ବାଲେଶ୍ୱର(ରଞ୍ଜିତ ପାକଳ)/ବାସୁଦେବପୁର(କିରିଟି ଚନ୍ଦ୍ର ଦାସ)/ ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ଦୁନିଆକୁ ଦାନା ଯୋଗାଉଥିବା ଚାଷୀଙ୍କ ଅବସ୍ଥା ସଙ୍ଗୀନ। କ୍ଷେତରେ ହାଡ ଭଙ୍ଗା ପରିଶ୍ରମ କରି ଫଳ ଫଳାଇବା ପରେ ବି ତାକୁ ମିଳୁନି ଉଚିତ୍ ପ୍ରାପ୍ୟ। ଫଳରେ ରାଜରାସ୍ତାକୁ ଆସି ହକ୍ ପାଇଁ ଲଢ଼େଇ କରୁଛି ଚାଷୀ। କେଉଁଠି ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ ତ ଆଉ କେଉଁଠି ପ୍ରାପ୍ୟ ପ୍ରଦାନ ଦାବିରେ ଆନ୍ଦୋଳନ। ସେପଟେ କୃଷକ ଆନ୍ଦୋଳନକୁ ପ୍ରଶମିତ କରିପାରିନି ସରକାରୀ ଯୋଜନା ଆଉ ନେତାଙ୍କ […]
ଭୁବନେଶ୍ୱର: ଟିକଟ ବଣ୍ଟନକୁ ନେଇ ବିଜେଡିରେ କୁହୁଳୁଛି ଅସନ୍ତୋଷ। ଏହି କ୍ରମରେ ଆଜି ଦଳ ଛାଡ଼ିଛନ୍ତି ଆଉ ଜଣେ ନେତ୍ରୀ। ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକଟ ନମିଳିବା ନେଇ ଅସନ୍ତୁଷ୍ଟ ଥିଲେ ବାସନ୍ତୀ। କେବଳ ବାସନ୍ତୀ ନୁହେଁ ବିଜେଡିରୁ ଏକାଧିକ ନେତା ଦଳ ଛାଡ଼ିଲେଣି। ପୂର୍ବରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା […]
ଭୁବନେଶ୍ୱର: ଦଳରେ ବଢ଼ୁଥିବା ବିଦ୍ରୋହକୁ ଦେଖି ପ୍ରାର୍ଥୀ ଘୋଷଣା ଷ୍ଟ୍ରାଟେଜିରେ ପରିବର୍ତ୍ତନ କରୁଛି ବିଜେଡି। ଖାସ୍ ସେଥିପାଇଁ ପ୍ରଥମ ଦଫାରେ ବାକିଥିବା ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ ଚୂଡାନ୍ତ ହୋଇଥିଲେ ବି ଘୋଷଣା କରାଯାଉନି। ଚର୍ଚ୍ଚା ହେଉଛି, ସେସବୁ ସ୍ଥାନରେ ପ୍ରାର୍ଥୀମାନଙ୍କୁ ପ୍ରସ୍ତୁତ ରହିବାକୁ ସବୁଜ ସଙ୍କେତ ଦିଆଯାଇଛି। ସେପଟେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ କରୁଥିବାରୁ ବିଜେଡି ଆଉ ନିଜ ତାଲିକା ଶୀଘ୍ର ଘୋଷଣା ନକରିବା ଚକ୍କରରେ ରହିଛି। ପରିବର୍ତ୍ତିତ ରଣନୀତି ଅନୁସାରେ […]
ଭୁବନେଶ୍ୱର: କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଚୟନ ଗଣିତ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ମାତ୍ର ୬ ଲୋକସଭା ଓ ୩୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ। ଆଶାୟୀମାନେ ଖୋଲାଖୋଲି ନିଜ ଦାବି ଜଣାଉଥିବାରୁ କାହାକୁ ଟିକଟ ଦେବେ ଓ କାହାର କାଟିବେ ତାକୁ ନେଇ ଅଡ଼ୁଆରେ ହାଇକମାଣ୍ଡ। ଏଣେ କିଛି ଆସନରେ ଘୋଷିତ ପ୍ରାର୍ଥୀଙ୍କୁ ବି ଆରମ୍ଭ ହୋଇଯାଇଛି ବିରୋଧ। ଏଭଳି ସ୍ଥିତିରେ ପିସିସି ସଭାପତି ନିରଞ୍ଜନ […]
