• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଉଦ୍‌ଘାଟନ ସମୟରେ ବିଜେଡି-ବିଜେପି ମୁହାଁମୁହିଁ ।

  • କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

  • ଉଭୟ ଗୋଷ୍ଠୀ ମଧ୍ୟରେ ହଙ୍ଗାମା ସହିତ ହୋହାଲ୍ଲା ।

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମନୋହରପୁର ଓପିସିଏଲ୍ ଖଣିରୁ କୋଇଲା ପରିବହନର ଉଦ୍‌ଘାଟନ ସମୟରେ ବିଜେଡି-ବିଜେପି ମୁହାଁମୁହିଁ । କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଙ୍ଗାମା ସହିତ ହୋହାଲ୍ଲା । ଏପରିକି ଠେଲା ପେଲା ବି ହୋଇଥିଲା । ନେତାଙ୍କ ହସ୍ତକ୍ଷେପ ପରେ ପରିବେଶ ଶାନ୍ତ ପଡ଼ିଛି ।

ମନୋହରପୁର ଓପିସିଏଲ୍ ଖଣିରୁ ଓପିଜିସି ଇବ୍ ତାପଜ ବିଦ୍ୟୁତ କେନ୍ଦ୍ରକୁ ରେଳରେ କୋଇଲା ପରିବହନର ଶୁଭାରମ୍ଭ ଆଜିଠାରୁ ହୋଇଛି । ଏହି କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂସଦ ଜୁଏଲ ଓରାମ, ସୁରେଶ ପୁଜାରୀ, ବିଧାୟକ କୁସୁମ ଟେଟେ ଓ ଭବାନୀ ଶଙ୍କର ଭୋଇ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଉଦ୍‌ଘାଟନ ସମାରୋହ ସରିବା ପରେ ମନ୍ତ୍ରୀ ସେଠାରୁ ଚାଲିଯିବା ଅନ୍ୟ ଅତିଥିମାନଙ୍କର ଅପମାନ କହି ପାଟିତୁଣ୍ଡ କରିଥିଲେ ବିଜେପି କର୍ମୀ । ମନ୍ତ୍ରୀ ଗୋ’ବ୍ୟାକ୍ ବୋଲି ନାରା ଦେଇଥିଲେ । ଏହାର ପ୍ରତିବାଦ କରି ହୋହାଲ୍ଲା କରିଥିଲେ ବିଜେଡଜି କର୍ମୀ । ଉଭୟ ଗୋଷ୍ଠୀ ମଧ୍ୟରେ ଠେଲାପେଲା ବି ହୋଇଥିଲା ।

ଅନ୍ୟପଟେ ରାଜଧାନୀରେ ମଧ୍ୟ ବିଜେପି-ବିଜେଡି ନେତା ମାନେ କଥା କଟାକଟି ହୋଇଛନ୍ତି । ବିଜେପି ପକ୍ଷରୁ ବିଜେଡିକୁ ଟାର୍ଗଟ୍‌ କରି ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ ବିଜେଡି ମଧ୍ୟ କଡ଼ା ଜବାବ ଦେଇଛି ।

ସ୍ୱାୟତ୍ତ ଶାସନ ଦିବସ ପୂର୍ବରୁ ବିଏମ୍‌ସି ଓ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ୍ କରିଥିଲା । ବିଜେପି ପକ୍ଷରୁ ‘ଆମେ କହୁନୁ, କହୁଛି ଗଣମାଧ୍ୟମ’ ନାଁରେ ବୁକଲେଟ୍ ରିଲିଜ କରି ସରକାରଙ୍କ ବିଫଳତା ନେଇ ପ୍ରେସମିଟ୍‌ରେ ତଥ୍ୟ ରଖିଥିଲା। ରାଜ୍ୟ ସଭାପତି ସମୀର ମହାନ୍ତି ଓ ଭୁବନେଶ୍ୱର ଜିଲା ବିଜେପି ସଭାପତି ବାବୁ ସିଂଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ଭୁବନେଶ୍ୱରକୁ ସ୍ମାର୍ଟ ସିଟି ରାଜ୍ୟ ସରକାର କେବଳ ଘୋଷଣା କରିଛନ୍ତି, ତାକୁ କାର୍ଯ୍ୟକାରୀ କରାଯାଉନି । ଭୁବନେଶ୍ୱର ଡେଙ୍ଗୁ ପରିସ୍ଥିତି ସହ ରାସ୍ତା ଘାଟ କାମ, ସ୍ମାର୍ଟ ସିଟିରେ ଅଳିଆ ଆବର୍ଜନା ଜମିବା, ଡ୍ରେନ ସମସ୍ୟା, ମୋ ସାଇକେଲ ଦୁର୍ନୀତି ସମେତ ମୌଳିକ ସେବା ଯୋଗାଇବାରେ ବିଫଳ ବୋଲି କହିଛି ବିଜେପି ।

ଏପଟେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସରକାରଙ୍କ ଦୋଷ ତ୍ରୁଟିକୁ ସାମ୍ନାକୁ ଆଣିବା କାମ ଗଣମାଧ୍ୟମର କିନ୍ତୁ ବିଜେପି ତାକୁ ଆଧାର କରି ଯେଉଁ ଅଭିଯୋଗ କରୁଛି ତାହା ତାଙ୍କ ଅପାରଗତା । ଯଦି ସରକାରଙ୍କ ଦୋଷ ଦୁର୍ବଳତା ଗଣମାଧ୍ୟମ ପଦାକୁ ଆଣୁଛି ତେବେ ବିରୋଧୀ ଦଳରେ ଥାଇ ବିଜେପି କରୁଛି କଣ ? ଏଭଳି ପ୍ରଶ୍ନ କରି ବିଜେପିକୁ ଉତ୍ତର ଦେଇଛନ୍ତି ପ୍ରତାପ ଦେବ ।