• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BJD
ଅଧ୍ୟକ୍ଷ ପଦ ଛାଡ଼ିଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ

ପାରଳାଖେମୁଣ୍ଡି( ଆଦର୍ଶ ଦାସ): ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ମୋହନା ବିଧାନସଭା ଆସନ ପାଇଁ ତାଙ୍କ ସ୍ତ୍ରୀ ପୂର୍ଣ୍ଣବାସୀ ନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ଦଳରେ ଶୃଙ୍ଖଳା ରକ୍ଷା କରିବା ଏବଂ ପରିବାର ରାଜନୀତିର ଅଭିଯୋଗ ନଆସିବା ପୂର୍ବରୁ ସେ ସ୍ୱଇଚ୍ଛାରେ ନିଜ ପଦବୀରୁ ଇସ୍ତଫା ଦେଇଥିବା ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।  ପଦବୀ ଛାଡ଼ିବା ପରେ ଦଳର […]

  • Tuesday, 20 July 2021
bjd
ଶଙ୍ଖ ଧରିଲେ ପୂର୍ବତନ ବିଜେପି ନେତା ସନ୍ତୋଷ ଖଟୁଆ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିର ପୂର୍ବତନ ବିଜେପି ନେତା ସନ୍ତୋଷ ଖଟୁଆ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି କାର୍ଯ୍ୟାଳୟରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜର ୫୦୦ରୁ ଅଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି। ସନ୍ତୋଷଙ୍କ ଯୋଗଦାନ ନୀଳଗିରିରେ ବିଜେଡିକୁ ମଜଭୁତ୍ କରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଏହା ସହ ଢେଙ୍କାନାଳର କିଛି କଂଗ୍ରେସ ନେତା ଓ କର୍ମୀମାନେ ମଧ୍ୟ ବିଜେଡିରେ ଯୋଗଦାନ କରିଛନ୍ତି।

  • Tuesday, 20 July 2021
modi
ଆସନ୍ତାକାଲି ଜୟପୁର ଆସିବେ ମୋଦି

ଜୟପୁର(ଟି.ଗୌରୀଶଙ୍କର): ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁର ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପ୍ରଧାନମନ୍ତ୍ରୀ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ଆରମ୍ଭ କରୁଥିବାରୁ ସାଧାରଣରେ ବେଶ୍ ଉତ୍ସାହ ଦେଖାଦେଇଛି। ସକାଳ ସାଢ଼େ ୯ଟାରେ ମୋଦି ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜାଠାରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡରେ ଓହ୍ଲାଇବେ।  ଏହାପରେ ସାଧାରଣ ସଭାରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ […]

  • Tuesday, 20 July 2021
election
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ୬ଟି ଲୋକସଭା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ୪  ଯାଏ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। […]

  • Tuesday, 20 July 2021
congress
ବଲାଙ୍ଗିରରେ ନରସିଂହ ମିଶ୍ରଙ୍କ ନିର୍ବାଚନ ପ୍ରଚାର ଆରମ୍ଭ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥିୀ ନରସିଂହ ମିଶ୍ର ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରଚାର ଆରମ୍ଭ କରିଛନ୍ତି। ଜନମତକୁ ନିଜ ସପକ୍ଷକୁ ଆଣିବା ପାଇଁ ନରସିଂହ ଫୁଲ୍ ଦମ୍‌ରେ ଲାଗି ପଡ଼ିଛନ୍ତି। ଗତକାଲି ଅପରାହ୍ନରେ ନାମାଙ୍କନପତ୍ର ଦାଖଲ ପରେ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ଦଳ କ୍ଷମତାକୁ ଆସିଲେ କ’ଣ କରିବ, ସେନେଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରାତି ୮ଟାରେ ବାପ, ପୁଅ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିଲେ। ଏଥର […]

