Advertisment

ଶିଳ୍ପାଙ୍କ ସହ ଠିଆହେଲେ ଫ୍ୟାନ୍ସ, ଘରେ ପହଞ୍ଚିଲା ବୁକେ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ବିବାଦ ଘେରରେ ବୁଡି ରହିଛନ୍ତି । ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଏହାର ପ୍ରସାରଣ ପାଇଁ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍ବ୍ରା‌ଞ୍ଚ୍‌ ଗିରଫ କରିଛି । ଏନେଇ ମୁମ୍ବାଇ କ୍ରାଇମ୍ବ୍ରା‌ଞ୍ଚ୍‌ ମଧ୍ୟ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଶିଳ୍ପାଙ୍କୁ ପଚରାଉଚରା କରୁଛି । କିନ୍ତୁ, ଏହି ବିବାଦ ମଧ୍ୟରେ ଶିଳ୍ପା ଶେଟ୍ଟୀଙ୍କ ପ୍ରଶଂସକମାନେ ତାଙ୍କ ସହ ଠିଆ ହୋଇଛନ୍ତି ।

author-image
Pramod Behera
ଅଦ୍ୟତନ ହୋଇଛି
ଶିଳ୍ପାଙ୍କ  ସହ ଠିଆହେଲେ ଫ୍ୟାନ୍ସ, ଘରେ ପହଞ୍ଚିଲା ବୁକେ

Shilpa sethy

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ବିବାଦ ଘେରରେ ବୁଡି ରହିଛନ୍ତି । ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଏହାର ପ୍ରସାରଣ ପାଇଁ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ୍‌  ଗିରଫ କରିଛି । ଏନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ୍‌  ମଧ୍ୟ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଶିଳ୍ପାଙ୍କୁ ପଚରାଉଚୁରା କରୁଛି । କିନ୍ତୁ, ଏହି ବିବାଦ ମଧ୍ୟରେ ଶିଳ୍ପା ଶେଟ୍ଟୀଙ୍କ ପ୍ରଶଂସକମାନେ ତାଙ୍କ ସହିତ ଠିଆ ହୋଇଛନ୍ତି ।

Advertisment

ଗୋଟିଏ ପଟେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ପୋଲିସ ହେପାଜତରେ ଅଛନ୍ତି, ଆଉ ଏହି ଦୁଃଖ ସମୟରେ ଶିଳ୍ପାଙ୍କ ପ୍ରଶଂସକମାନେ ତାଙ୍କୁ ସମର୍ଥନ କରିବାକୁ ପଛାଇ ନାହାଁନ୍ତି । ଶିଳ୍ପାଙ୍କୁ ସମର୍ଥନ କରି ତାଙ୍କ ପ୍ରଶଂସକମାନେ ତାଙ୍କ ଘର ସାମ୍ନାରେ ଭିଡ଼ ଜମାଇଥିବାର ନଜର ଆସିଥିଲେ । ଏହି ସମୟରେ ଶିଳ୍ପାଙ୍କର ଜଣେ ପ୍ରଶଂସକ ମଧ୍ୟ ତାଙ୍କୁ ବୁକେ ଦେଇ ତାଙ୍କୁ ସମବେଦନା ଜଣାଇଛନ୍ତି । ସେଲିବ୍ରେଟି ଫଟୋଗ୍ରାଫର ଭାଇରାଲ ଭାୟାନି ତାଙ୍କୁ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓଟିକୁ ସେୟାର କରିଛନ୍ତି। ଭିଡିଓରେ ଜଣେ ପ୍ରଶଂସକ ବୁକେ ଧରି ଶିଳ୍ପାଙ୍କ ଘର ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏଥିସହିତ ଅଭିନେତ୍ରୀଙ୍କ ଘର ବାହାରେ ପୋଲିସ ମୁତୟନ ଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଉପରେ ଅନେକ ଜଣ ପ୍ରତିକ୍ରିୟା ପ୍ରକାଶ କରୁଥିବାବେଳେ ଅନେକ ଶିଳ୍ପାଙ୍କ ପ୍ରଶଂସକଙ୍କୁ ପ୍ରଶଂସା କରୁଛନ୍ତି ଏବଂ କେହି କେହି ଏହାକୁ ମଜାଳିଆ ଢଙ୍ଗରେ ସେ ଏମିତି କରୁଥିବା କହୁଛନ୍ତି ।

Advertisment

ସୂଚନା ଅନୁଯାୟୀ, ଫେବୃଆରୀ ୨୦୨୧ରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୋଲିସର ଅଭିଯୋଗ ହୋଇଥିଲା। ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରାଥମିକ ତଦନ୍ତରେ ଦୋଷୀ ସାବ୍ୟସ୍ତ ହେବା ପରେ ପୋଲିସ ସୋମବାର ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା । ପରେ ଗତ ଶୁକ୍ରବାର ମୁମ୍ବାଇ ପୋଲିସର ଏକ ଟିମ୍ ