• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

congress
ପୃଥ୍ୱୀ ନିର୍ବାଚନ ଲଢ଼ିବାକୁ ଚାହିଁଲେ, ବିଚାର କରିବୁ: ନିରଞ୍ଜନ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛୁକ ଥିବା ସଙ୍କେତ ଦେବା ପରେ ରାଜ୍ୟ କଂଗ୍ରେସ୍‌ରେ ରାଜନୀତି ସରଗରମ ହୋଇଛି। ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ମତ ରଖିଛନ୍ତି। ସେ କହିଛନ୍ତି, “ନିର୍ବାଚନ ଲଢିବା ନେଇ ପୃଥ୍ୱୀବଲ୍ଲଭ ଇଚ୍ଛୁକ ନୁହନ୍ତି। ସେ ଏଥିପାଇଁ ଆଗ୍ରହୀ ନଥିବା ବ୍ୟକ୍ତିଗତ ଭାବେ ମୋତେ ଜଣାଇଛନ୍ତି।” ସେ ଆହୁରି କହିଛନ୍ତି, “ଯଦି ସେ ନିର୍ବାଚନ ଲଢିବା ପାଇଁ […]

  • Tuesday, 20 July 2021
sdfsadf
ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ

ଭୁବନେଶ୍ୱର: ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ପରେ ସେ ଏହି ସୂଚନା ଦେଇଛନ୍ତି। ଦଳୀୟ ଟିକେଟ୍ ନ ମିଳିବାରୁ ଗତକାଲି ସିପ୍ରା ମଲ୍ଲିକ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି କହିଛନ୍ତି ସିପ୍ରା। ପ୍ରାର୍ଥିପତ୍ର ପ୍ରତ୍ୟାହାର ନିଷ୍ପତ୍ତି ପରେ ସିପ୍ରା କହିଛନ୍ତି,“ଏଥର ନିର୍ବାଚନ ଲଢ଼ିବାକୁ ଇଚ୍ଛାଥିଲା। […]

  • Tuesday, 20 July 2021
fdgfg
ଭୋଟ୍‌ ଗ୍ରହଣ ପାଇଁ ମାଲକାନଗିରି ଓ କୋରାପୁଟ୍‌ରେ ପ୍ରସ୍ତୁତି କଡ଼ାକଡ଼ି

ଭୁବନେଶ୍ୱର: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ନିର୍ବାଚନ ହେବ। ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଚ୍ଛିନ୍ନାଞ୍ଚଳ ଓ ମାଓ ଉପଦ୍ରୁତ ଅଞ୍ଚଳକୁ ହେଲିକପ୍ଟର୍ ଯୋଗେ ପୋଲିଂ ପାର୍ଟି ଓ ସୁରକ୍ଷା କର୍ମୀଙ୍କୁ ପଠାଯାଇଛି। ନିର୍ବାଚନ କାର୍ଯ୍ୟରେ ବାୟୁସେନାର ହେଲିକପ୍ଟର୍ ନିୟୋଜିତ କରାଯାଇଛି। ଚିତ୍ରକୋଣ୍ଡାର କୁନ୍ତରପଦରରେ ୧୦ଟି ବୁଥ ଥିବାରୁ ଥରକେ ୨ରୁ ୩ଟି ପୋଲିଂ ପାର୍ଟିକୁ  ହେଲିକପ୍ଟର୍‌ରେ ନିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୦ଟି ବୁଥକୁ […]

  • Tuesday, 20 July 2021
fdsdf
ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ଜବତ ହେଲା ଦୁଇ ଲକ୍ଷ ଟଙ୍କା

ଧର୍ମଗଡ଼: ରାଜ୍ୟରେ ନିର୍ବାଚନୀ ମାହୋଲ ଚାଲୁଥିବାରୁ ବିଭିନ୍ନ ଆଡ଼ୁ ଟଙ୍କା ଓ ମଦ ଜବତ ହେଉଥିବା ବେଳେ ଆଜି ଖୋଦ୍‌ ଶାସକ ଦଳର ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ଏହି ମୋଟା ଅଙ୍କର ଅର୍ଥରାଶି ଜବତ ହୋଇଛି। ଜୟପାଟଣାରେ ପ୍ରଦୀପଙ୍କ କାର୍‌ରୁ ଏହି ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାଡ୍। ତେବେ ଏହି ଟଙ୍କା କେଉଁଠୁ ଆସିଲା ସେ […]

  • Tuesday, 20 July 2021
bhauja
ବଲାଙ୍ଗିରରେ ଏଥର ବି ରୟାଲ ଫାଇଟ୍: ମୁହାଁମୁହିଁ ରାଜପରିବାର ଦିଅର ଓ ଭାଉଜ

ବଲାଙ୍ଗିର(ମନରଂଜନ ଯୋଷୀ): ବଲାଙ୍ଗିର ଲୋକସଭା ଆସନରେ ଏଥର ବି ରୟାଲ୍ ଫାଇଟ୍ ଦେଖିବାକୁ ମିଳିବ। କାରଣ ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ପାଟଣା ରାଜପରିବାର ଦିଅର-ଭାଉଜ। ବିଜେପି ପ୍ରାର୍ଥୀ ସଂଗୀତ ସିଂହଦେଓଙ୍କୁ ଟକ୍କର ଦେଉଛନ୍ତି ବିଜେଡିର କଳିକେଶ ସିଂହଦେଓ। ୨୦୦୯ ଓ ୨୦୧୪ରେ ବିଜେଡି କ୍ରମାଗତ ଭାବେ ଦୁଇ ଥର ଏହି ଆସନକୁ କବ୍‌ଜା କରିଛି। ଉଭୟ ଥର ରାଜ ପରିବାରର ଲାଲସାହେବ କଳିକେଶଙ୍କୁ ନିର୍ବାଚିତ କରିଛନ୍ତି ବଲାଙ୍ଗିରବାସୀ। ବାପା ଅନଙ୍ଗ ଉଦୟ ସିଂଦେଓ ଓ ଦଳୀୟ […]

  • Tuesday, 20 July 2021
naveen
ଆଜି ସୁନ୍ଦରଗଡ଼ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ରେ ମାରାଥନ ପ୍ରଚାର କରିବେ। ସୁନ୍ଦରଗଡ଼ ଜିଲ୍ଲାରେ ୬ଟି ନିର୍ବାଚନୀ ସଭାରେ ଯୋଗ ଦେବା ସହ ୨ଟି ରୋଡ୍ ଶୋ’ ମଧ୍ୟ କରିବେ। ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୩୫ ମିନିଟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀର ହେମଗିରିଠାରେ ପହଞ୍ଚି ନିର୍ବାଚନୀ ସଭାରେ ଯୋଗ ଦେବେ। ଏହାପରେ ତଳସରା ବିଧାନସଭାମଣ୍ଡଳୀର ତିଲେଇକାନୀ, ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ଜାମପାଲି ଓ ବଣାଇ ଏବଂ ପରେ ବୀରମିତ୍ରପୁର ବିଧାନସଭା ର୍ନିବାଚନମଣ୍ଡଳୀର ରାଏବଗାରେ ର୍ନିବାଚନୀ ସଭାରେ […]