  • Tuesday, 20 July 2021
ctc
ବିଜେଡିରେ ଟିକେଟ୍‌ କଳି: ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ନବୀନ ନିବାସରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ଚୟନ କସରତ ଲାଗି ରହିଥିବାବେଳେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ନବୀନ ନିବାସ ଆଗରେ ଟିକେଟକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଠେଲାପେଲା ହୋଇଛନ୍ତି। ପ୍ରମୋଦଙ୍କ ବିରୋଧୀ ଗୋଷ୍ଠୀ ରାସ୍ତାରେ ବସି ରହିଛନ୍ତି। ଫଳରେ ନବୀନ ନିବାସ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଛି।

  • Tuesday, 20 July 2021
congress
ରାଜ୍ୟ କଂଗ୍ରେସର ଷ୍ଟାର୍ କ୍ୟାମ୍ପେନର ତାଲିକାରେ ନାହାନ୍ତି ଜଣେ ହେଲେ ବି ମହିଳା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ପାଇଁ ଓଡ଼ିଶାରେ କେହି ମହିଳା ଷ୍ଟାର୍ କ୍ୟାମ୍ପେନର ନାହାନ୍ତି। ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଷ୍ଟାର୍ କ୍ୟାମ୍ପେନର ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ୪୦ ଜଣିଆ ତାଲିକାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶିବାନନ୍ଦ ରାୟ, ପ୍ରସାଦ ହରିଚନ୍ଦନଙ୍କ ସମେତ ୧୭ଜଣ ଓଡ଼ିଆ ନେତାଙ୍କ ନାଁ ରହିଛି। ଅନ୍ୟପକ୍ଷରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମହମ୍ମଦ ଆଝାରୁଦ୍ଦିନ, ନବଜ୍ୟୋତ ସିଂ ସିଦ୍ଧୁ, ଜ୍ୟେତିରାଦିତ୍ୟ ସିନ୍ଧିଆ, ରାଜେଶ ପାଇଲଟ୍, […]

  • Tuesday, 20 July 2021
bjp
ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ବିଜେଡି ନେତା ଓ କର୍ମୀ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ଟିଟିଲାଗଡ଼ର ପୂର୍ବତନ ନଗରପାଳ ଓ ବିଜେଡି ନେତା ଶୁଭ୍ରାଂସୁ ଦାଶ ନିଜ ସମର୍ଥନଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ବଲାଙ୍ଗିର ବିଜେପି ଲୋକସଭା ପ୍ରାର୍ଥୀ ସଙ୍ଗୀତା ସିଂହଦେଓ, ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ଦୋରାଙ୍କ ଉପସ୍ଥିତିରେ ବିଜେଡି ନେତା ଓ କର୍ମୀ ସାମିଲ ହୋଇଛନ୍ତି। ଏହି ଅବସରରେ ଘଣ୍ଟାସୁନି ମନ୍ଦିର […]

  • Tuesday, 20 July 2021
congress
ନଳିନୀଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ନଳିନୀଙ୍କ ପ୍ରାର୍ଥିତ୍ୱକୁ ନେଇ  କଂଗ୍ରେସ ପ୍ରଶ୍ନ ଉଠାଇଛି। ନଳିନୀଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକଂପା ପ୍ରମାଣିତ କରିଛି ବୋଲି ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ନଳିଳୀ ପୂର୍ତ୍ତ ସଚିବ ଥିବା ବେଳେ ପ୍ରଶାସନର କମ୍, ବିଜେଡି ପାଇଁ ଅଧିକ କାମ […]

  • Tuesday, 20 July 2021
bjp
ପ୍ରାର୍ଥୀଙ୍କ ନାଁ ଘୋଷଣାରେ ବିଜେପି ଆଗରେ

ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସରିଛି। ବାକି ୨ ପର୍ଯ୍ୟାୟ ପାଇଁ ଅଧିକାଂଶ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ତେବେ ପ୍ରାର୍ଥୀ ଘୋଷଣାରେ ବିଜେଡି ଓ କଂଗ୍ରେସ୍‌କୁ ପଛରେ ପକାଇ ଦେଇଛି ବିଜେପି। ବିଜେପି ରାଜ୍ୟର ମୋଟ ୧୭ ଲୋକସଭା ଓ ୧୩୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବାକି ରହିଛି ୪ ଲୋକସଭା ଓ ୧୫ […]

