• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କିଏ ହାତେଇବ ବରୀ ଆସନ? କାହା ଉପରେ ସମର୍ଥନ ଅଜାଡିବେ ଜନତା ? ପାଖେଇ ଆସୁଛି ନିର୍ବାଚନ । ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ । ବିଜୟ ପାଇଁ ପ୍ରମୁଖ ଦଳ ମଧ୍ୟରେ କଡା ମୁକାବିଲା । ୨୦୧୯ରେ ବିଜେପିରେ ଲଢୁଥିବା ବିଶ୍ୱରଞନ ମଲ୍ଲିକ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ।

କଂଗ୍ରେସରୁ ଲଢିଥିବା ଉମେଶ ଜେନା ଏଥର ବିଜେପି ପ୍ରାର୍ଥୀ । ସେହିଭଳି ବରୀରୁ ୪ ଥର ବିଜେଡିରୁ ବିଜୟୀ ହୋଇଥିବା ଦେବାଶିଷ ନାୟକ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରାର୍ଥୀଙ୍କ ଦଳ ବଦଳ ରାଜନୀତି ପାଇଁ ସ୍ଥିତି ଏବେ ରୋଚକ ମୋଡରେ ପହଞ୍ଚିଛି । ଏହି ନିର୍ବାଚନ ମଣ୍ଡଳୀରେ ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି ।

ଏବେ ବି ଅନେକ ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ନାହିଁ । ଏଥର କୃଷି ଓ କୃଷକଙ୍କ ଉନ୍ନତି ମୁଖ୍ୟ ପ୍ରସଙ୍ଗ ରହିଛି । ୨୫ ବର୍ଷର ସରକାରର ମନମୁଖି ଶାସନ ବିରୋଧରେ ଚାଷୀ ଓ ସାଧାରଣ ଜନତାଙ୍କ ଲଢେଇ ହେବ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ନବ ନିର୍ମାଣ କୃଷକ ସଂଗଠନର ପ୍ରାର୍ଥୀ ମଧ୍ୟ ଏଥର ମଇଦାନରେ କଡା ଟକ୍କର ଦେବେ ବୋଲି ଅନୁମାନ କରାଯାଉଛି ।

ବ୍ରାହ୍ମଣୀ, ଖରସ୍ରୋତା, ତନ୍ତିଘାଇ ଭଳି ନଦୀ ଓ ଶାଖାନାଳରେ ବନ୍ୟା ଏଠାରେ ଚିରାଚରିତ ସମସ୍ୟା । ହେଲେ ସମାଧାନର ବାଟ କେହି ଖୋଜିନାହାନ୍ତି । କେଉଁଠି ନଦୀ ଉପରେ କାଠ ପୋଲ ସାହା ତ ଅନ୍ୟ କେଉଁଠି ବର୍ଷ ବର୍ଷ ଧରି ତିଆରି ଚାଲିଛି ସେତୁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି ।

ବିଜେଡି ପ୍ରାର୍ଥୀଙ୍କ କହିବା କଥା ନିର୍ବାଚନମଣ୍ଡଳୀରେ ଅନେକ ବିକାଶ ହୋଇଛି । ଯାହା ବାକି ଅଛି ନିର୍ବାଚନ ପରେ ସମାଧାନ ହେବ । ବରୀରେ ୨୦୦୦ରୁ ୨୦୧୯ ଯାଏ ଦେବାଶିଷ ନାୟକ ବିଧାୟକ ଥିଲେ । ୨୦୧୯ରେ ବିଜେଡି ତାଙ୍କ ଟିକେଟ କାଟି ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିଥିଲା । ନିର୍ବାଚନରେ ବିଜେପିର ବିଶ୍ୱ ମଲ୍ଲିକ ୬୮୪୯୭ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ପାଇଥିଲା ୭୦୮୨ ଖଣ୍ଡ ଭୋଟ । ଏଥର ପ୍ରାର୍ଥୀଙ୍କ ଦଳ ବଦଳ ରାଜନୀତି ଏବେ ବରୀ ନିର୍ବାଚନମଣ୍ଡଳୀରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ଚର୍ଚ୍ଚା ହେଉଛି ।

  • Reported by:
  • Sanjeeb Nayak

OTV is now on Whatsapp

Join and get latest news update delivered to you via whatsapp

Join Now