  • Tuesday, 20 July 2021
fs
କଂଗ୍ରେସଠୁ ଆହୁରି ନିକୃଷ୍ଟ ଶାସନ ବିଜେଡିର: ଶାହ

ଭୁବନେଶ୍ୱର: ଓଡ଼ିଶା ଗସ୍ତ ଅବସରରେ ଆଜି ରାଜ୍ୟ ସରକାରଙ୍କ ଉପରେ ଜୋରଦାର୍ ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଦଳର ଇସ୍ତାହାର ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ବିଜେଡିର ଶାସନ କଂଗ୍ରେସ ଶାସନଠାରୁ ମଧ୍ୟ ନିକୃଷ୍ଟ ଧରଣର। ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡି ସରକାରରେ ନବୀନ ଆଗରେ ଥିଲେ ବି ପଛରେ ରହି ବାବୁମାନେ ହିଁ ଶାସନ କରୁଛନ୍ତି। ଦୂରଦୃଷ୍ଟିର ଅଭାବ, ଆଳସ୍ୟ, ଦୁର୍ନୀତି ଓଡ଼ିଶାକୁ ପତନ ଆଡ଼କୁ ନେଉଛି। ବିଜେଡିରେ […]

  • Tuesday, 20 July 2021
g
ଭାଇରାଲ୍ ଭିଡ଼ିଓକୁ ନେଇ ଅଡ଼ୁଆରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ

ଭୁବନେଶ୍ୱର: ଭାଇରାଲ ଭିଡ଼ିଓ ନେଇ ଅଡ଼ୁଆରେ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ। ସୋଶାଲ୍ ମିଡିଆରେ ପ୍ରଦୀପ ମାଝୀଙ୍କ ସହ ଏକ ଯୁବତୀଙ୍କ ଆପତ୍ତିଜନକ ଭିଡ଼ିଓ ଭାଇରାଲ ହେବା ପରେ ବିଜେଡି ମହିଳା ମୋର୍ଚ୍ଚା ପ୍ରଦୀପଙ୍କୁ ଟାର୍ଗେଟ୍‌ କରିଛି। ଯାହାର ନାରୀ ଜାତିଙ୍କ ପ୍ରତି ସମ୍ମାନ ନାହିଁ ସେ ସଂସଦରେ ନାରୀ ଜାତିର ନ୍ୟାୟ ପାଇଁ କ’ଣ ଲଢ଼େଇ କରିବ ବୋଲି ବିଜେଡି ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି। ଏଆଇସିସି ଓ ପିସିସି ତରଫରୁ ପ୍ରଦୀପଙ୍କ […]

  • Tuesday, 20 July 2021
naveen
ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଜୋର୍‌ଦାର୍ ପ୍ରଚାର

ଭୁବନେଶ୍ୱର: ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଜୋରଦାର ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁଣୁପୁର ନିର୍ବାଚନୀ ସଭାରେ ଯୋଗଦେଇ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ। ତିତଲିରେ ଅନେକ କ୍ଷୟକ୍ଷତି ହୋଇଥିଲେ ହେଁ ଓଡ଼ିଶାକୁ କ୍ଷତିପୂରଣ ଦେବାରେ କେନ୍ଦ୍ର ସରକାର ପାତରଅନ୍ତର କଲେ। ରାଜ୍ୟ ସରକାରଙ୍କ ଆହାର ଯୋଜନାରେ ମଧ୍ୟ କେନ୍ଦ୍ର ସରକାର ସହଯୋଗ କରିନାହାନ୍ତି। ଏବେ ନିର୍ବାଚନ ଆସିବାରୁ ଓଡ଼ିଶା କଥା କେନ୍ଦ୍ରର ମନେ ପଡ଼ିଲା ବୋଲି ନବୀନ କହିଛନ୍ତି। ତେବେ […]

  • Tuesday, 20 July 2021
congress
କଂଗ୍ରେସର ଇସ୍ତାହାର ଘୋଷଣା: ଫୋକସ୍‌ରେ ଚାଷୀ, ମହିଳା ଓ ଗରିବ