  • Tuesday, 20 July 2021
noti
ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ୬ଟି ଲୋକସଭା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ୪  ଯାଏ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ।  […]

  • Tuesday, 20 July 2021
bijya
ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଆଜି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜୟ ମହାପାତ୍ରଙ୍କୁ ଭେଟିବା ପରେ ବିଜୟ ଏନେଇ ନିଷ୍ପତ୍ତି ନେଇଛନ୍ତି। ଦୁଇ ନେତା ବିଜୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ବିଜୟ ଦଳକୁ ଫେରିବା ଲାଗି ନିଷ୍ପତ୍ତି ନେଇଥିଲେ। ବିଜୟ ଗଣମାଧ୍ୟମକୁ କହିଛନ୍ତି ଯେ, ପୁରୁଣା କଥାକୁ ଭୁଲି ନୂଆ ସଂକଳ୍ପ ସହ କାର୍ଯ୍ୟ କରିବି। ଏହାସହ ପ୍ରଧାନମନ୍ତ୍ରୀ […]

  • Tuesday, 20 July 2021
kjr
ଘଷିପୁରାରେ ରାଜନୈତିକ ହିଂସା: ନେତାଙ୍କ ଦୁଇ ହାତ କାଟି ହତ୍ୟା କଲେ ଦୁର୍ବୃତ୍ତ

ଆନନ୍ଦପୁର(ମୁନା ସିଂ): ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘରୁ ଡାକି ନେଇ ଜଣେ ନେତାଙ୍କ ଦୁଇ ହାତ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା। ଯାହାକୁ ନେଇ ବର୍ତ୍ତମାନ ଘଷିପୁରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ଏହି ଘଟଣାରେ […]

  • Tuesday, 20 July 2021
bjp
ବିଜେପୁରରେ ନବୀନଙ୍କୁ ମୁକାବିଲା କରିବେ ବିଜେପିର ସନତ

ଭୁବନେଶ୍ୱର: ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଦେଇଛି। ସନତ ଗଡ଼ତିଆଙ୍କୁ ବିଜେପୁର ପାଇଁ ବିଜେପି ଟିକେଟ୍‌ ଦେଇଛି। ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟର ଏହି ଗୋଟିଏ ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି। ବିଜେପୁର ଆସନରୁ ବିଜେଡି ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପ୍ରାର୍ଥୀ ହୋଇଥିବାରୁ ଏହି ଆସନ […]

  • Tuesday, 20 July 2021
congress
ପଦମପୁର କଂଗ୍ରେସରେ ଫାଟ

ପଦମପୁର(ସୋମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦମପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସରେ ଫାଟ ଦେଖିବାକୁ ମିଳିଛି। କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ବିରୋଧ କରିଛନ୍ତି ଦଳର ଟାଣୁଆ ନେତା ତଥା ବରଗଡ଼ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଗଜରାଜ ସିଂ ପୁଟା। ଗଜରାଜଙ୍କୁ ଟିକେଟ୍ ଦିଆଯାଇ ନଥିବାରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାଛଡ଼ା ଭବିଷ୍ୟତରେ ସେ ଅନ୍ୟ ଦଳକୁ ଯିବେ ନା ସ୍ୱାଧୀନ ଭାବରେ ପ୍ରାର୍ଥିପତ୍ର ଦାଖଲ କରିବେ, ସେ ସମ୍ପର୍କରେ ସମର୍ଥକଙ୍କ ସହ ଆଲୋଚନା କରିବା […]

  • Tuesday, 20 July 2021
kalahandi
ପ୍ରାର୍ଥିପତ୍ର ଦାଖଲ କଲେ ବସନ୍ତ, ଭକ୍ତ ଓ ପୁଷ୍ପେନ୍ଦ୍ର

ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଲୋକସଭା ଆସନ ପାଇଁ  ୩ ଦଳର ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପିରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କଂଗ୍ରେସରୁ ଭକ୍ତ ଚରଣ ଦାସ ଓ ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଭବାନୀପାଟଣା ନିର୍ବାଚନ ଅଧିକାରୀଙ୍କ ପାଖରେ ନିଜ ନିଜ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି।