ଭୁବନେଶ୍ୱର: ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ କେନ୍ଦ୍ରାପଡ଼ାରୁ ଲୋକସଭା ପ୍ରାର୍ଥୀ କରିଛି। ସେହିପରି ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଷଡଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଛି। ଜୁଏଲ ଓରାମ ପୂର୍ବ ପରି ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। କେନ୍ଦୁଝରରୁ ଅନନ୍ତ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କୁ ଦଳ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। […]
କଣ୍ଟାବାଞ୍ଜି (ସୁରଦାସ ବାଗ୍): କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ସପକ୍ଷରେ ବାହାରିଲେ ସମର୍ଥକ। ଆୟୁବଙ୍କ ସମର୍ଥକମାନେ ଆଜି ନବୀନ ନିବାସ ଆସି କଣ୍ଟାବାଞ୍ଜି ପାଇଁ ଦିଆଯାଇଥିବା ଦଳୀୟ ଟିକେଟର ପୁର୍ନବିଚାର କରାଯିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି, “ଆୟୁବଙ୍କ ସମୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି। ତାଙ୍କୁ ଟିକେଟରୁ ବଞ୍ଚିତ କରି ଅନ୍ୟାୟ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁନଃ ବିଚାର କରି ଆୟୁବଙ୍କୁ ପ୍ରାର୍ଥୀ କରନ୍ତୁ।” ୨ ମାସ ତଳେ ଦଳରେ ଯୋଗ ଦେଇଥିବା […]
ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି। ଏନେଇ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି। ଗତକାଲି ଖରିଆର ରୋଡ୍ ନିକଟରେ ଢୋଲକିଆ ଏକ ରାଲିରେ ଯାଉଥିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ଆସୁଥିବା ଲୋକଙ୍କୁ ସେ ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି। ଦ୍ୱିନ ଦ୍ୱିପ୍ରହରେ ଭୋଟରମାନଙ୍କୁ ଢୋଲକିଆ ଏଭଳି ଟଙ୍କା ବାଣ୍ଟିବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ […]
ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ରାଜନୀତିକ ଦଳ ଅନ୍ୟ ଦଳ ଉପରେ ଦୋଷ ଲଦି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କଠାରେ ଫେରାଦ ହେଉଛନ୍ତି। ଆଜି ବିଜେପି ଡିଆଇଜି ଆଶିଷ ସିଂଙ୍କ ବିରୋଧରେ ଫେରାଦ ହୋଇଥିବା ବେଳେ ବିଜେଡି ଦୂରଦର୍ଶନ ନାଁରେ ଅଭିଯୋଗ କରିଛି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଡିଆଇଜି ଆଶିଷ ସିଂହଙ୍କ ନାଁରେ ସିଇଓଙ୍କଠାରେ ବିଜେପି ଫେରାଦ ହୋଇଛି। ଶ୍ରୀ ସିଂହ ଦଳୀୟ ବ୍ୟାପାରରେ ମୁଣ୍ଡ ପୂରାଉଥିବା ବିଜେପି ଅଭିଯୋଗ […]