ଭୁବନେଶ୍ୱର: ଓଡ଼ିଶା ପାଇଁ କଂଗ୍ରେସ ଆଜି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ପିସିସି ତରଫରୁ ଏହା ଘୋଷଣା କରାଯାଇଛି। ଏଥିରେ ନିଯୁକ୍ତି, ଚାଷୀ ଓ ଚାଷୀ ସମସ୍ୟା, ମହିଳାଙ୍କ ସମସ୍ୟା ଓ ଗରିବଙ୍କୁ ମୁଖ୍ୟତଃ ପ୍ରାଧାନ୍ୟ ମିଳିଛି। ଗରିବଙ୍କ ପାଇଁ ମାସିକ ୬ ହଜାର ଟଙ୍କା ପ୍ରଦାନ ପାଇଁ ଜାତୀୟ ସ୍ତରରେ କଂଗ୍ରେସ ଯାହା ଘୋଷଣା କରିଥିଲା, ତାକୁ ଦୋହରାଇଛି ପିସିସି। ଏଥିସହିତ କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଆଉ କ’ଣ ସବୁ ରହିଛି ଆସନ୍ତୁ ଜାଣିବା। ୨. […]

  • Tuesday, 20 July 2021
bhanj
ବିଜେପିରେ ଯୋଗ ଦେଲେ ମୟୂରଭଞ୍ଜ ମହାରାଜା

ବାରିପଦା(ମାଣିକଲାଲ ପାଣି): ମୋରଡାର ପୂର୍ବତନ ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ତାଙ୍କ ପରିବାରଙ୍କ ସହିତ ଅନେକ ସମର୍ଥକ ଆସି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏଥିସହ ପୂର୍ବତନ ବିଧାୟକ ବିରାମ ମୁର୍ମୁ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

  • Tuesday, 20 July 2021
dg
ଯାଜପୁରରେ ବିଭିନ୍ନ ଦଳ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ

ଯାଜପୁର(ଗୁଲାମ ଗସ୍): ଯାଜପୁର ଜିଲ୍ଲାର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ ଜାରି ରହିଛି।  ଗତକାଲି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ଶୃତିରେଖା ପହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ବିଂଝାରପୁର ପାଇଁ ବିଜେପି ପ୍ରାର୍ଥୀ ବବିତା ମଲ୍ଲିକ ନିଜ ସମର୍ଥକଙ୍କ ସହ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଯାଜପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ମାନସ ଜେନା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୨୯ ତାରିଖରେ ଯାଜପୁରରେ […]

  • Tuesday, 20 July 2021
flaf
ନିର୍ବାଚନ ପୂର୍ବରୁ ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବଳର ଫ୍ଲାଗମାର୍ଚ୍ଚ୍

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ାରେ ସୁରକ୍ଷା ବଳର ଫ୍ଲାଗମାର୍ଚ୍ଚ ହୋଇଛି। ନିର୍ବାଚନ ପୂର୍ବରୁ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରାଯିବା ସହ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇ ଜିଲ୍ଲା ପୁଲିସ୍ ଓ ସିଆରପିଏଫ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ରାୟଗଡ଼ା ପୁଲିସ ଓ ସିଆରପିଏଫ୍ ଯବାନମାନେ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡ଼ିଆରୁ ବାହାରି ରାୟଗଡ଼ା ସହର ପରିକ୍ରମା କରିଥିଲେ। ମିଳିତ ବାହିନୀର ଏ ଫ୍ଲାଗମାର୍ଚ୍ଚ ରାୟଗଡ଼ା ସିଆରପିଏଫ୍ କ୍ୟାମ୍ପ୍ ପର୍ଯ୍ୟନ୍ତ ଯାଇଥିଲା।