  • Tuesday, 20 July 2021
pramila
ନାମାଙ୍କନପତ୍ର ଭରିଲେ ପ୍ରମିଳା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆଜି ଆସିକା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରମିଳା। ପ୍ରମିଳାଙ୍କ ସାଙ୍ଗରେ ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପଣିଗ୍ରାହୀ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ସକାଳେ ପ୍ରମିଳା ମନ୍ଦିରରେ ପୂଜାର୍ଚ୍ଚନା କରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। କର୍ମୀମାନେ ଏକ ଶୋଭାଯାତ୍ରାରେ ପ୍ରମିଳାଙ୍କୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ନେଇ ଯାଇଥିଲେ।

  • Tuesday, 20 July 2021
BJP
ଟିକେଟ୍ କଟିବା ପରେ ସୁବାସଙ୍କ ଅସନ୍ତୋଷ

ଭୁବନେଶ୍ୱର: ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ତେବେ ଏଥର ନିର୍ବାଚନ ଲଢିବେନି ବୋଲି ସୁବାସ ଚୌହାନ ସ୍ପଷ୍ଟ କରିଛନ୍ତି। ଗତଥର ବରଗଡ଼ ଲୋକସଭା ଆସନରୁ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନ ସମର୍ଥନ ପାଇଥିଲେ। ହେଲେ ଦଳ ଏଥର ଟିକେଟ୍ କାଟିଦେବା ପରେ ଏହା ପଶ୍ଚିମ ଓଡ଼ିଶାର ଓବିସି ସମାଜ […]

  • Tuesday, 20 July 2021
BJP
୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଆଜି ବିଜେପି ଦୁଇଟି ଲୋକସଭା ସହ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଦୀନେଶ ଜୈନ, ରେଢ଼ାଖୋଲ ପାଇଁ ଦେବେନ୍ଦ୍ର ମହାପାତ୍ର, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଆସନରୁ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କୁ ଦଳ ଟିକେଟ୍‌ ପ୍ରଦାନ କରିଛି ଦଳ। ସେହିପରି ଭଦ୍ରକ ବିଧାନସଭା ଆସନରେ ଡାକ୍ତର ପ୍ରଦୀପ ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଛି। ପ୍ରଦୀପ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଫୁଲବାଣୀ […]

  • Tuesday, 20 July 2021
kharabela
କନ୍ଧମାଳରୁ ଖାରବେଳ ଓ କଟକରୁ ପ୍ରକାଶ ବିଜେପି ଲୋକସଭା ପ୍ରାର୍ଥୀ

ଭୁବନେଶ୍ୱର: ଆଜି ବିଜେପି ଦୁଇଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଜି ବିଜେପିକୁ ଫେରିଥିବା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବେ। ସେହିପରି ଗତକାଲି ଦଳରେ ସାମିଲ ହୋଇଥିବା ପୂର୍ବତନ ପୁଲିସ୍‌ ଡିଜି ପ୍ରକାଶ ମିଶ୍ର କଟକ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ।

  • Tuesday, 20 July 2021
bjp
ବିଜେପିକୁ ଫେରିଲେ ଖାରବେଳ

ଭୁବନେଶ୍ୱର: ପୁଣି ବିଜେପିକୁ ଫେରିଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ। ଆଜି ସେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଖାରବେଳ ଦଳରେ ସାମିଲ ହୋଇଛନ୍ତି। ଖାରବେଳ ୧୯୯୮ରୁ ୨୦୦୯ ମଧ୍ୟରେ ବାଲେଶ୍ୱରରୁ ବିଜେପି ଟିକେଟ୍‌ରେ ୩ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନ ପରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଉତ୍କଳ ଭାରତ ନାଁରେ ନୂଆ ଦଳ […]

