜେଡି । ମାମଲାକୁ ନେଇ ଖୋର୍ଦ୍ଧା ଏସପି କହିଛନ୍ତି- ସେଠିକାର ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ବିଧାୟକଙ୍କୁ ଗିରଫ କରାଯାଇଛି ।

ବିଧାୟକଙ୍କ ବିରୋଧରେ ରିପ୍ରେଜେଣ୍ଟେସନ ଅଫ୍ ପିପୁଲସ୍ ଆକ୍ଟ- ୧୩୧, ୧୩୨, ୧୩୫, ୧୩୬ ଦଫା ଲାଗିବା ସହ ସରକାରୀ ଜିନିଷ ଭଙ୍ଗାରୁଜା, ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ୨୯୪, ୫୦୬ ଓ ୩୫୪ ଦଫା ଲାଗିଛି । ଭୋଟିଂ ସମୟର ସିସିଟିଭି ଫୁଟେଜ୍ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପରିସର ଭୁକ୍ତ ହୋଇଥିବାରୁ, ତାଙ୍କୁ ସିସିଟିଭି ଫୁଟେଜ୍ ମଗାଯାଇଛି ।

ନିର୍ବାଚନ ପ୍ରକ୍ରିୟା ପରେ ଏହାର ଯାଞ୍ଚ ହେବ ଓ ଘଟଣାରେ ଅନ୍ୟ କେହି ସଂପୃକ୍ତ ଥିଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୋଟିଏ ପଟେ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପୋଲିସ୍ ଚିଲିକା ବିଧାୟକଙ୍କ ବିରୋଧରେ ସଂଗୀନ ଦଫା ଲଗାଇ ଜେଲ୍ ପଠାଇଛି ।

ହେଲେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଧାୟକଙ୍କର କୌଣସି ସଂପୃକ୍ତି ନଥିବା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଓ ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସରଙ୍କଠାରୁ ୨୪ ଘଣ୍ଟା ପରେ ବି କୌଣସି ପ୍ରତିକ୍ରିୟା ଆସୁନଥିବାରୁ ପୁରା ଘଟଣାକୁ ଅଧିକ ରହସ୍ୟ ଘେରକୁ ଟାଣି ନେଇଛି ।

Politics Odisha Elections General Elections 2024
Advertisment
Advertisment