Advertisment

ହୀରାକୁଦ ଡ୍ୟାମରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ହୀରାକୁଦ ଡ୍ୟାମରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

Hirakud Dam

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି। ଏବେ ଏହି ୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଗେଟ୍‌ ଖୋଲିବା ନେଇ ହୀରାକୁଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗେଟ୍ ଖୋଲିବା ପୂର୍ବରୁ ପ୍ରଶାସନ ପକ୍ଷରୁ ହୀରାକୁଦ୍, ବୁର୍ଲା ଓ ସମ୍ବଲପୁର ଅଞ୍ଚଳରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା। 

Advertisment

ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳପତ୍ତନ ୬୦୯.୨୭ ଫୁଟ୍ ରହିଛି। ପ୍ରତି ସେକେଣ୍ଡକୁ ଜଳ ଭଣ୍ଡାର ଭିତରକୁ ୬୪ ହଜାର ୪୦୯ ଘନଫୁଟ୍ ଜଳ ପ୍ରବେଶ କରୁଛି। ଅନ୍ୟପକ୍ଷରେ, ସେକେଣ୍ଡକୁ ୨୩ ହଜାର ୫୮୪ ଘନଫୁଟ୍ ଜଳ ନିଷ୍କାସନ ହେଉଛି। ଉପର ମୁଣ୍ଡରେ ବର୍ଷା କି ବନ୍ୟା ପରିସ୍ଥିତି ନ ଥିବାରୁ କେତେ ଗେଟ୍‌ ଖୋଲାଯିବ ସେନେଇ ଆଜି ନିଷ୍ପତ୍ତି ନିଆଯିବ।

Advertisment
Hirakud Dam Odisha
Advertisment
Advertisment