  • Tuesday, 20 July 2021
pic
ଆଜି ଘୋଷଣା ହେବ ରାଜ୍ୟ କଂଗ୍ରେସ ଓ ବିଜେପିର ଇସ୍ତାହାର ପତ୍ର

ଭୁବନେଶ୍ୱର: ଆଜି ରାଜ୍ୟରେ କଂଗ୍ରେସ ଓ ବିଜେପିର ଇସ୍ତାହାର ପତ୍ର ଘୋଷଣା ହେବ। ପୂର୍ବରୁ କଂଗ୍ରେସ ଜାତୀୟ ସ୍ତରରେ ନିଜର ଇସ୍ତାହାର ପତ୍ର ଘୋଷଣା କରିଥିବାବେଳେ, ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଘୋଷଣା କରିନାହିଁ। ତେବେ ରାଜ୍ୟରେ ଆଜି ବିଜେପି ଇସ୍ତାହାର ଘୋଷଣା କରିବା ସମ୍ଭାବନା ରହିଛି। ରାଜ୍ୟବାସୀଙ୍କ ପାଇଁ ବିଜେପି ଫୋକସ୍‌ରେ କ’ଣ ରହିବ, ଏହା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଚାର ପାଇଁ ଆଜି ଅମିତ ଶାହ  ଓଡ଼ିଶା ଆସୁଛନ୍ତି। ସେ ଗଞ୍ଜାମ ଓ […]

  • Tuesday, 20 July 2021
gj
ଭୋଟରଙ୍କୁ ପ୍ରଲୋଭିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ପଛାଇ ନାହାନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆଜି ଜୟପୁରରେ ପ୍ରଚାର ବେଳେ ଭୋଟରଙ୍କୁ ଲୋଭ ଦେଖାଇଛନ୍ତି ନବୀନ। ବିଜେଡି ପୁଣି କ୍ଷମତାକୁ ଆସିଲେ କାଳିଆ ଟଙ୍କା ଦିଆଯିବ ବୋଲି ଜୟପୁର ନିର୍ବାଚନୀ ସଭାରେ ଖୋଲାଖଲି କହିଛନ୍ତି ନବୀନ। ସରକାର ଗଠନର ପ୍ରଥମ ଦିନରେ ହିଁ ୨୫ ଲକ୍ଷ ଚାଷୀଙ୍କୁ ୨ଟି କିସ୍ତିର ୧୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ନବୀନ ଘୋଷଣା କରିଛନ୍ତି। ଚଳିତ ନିର୍ବାଚନରେ […]

  • Tuesday, 20 July 2021
ଇଏ
କୋରାପୁଟରେ ତ୍ରିମୁଖୀ ଲଢ଼େଇ

କୋରାପୁଟ: ଅଭିଜ୍ଞ ଏବଂ ନବାଗତଙ୍କ କୁରୁକ୍ଷେତ୍ର ସାଜିବ କୋରାପୁଟ। ଏଠି ଏଥର ତ୍ରିମୁଖୀ ଲଢ଼େଇ ହେବ। ପୂର୍ବତନ ସାଂସଦ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରିଙ୍କୁ କଂଗ୍ରେସ ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ବିରୋଧରେ ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ତେବେ ୨୦୦୯ରେ ବିଜେଡି ଟିକେଟରେ ଜିତିଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗିକୁ ପ୍ରାର୍ଥୀ କରି ବିଜେପି ଉଭୟଙ୍କୁ ମାତ୍ ଦେବା ଚକ୍କରରେ ରହିଛି। ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗି, […]

  • Tuesday, 20 July 2021
congress
୩ଦିନ ପରେ ସରିବ ନାମାଙ୍କନ ପ୍ରକ୍ରିୟା: ଛିଡୁନି କଂଗ୍ରେସର ଟିକେଟ୍ ଗଣିତ