ଭୁବନେଶ୍ୱର: ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆଇନକୁ ସରକାରୀ ଦଳ ବିଧାୟକଙ୍କ ଫୁ। ପ୍ରାୟ ଏକ ଏକର ସରକାରୀ ଜମିକୁ ମାଡ଼ି ବସି ଦଳୀୟ ଅଫିସ ଖୋଲିଛନ୍ତି। ଏପରି ଅଭିଯୋଗ ଆସିଛି କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନାଁରେ। ଗାଁ ଲୋକ ବିଧାୟକଙ୍କ ବେନିୟମ କାମକୁ ବିରୋଧ କରୁଥିଲେ ମଧ୍ୟ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନାହାଁନ୍ତି। ତେବେ ବିଧାୟକ ଅଭିଯୋଗକୁ ଖଣ୍ଡନ କରିବା ସହ ଯେକୌଣସି ତଦନ୍ତ ଲାଗି ପ୍ରସ୍ତୁତ ବୋଲି କହିଛନ୍ତି। ରାଜସ୍ୱ ବିଭାଗର […]
ଭଦ୍ରକ(ତପନ ସ୍ୱାଇଁ)/ଯାଜପୁର(ଗୁଲାମ ଗସ୍): ରାଜ୍ୟରେ ଚାଷ ଓ ଚାଷୀଙ୍କ ସମସ୍ୟା ଗୁରୁତର ରହିଛି। କେଉଁଠି ଫସଲହାନୀରୁ ଚାଷୀର ଆତ୍ମହତ୍ୟା ହେଉ ତ ଆଉ କେଉଁଠି ମଣ୍ଡିରେ ଅବ୍ୟବସ୍ଥା ଏବଂ ଅଭାବୀ ବିକ୍ରି ଜନିତ ସମସ୍ୟା। ବର୍ଷ ତମାମ ଉପାନ୍ତରୁ ଉପକୂଳ ଯାଏଁ, ଚାଷୀ ପରିବାରକୁ ଦହଗଞ୍ଜ ହେବାକୁ ପଡ଼ିଛି। ସରକାର ଆଉ ସରକାରୀ ଦଳର ପ୍ରତିଶ୍ରୁତି ଏବଂ ଯୋଜନା ଆଜି ବି ଚାଷୀର ଦୁଃଖକୁ ଦୂର କରିପାରିନି। ତେଣୁ ଏହାକୁ ନେଇ ଅସନ୍ତୁଷ୍ଟ ଥିବା ଚାଷୀ ଆଗାମୀ […]
ଭୁବନେଶ୍ୱର: ବିଜେଡି ଛାଡୁଥିବା ନେତା ଏବେ ବିଜେପି ମୁହାଁ ହୋଇଥଇବା ଦେଖିବାକୁ ମିଳୁଛି। ଟିକେଟ ନ ମିଳିବାରୁ ଦଳ ଛାଡ଼ିଥିବା ସାଂସଦ, ବିଧାୟକ, ପୂର୍ବତନ ବିଧାୟକ ଓ ଆଗଧାଡିର ନେତା ପଦ୍ମ ଧରିଛନ୍ତି। ଆଜି ଗୋଟିଏ ଦିନରେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ୩ ଜଣ ସାଂସଦ, ୩ ଜଣ ବିଧାୟକ ଓ ପୂର୍ବତନ ବିଧାୟକ। ଆଜି ଗୋଟିଏ ଦିନରେ ପଦ୍ମ ଧରିଛନ୍ତି ୩ ବିଜେଡି ବିଧାୟକ। ଏମାନେ ହେଲେ ଦଶପଲ୍ଲାର ଏମ୍ଏଲ୍ଏ ପୂର୍ଣଚନ୍ଦ୍ର ନାଏକ, ନିଳଗିରିର […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦେଇଛନ୍ତି। ନବୀନ ଦେଇଥିବା ତଥ୍ୟ ଅନୁସାରେ ତାଙ୍କ ପାଖରେ ମାତ୍ର ନଗଦ ୨୫ ହଜାର ଟଙ୍କା ଅଛି। ଦିଲ୍ଲୀ ଜନପଥରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬ ଲକ୍ଷ ୫୦ ହଜାର ଟଙ୍କା ଜମା ରହିଛି। ସେହିପରି ଦିଲ୍ଲୀ ସଂସଦ ଭବନ ଏସ୍ବିଆଇ ଆକାଉଣ୍ଟରେ ୧ ହଜାର ୭୩୦ ଟଙ୍କା […]
ଭୁବନେଶ୍ୱର: ଟିକେଟ୍ ବଣ୍ଟନକୁ ନେଇ ବିଜେଡିରେ ଜାରି ରହିଛି ଅସନ୍ତୋଷ। ଯାହାକି ଦଳ ପାଇଁ ଗୋଟିଏ ପଟେ ଖାଇ ଓ ଅନ୍ୟପଟେ ନିଆଁ ସଦୃଶ ହୋଇଛି। ଟିକେଟ୍ ନମିଳିବାରୁ ୩ ଜଣ ସିଟିଂ ଏମ୍ପି ବିଜେଡିକୁ ବାଏ ବାଏ କରିଥିବା ବେଳେ ସିଟିଂ ଏମ୍ଏଲ୍ଏଙ୍କ ତାଲିକା ବି ଲମ୍ବି ଚାଲିଛି। ତେଣେ ଦଳରେ ବ୍ୟାପୁଥିବା ଅସନ୍ତୋଷକୁ ମାନିଛନ୍ତି ମୁଖପାତ୍ର ଅରୁଣ ସାହୁ। ତେବେ ୨୦୦୯ ଓ ୧୪ ନିର୍ବାଚନ ବର୍ଷ ଭଳି ଦଳରେ ଏଥର ପଲିଟିକାଲ୍ କ୍ରାଇସିସ୍ […]