  • Tuesday, 20 July 2021
bjp
ବଡ଼ଚଣା ଓ ଚିତ୍ରକୋଣ୍ଡା ବିଜେପିରେ ଅସନ୍ତୋଷ

ଯାଜପୁର/ମାଲକାନଗିରି: ବିଜେପି ଟିକେଟ୍ ଘୋଷଣା କରିବା ପରେ ଯାଜପୁର ବଡ଼ଚଣା ବିଜେପିରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ନେଇ ବିଜେପି ରାଜ୍ୟ ସଂପାଦିକା ତଥା ବଡ଼ଚଣା ବିଜେପି ନେତ୍ରୀ ସୀମନ୍ତିନୀ ଜେନା ମୁହଁ ଖୋଲିଛନ୍ତି। ୧୯୯୫ ପରଠାରୁ ଦଳରେ ରହି କାମ କରି ଆସୁଥିବାବେଳେ ୨୦୧୪ ବିଧାନସଭା ନିର୍ବାଚନରେ ବଡ଼ଚଣାରୁ ସେ ବିଜେପି ଟିକେଟ୍‌ରେ ଲଢ଼ିଥିଲେ।  ତେବେ ବର୍ତ୍ତମାନ ଏହି ଆସନରୁ ଅମର ନାୟକଙ୍କୁ ଦଳ ଟିକେଟ୍‌ ଦେବାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର ଏଭଳି ନିଷ୍ପତ୍ତି […]

  • Tuesday, 20 July 2021
congress
କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣା: ଥାନାରେ ଏତଲା

ଭୁବନେଶ୍ୱର: କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ଥାନାରେ ଏତଲା ଦିଆଯାଇଛି। କଂଗ୍ରେସ ଭବନର କାର୍ଯ୍ୟାଳୟ ସଂପାଦକ ବୈଦନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଗତ ୨୩ ତାରିଖରେ ଶତାଧିକ ଯୁକକ କଂଗ୍ରେସ ଭବନରେ ପଶି ହଠାତ୍‌ ଭଙ୍ଗାରୁଜା କରିଥିଲେ। ଯୁବକଙ୍କ ଆକ୍ରମଣରେ କଂଗ୍ରେସ ଭବନର ଟେବୁଲ, ଚେୟାର ଓ କମ୍ପ୍ୟୁଟର ଭାଙ୍ଗିଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

  • Tuesday, 20 July 2021
congress
ଟିକେଟ୍‌ ବଣ୍ଟନକୁ ନେଇ ଜଳେଶ୍ୱର କଂଗ୍ରେସରେ ଅସନ୍ତୋଷ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ନିର୍ବାଚନମଣ୍ତଳୀରେ କଂଗ୍ରେସର ଟିକେଟ୍ ବଣ୍ଟନକୁ ନେଇ ବିଦ୍ରୋହ ଦେଖାଦେଇଛି। ଦଳରେ ୩ ଜଣ ଆଶାୟୀ ପ୍ରାର୍ଥୀ ଥିବା ବେଳେ ୩ ମାସ ପୂର୍ବରୁ ଜଳେଶ୍ୱର ବିକାଶ ମଞ୍ଚରୁ ଆସି କଂଗ୍ରେସରେ ମିଶିଥିବା ସୁଦର୍ଶନ ଦାସଙ୍କୁ ପୁରୁଣା କଂଗ୍ରେସ କର୍ମୀ ଓ ନେତା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ ଶତାଧିକ ପୁରୁଣା […]

  • Tuesday, 20 July 2021
naveen
ଆଜି ବିଜେପୁରରେ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ବରଗଡ଼(ଦୀପକ ଶର୍ମା): ଆଜି ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିବେ। ଦିନ ୧ଟା ୩୦ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ସ୍ଥିତ ସତୀଭଟା ଏୟାର ଷ୍ଟ୍ରିପରେ ପହଞ୍ଚିବେ। ସେଠାରେ କର୍ମୀମାନଙ୍କୁ ଉଦବୋଧନ ଦେବେ। ଏହାପରେ ମୁଖ୍ୟମନ୍ତ୍ରୀ ସିଧା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦିନ ୨ଟା ୧୫ରେ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି।

  • Tuesday, 20 July 2021