/odishatv-khabar/media/post_attachments/uploadimage/library/16_9/16_9_0/assembly-1_1626776681.jpg)
assembly
ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ବିଜେପି ଘେରିବାକୁ ଯୋଜାନା କରୁଛି। ମରୁଡି ପରିସ୍ଥିତି, ସାର ଅଭାବ, ଜଳସେଚନ ବ୍ୟବସ୍ଥା, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ମାନସ ଦାସଙ୍କ ମାବନବାଦ ସଂଗଠନର ଅତ୍ୟାଚାର ଘଟଣା, ମାହଙ୍ଗା ଡବଲ ମର୍ଡର ଭଳି ଘଟଣାରେ ସରକାରଙ୍କୁ ଘେରିବ ବିଜେପି। ସେହିପରି କୋଟିଆ ସୀମା ବିବାଦରେ ରାଜ୍ୟ ସରକାର ଫେଲ ମାରିବା, ଆବାସ ଦୁର୍ନୀତି, ପଶ୍ଚିମ ଓଡିଶା ବିକାଶ ପରିଷଦ ପ୍ରସଙ୍ଗ, ପଶ୍ଚିମ ଓଡିଶାକୁ ଅବହେଳା, ବିଦ୍ୟୁତ ଶୁକ୍ଲ ବୃଦ୍ଧି, DMF ପାଣ୍ଠି ଦୁରପଯୋଗ, ବିଜେଡିର ଓବିସି ରାଜନୀତି, ଆୟୁଷ୍ମାନ ଯୋଜନା, ମରୁଡି ପରିସ୍ଥିତି ଓ ସାର ଅଭାବ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିଜେପି। କାଲି ବିଧାନସଭା ଆରମ୍ଭ ହେଉଥିବାବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ନାଉରୀ ନାୟକ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି।
Also Read
ସୂଚନା ଅନୁସାରେ, ତଥାକଥିତ ମାନବବାଦ ସଂଗଠନର ଗୁମର ସାମ୍ନାକୁ ଆସୁଛି । କେଉଁଠି ଚାନ୍ଦା ନ ଦେଲେ ମାଡ଼ ତ କେଉଁଠି ସଂଗଠନକୁ ବିରୋଧ କଲେ ହତ୍ୟା ଅଭିଯୋଗ। ପୂର୍ବରୁ ଶାସକ ଦଳ ସହ ସଂପୃକ୍ତିର ନିଚ୍ଛକ ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏବେ ସଂଗଠନର ଜାତି ଆଉ ଧର୍ମ ବିରୋଧୀ ଆଭିମୁଖ୍ୟ ପଦାକୁ ଆସିଛି। ସଂଗଠନ ସଧବାଙ୍କୁ ଶଙ୍ଖା ଆଉ ସିନ୍ଦୂର ନ ପିନ୍ଧିବାକୁ ତାଗିଦ୍ କରୁଛି, କାହାର ବିୟୋଗ ହେଲେ ଗୃହକର୍ତ୍ତାଙ୍କୁ ଶୁଦ୍ଧିକ୍ରିୟା ପାଇଁ ବାରଣ କରୁଛି। ଖିଲାପ କଲେ ଗାଁରୁ ମାଡ଼ଖାଇ ବିଦା ହେବା ଥୟ। ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ଏକଛତ୍ରବାଦର ଚିତ୍ର ସାମ୍ନାକୁ ଆସିଥିବାବେଳେ ମାନବବାଦ ସଂଗଠନର ସେହି ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କ ଏବେ ଗିରଫଦାରୀକୁ ନେଇ ଜୋର ଧରିଛି ଦାବି।
ସେପଟେ, ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଇଛନ୍ତି JMFC କୋର୍ଟ। ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ପ୍ରୋଟେଷ୍ଟ ପିଟିସନ କରିଥିଲେ। ଚାର୍ଜସିଟରେ ମନ୍ତ୍ରୀଙ୍କ ନାଁ ନଥିବାରୁ କୋର୍ଟରେ ପିଟିସନ କରିଥିଲେ ରମାକାନ୍ତ। ମନ୍ତ୍ରୀଙ୍କ ନାଁକୁ ବାଦ୍ ଦେଇ ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ। ତେଣୁ ଅଗଷ୍ଟ ୨୬ରେ କୋର୍ଟ ଏହି ରାୟ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)