ଭୁବନେଶ୍ୱର: ଜୋର୍‌ ଧରିଲାଣି ନିର୍ବାଚନୀ ପ୍ରଚାର। ନିଜ ସପକ୍ଷରେ ଭୋଟରଙ୍କୁ ମନାଇବା ପାଇଁ ଲାଗିପଡ଼ିଛନ୍ତି ବିଭିନ୍ନ ପ୍ରାର୍ଥୀ। ତେବେ କଂଗ୍ରେସରେ ଚିତ୍ର କିନ୍ତୁ ଓଲଟା। ମୈଦାନରେ ବଦଳରେ ପିସିସି ସଭାପତିଙ୍କ ଘରେ ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି। କାରଣ ଏବେବି ଅଛିଣ୍ଡା ରହିଛି କଂଗ୍ରେସର ଟିକଟ ଅଙ୍କ। କିଛି ଆଶାୟୀ ଟିକଟ ନପାଇ ଅସନ୍ତୋଷ ଜାହିର କରିବାକୁ ଆସୁଥିବା ବେଳେ ଆଉ କିଛି ନିଜ ଅଞ୍ଚଳର  ଘୋଷିତ ପ୍ରାର୍ଥୀଙ୍କୁ ବଦଳାଇବା ଦାବିରେ ନିରଞ୍ଜନଙ୍କ ନିକଟରେ […]

  • Tuesday, 20 July 2021
gds
ଅଡୁଆରେ ପଡ଼ିପାରନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର: ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳିର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥୀପତ୍ର ନାକଚ କରିବା ଲାଗି ଏଡିଏମ୍‌ଙ୍କ ନିକଟରେ ଦାବି କରିଛି ବିଜେପି। ଅନନ୍ତ ବିଡିଏ ଅଧ୍ୟକ୍ଷ ଭଳି ଲାଭଜନକ ସଂସ୍ଥାରୁ ଇସ୍ତଫା ନଦେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଯାହାକି ଆଇନ୍‌ର ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ ଆଣିଛି। ବିଜେପି ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଭୁବନେଶ୍ୱର ଏଡିଏମ୍‌ଙ୍କ କାର୍ଯ୍ୟାଳୟକୁ ଯାଇ ଏ ବାବଦରେ ଅଭିଯୋଗ […]

  • Tuesday, 20 July 2021
ganga
ଗୁଣପୁର ନିର୍ବାଚନ ମଣ୍ଡଳୀରେ ଗମାଙ୍ଗ ପରିବାରର ଲଢ଼େଇ

ଗୁଣପୁର(ଇନ୍ଦ୍ରଜିତ୍ ପଣ୍ଡା): ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୧ ତାରିଖରେ ରାୟଗଡ଼ା ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ  ମତଦାନ ହେବ। ଏଥିଲାଗି ଜୋରଦାର ପ୍ରଚାର ଚାଲିଥିବା ବେଳେ ଏଠି ଚାରି କୋଣିଆ ଲଢ଼େଇ ହେବାକୁ ଯାଉଛି। ତେବେ ଏହି ଲଢ଼େଇ ହେବ ଗୋଟିଏ ପରିବାର ଭିତରେ। ଏଠାରୁ ନିର୍ବାଚନ ଲଢୁଥିବା ସମସ୍ତ ପ୍ରମୁଖ ପାର୍ଥୀ ଗମାଙ୍ଗ ପରିବାରର। ଏଣୁ ପାରିବାରିକ ରାଜନୀତିକୁ ନେଇ ସରଗରମ ହୋଇଛି ଏଠାକାର ନିର୍ବାଚନୀ ପରିବେଶ। ଏଠି ଅଜା-ନାତିଆ, ଦାଦା-ପୁତୁରା ଓ ମାମୁଁ- ଭଣଜା […]

  • Tuesday, 20 July 2021
jya
ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ଟିମ୍

ଭୁବନେଶ୍ୱର: କାଳିଆ ଟଙ୍କା ଅଟକାଇ ଦିଆଯାଇଥିବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଫେରାଦ ହୋଇଛି।  ଚାପରେ ପଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ଦେଉନାହାନ୍ତି ବୋଲି ଦଳ ଅଭିଯୋଗ କରିଛି। ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଏ ସମ୍ପର୍କରେ ଘୋଷଣା ହୋଇଥିଲେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ଦେଉନାହାନ୍ତି।ଅନ୍ୟପକ୍ଷରେ ପିଏମ୍‌ କିଷାନ ଯୋଜନାରେ ଏବେ ବି ହିତାଧିକାରୀଙ୍କ ନାଁ ଭର୍ତ୍ତି ହେଉଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ବିଜେପିର ପ୍ରତିକ୍ରିୟା […]