ଭୁବନେଶ୍ୱର: ନିର୍ବାଚନ ପାଇଁ ଟିକେଟ ବଣ୍ଟନ ଶେଷ ନ ହେଉଣୁ କଂଗ୍ରେସର ପୁରୁଣା ରୋଗ ବାହାରିଲାଣି। ଦଳୀୟ ଟିକେଟ ମିଳି ନଥିଲେ ମଧ୍ୟ ଅନେକ ସ୍ଥାନରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେଣି। ସଦନ ନାୟକ ଓ ମାଲା ମାଢ଼ିଙ୍କ ପରେ କଂଗ୍ରେସର ଆଉ ଜଣେ ଟିକଟ ଆଶାୟୀ ଚନ୍ଦ୍ରଶେଖର ମାଝି ଆଜି ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରୁ କଂଗ୍ରେସରେ ଟିକଟ କନ୍ଦଳ କେଉଁ ସ୍ତରରେ ପହଞ୍ଚିଛି ତାହା ସ୍ପଷ୍ଟ ହେଉଛି। ସ୍ଥିତି ଏମିତି ଯେ, ହାଇକମାଣ୍ଡଙ୍କ […]
ଭୁବନେଶ୍ୱର: କୋରାପୁଟ ବିଧାନସଭା କିମ୍ବା ଭୁବନେଶ୍ୱରରୁ ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଏ ନେଇ ଆଜି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଗରିଆ କହିଛନ୍ତି, “ଓଡ଼ିଶାରେ ବିଏସ୍ପି-ଏସ୍ପି ମିଳିତ ଭାବେ ନିର୍ବାଚନ ଲଢ଼ିବେ।” କିଛି ମାସ ପୂର୍ବରୁ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଦଳ ମଧ୍ୟ ଛାଡ଼ିଥିଲେ। ପରେ ସେ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିଲେ।
ଭୁବନେଶ୍ୱର: ନିର୍ବାଚନ ପ୍ରକ୍ରିୟାରେ ବାଧକ ସାଜିପାରେ ନବ ନିର୍ମାଣ କୃଷକ ସଂଗଠନ। ସଂଗଠନର ଦୀର୍ଘ ଦିନର ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂରଣ କରୁନଥିବା ଅଭିଯୋଗ କରି ଦଳ ନିର୍ବାଚନ ପ୍ରକ୍ରିୟାରେ ଅସହଯୋଗ କରିବା ଲାଗି ନିଷ୍ପତ୍ତି ନେଇଛି। ଏପରିକି ଗାଁ ମଧ୍ୟକୁ ପୋଲିଂ ଅଫିସରଙ୍କୁ ପୂରାଇ ନଦେବାକୁ ଧମକ ଦେଇଛି। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, “ଚାଷୀଙ୍କ ପାଇଁ ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ ଦାବି କରୁଥିବା ସଂଗଠନ ଏଥର ଅହିଂସା […]
ଭୁବନେଶ୍ୱର: ଭୋଟ୍ ପୂର୍ବରୁ ତୀବ୍ର ହେଉଛି ରାଜନେତାଙ୍କ ଦଳ ଡିଆଁ ପର୍ବ। ଗତକାଲି ବିଜେଡି ଛାଡ଼ିଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ପାରଳାଖେମୁଣ୍ଡିରୁ ବିଜେଡି କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରିବା ପରେ କେ. ନାରାୟଣ ରାଓ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ କେ. […]