  • Tuesday, 20 July 2021
fa
ପଶ୍ଚିମ ଓଡ଼ିଶାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପ୍ରଚାର

ନୂଆପଡ଼ା(ମାୟାଧର ସରାଫ): ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ନୂଆପଡ଼ା ନିର୍ବାଚନମଣ୍ଡଳୀର ତରବୋଡରେ ଏକ ସମାବେଶରେ ସେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହା ସହିତ କଂଗ୍ରେସର ଗରିବଙ୍କୁ ୭୨ ହଜାର ଟଙ୍କା ପ୍ରଦାନର ଘୋଷଣାକୁ ପ୍ରଶଂସା କରିବା ସହିତ କହିଛନ୍ତି, କଂଗ୍ରେସ ଯାହା କହେ, ତାହା କରେ। ଧର୍ମଗଡ଼ରେ ସେ ଏକ ସାଧାରଣ ସଭାରେ ମଧ୍ୟ ସେ ଯୋଗ ଦେବେ। ବାଘେଲଙ୍କ ସହିତ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ତଥା […]

  • Tuesday, 20 July 2021
fsa
ବିଜେଡି ଲୋକସଭା ପ୍ରାର୍ଥୀଙ୍କୁ ରୋକିଲା ଷ୍ଟାଟିକ୍ ସର୍ଭିଲାନ୍ସ ସ୍କ୍ୱାଡ୍

ସୁନ୍ଦରଗଡ଼: ଶୋଭାଯାତ୍ରା ବେଳେ ସୁନ୍ଦରଗଡ଼ ଲୋକସଭାର ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କୁ ଅଟକାଇଲା ନିର୍ବାଚନ କମିଶନଙ୍କ ଷ୍ଟାଟିକ୍ ସର୍ଭିଲାନ୍ସ ସ୍କ୍ୱାଡ୍। ସୁନୀତ ଆଜି ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକରେ ପ୍ରଚାର ଶୋଭାଯାତ୍ରାରେ ବାହାରିଥିଲେ। ତେବେ ଏଥିପାଇଁ ଆବଶ୍ୟକ ଅନୁମତି ନ ଥିବାରୁ ପୁଲିସ୍ ତାଙ୍କୁ ହାତୀବାରିରେ ଅଟକ ରଖିଥିଲା। ହେଲେ କିଛି ସମୟ ପରେ ସୁନୀତା ସେଠାରୁ ଆସି ରୋଡ୍ ଶୋ’ କରୁଥିବା ବେଳେ ପୁରୁଣାପାଣିରେ ତାଙ୍କୁ ଶୋଭାଯାତ୍ରା ଓ ସଭା ପାଇଁ ଅନୁମତି  ପତ୍ର ମାଗିଥିଲା […]

  • Tuesday, 20 July 2021
gf
ପ୍ରଚାର ପାଇଁ କଳାହାଣ୍ଡିରେ ଧର୍ମେନ୍ଦ୍ର

କଳାହାଣ୍ଡି(ରାଜକୁମାର ସିଂହଦେଓ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳାହାଣ୍ଡି ଜିଲ୍ଲାର ତିନିଟି ସ୍ଥାନରେ ଆଜି ନିର୍ବାଚନ ପ୍ରଚାର କରୁଛନ୍ତି। ଜୁନାଗଡ଼ ନିର୍ବାଚନମଣ୍ଡଳୀର ବୃନ୍ଦାବାହାଲରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଧର୍ମେନ୍ଦ୍ର। ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ବର୍ଷିବା ସହ କାଳିଆ ଯୋଜନାରେ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ସେମାନଙ୍କ ସମ୍ପର୍କୀୟ ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି। ଏହି […]

  • Tuesday, 20 July 2021