ଭୁବନେଶ୍ୱର: ଦଳୀୟ ଟିକେଟ ନ ମିଳିବା ପରେ ବିଜେଡିରୁ ଜଣକ ପରେ ଜଣେ ନେତା ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ୁଛନ୍ତି। ଏଯାଏଁ ୩ ଜଣ ସିଟିଂ ଏମ୍ପି ଓ ୩ ଜଣ ସିଟିଂ ଏମ୍ଏଲ୍ଏ ଦଳ ଛାଡ଼ିଲେଣି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେହିପରି ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ […]
ଭୁବନେଶ୍ୱର: ନିର୍ବାଚନରେ ଟିକେଟ ବଣ୍ଟନକୁ ନେଇ ଦଳରେ ଥିବା ଅସନ୍ତୋଷକୁ ମାନିଲା ବିଜେଡି। ବିଜେଡି ମୁଖପାତ୍ର ତଥା ବିଧାୟକ ଅରୁଣ ସାହୁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବିଜେଡି ଓଡ଼ିଶାର ସର୍ବବୃହତ ଦଳ। ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବାକୁ ବହୁ ଲୋକ ଆଶା କରିଥିଲେ। ହେଲେ ପ୍ରାର୍ଥୀ ଜଣେ ହେବେ। ବହୁ ବିଚାରବିମର୍ଶ ପରେ ପ୍ରାର୍ଥୀ ଘୋଷଣା ହୋଇଛି।” ସେଆହୁରି କହିଛନ୍ତି, “କାଁ ଭାଁ ଅଳ୍ପ କିଛି ଜାଗାରେ କେହି ଅସୁଖୀ ଥିବା ଖବର ଆସୁଛି। […]
ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ବିଜେଡିରୁ ଇସ୍ତଫା ଦେଇଛନ୍ତି ଆଉ ଜଣେ ସିଟିଂ ଏମ୍ଏଏଲ୍। ସେ ହେଉଛନ୍ତି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ। ଟିକେଟ ନମିଳିବାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଦଳର କିଛି ମୁଷ୍ଟିମେୟଙ୍କ ଭୁଲ ନିଷ୍ପତ୍ତି ପାଇଁ ଟିକେଟ ପାଇଲିନି ବୋଲି ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି। ଏହାସହ ଦଳରେ ଦୁର୍ନୀତିମୁକ୍ତ ଅପେକ୍ଷା ଦୁର୍ନୀତିଗ୍ରସ୍ତଙ୍କୁ ଟିକେଟ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଯାହାକୁ ଟିକେଟ ମିଳିଛି, ସେ ଏସ୍ସି/ଏସ୍ଟିଙ୍କ ବିକାଶ ମୂଳକ […]
ଭୁବନେଶ୍ୱର: ବହୁ ଆଡ଼ମ୍ବରରେ କଂଗ୍ରେସର ଲଘୁକ୍ରିୟା। ଆଗୁଆ କରିବୁ, ଆଗୁଆ କରିବୁ କହି ଶେଷରେ ଗତକାଲି ୬ ଲୋକସଭା ଓ ୩୬ ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ତେବେ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ତାଲିକା ଘୋଷଣା ହେଉ ହେଉ ତୀବ୍ର ହେଲାଣି ବିଦ୍ରୋହର ସ୍ୱର। ବରଗଡ଼ରେ ଟିକେଟ୍ ନମିଳିବା ପ୍ରତିବାଦରେ ଦଳ ଛାଡିଛନ୍ତି ପୁରୁଖା ନେତା ସାଧୁ ନେପାକ। ଏଣେ ବରିଷ୍ଠ ବିଧାୟକ ତାରା ବାହିନୀପତି ଓ […]
ଭୁବନେଶ୍ୱର: ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥର କିନ୍ତୁ ତାଙ୍କର ମୋଡ୍ ବଦଳିଛି। ସେ ହିଞ୍ଜିଳି ସହିତ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି। ତେବେ ନବୀନ କାହିଁକି ବିଜେପୁରରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ? ବର୍ଷେ ତଳେ ଉପ-ନିର୍ବାଚନ ପ୍ରଚାର ବେଳେ ବିଜେପୁରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ମିଳିଥିଲା, ତାହା କେତେଦୂର ପୂରଣ ହୋଇଛି ? ଏସବୁ ପ୍ରସଙ୍ଗ ଏବେ ନବୀନଙ୍କ ଆଗରେ ବଡ଼ […]
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡିରେ ଅସମ୍ଭାଳ ସ୍ଥିତି। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଖୋଲାଖୋଲି ବିଦ୍ରୋହ ଦେଖିବାକୁ ମିଳୁଛି। ଟିକେଟ୍ରୁ ବଞ୍ଚିତ ହେବା ପରେ ଆଜି ସାଂସଦ ଅର୍କକେଶରୀ ଦେଓ, କୁସୁମ ଟେଟେ, କେ.ନାରାୟଣ ରାଓ ଓ ପ୍ରମୋଦ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେପଟେ ସାଂସଦ ଟିକେଟ୍ରୁ ବଞ୍ଚିତ ହେବା ପରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବି ଦଳ ଛାଡ଼ିବାକୁ ପରୋକ୍ଷରେ ଧମକ ଦେଇଛନ୍ତି। ବିଦ୍ରୋହ ବଢୁଥିବାରୁ ପ୍ରଥମ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୁଲିସ୍ର ଗୁଇନ୍ଦା ରିପୋର୍ଟ ଆଧାରରେ ହିଞ୍ଜିଳିରୁ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହୋଇଥିବା ବିଜେପି ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହାକୁ ନେଇ ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ଦେଖାଉଥିବା ପ୍ରମାଣପତ୍ର ଜାଲ ବୋଲି ବିଜେଡି କହିବା ସହ ଏହା ହୀନ ରାଜନୀତି ବୋଲି ଆକ୍ଷେପ କରିଛି। ଅନ୍ୟପକ୍ଷରେ ନବୀନଙ୍କ ନିର୍ବାଚନ ମଣ୍ଡଳୀ ସଂପର୍କିତ ଏହି ଗୁଇନ୍ଦା ରିପୋର୍ଟକୁ ନେଇ […]
ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଟିକେଟ କଟିଛି। ଗତକାଲି ନବୀନ ପଟ୍ଟନାୟକ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନାହିଁ। ଏହାକୁ ନେଇ ପୂର୍ଣ୍ଣଚନ୍ଦ୍ର ଅସନ୍ତୋ ପ୍ରକାଶ କରିଛନ୍ତି। ଏହା ମୋ ପ୍ରତି ଅନ୍ୟାୟ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି, “ଦଳ ପାଇଁ ନିଷ୍ଠାପର ଭାବେ କାମ କରୁଥିଲି। ଏହାସତ୍ତ୍ୱେ ମୋତେ ଟିକେଟରୁ ବଞ୍ଚିତ କରାଯାଇଛି। ନିଜ ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ସହ କଥା ହୋଇ ସେ ପରବର୍ତ୍ତୀ […]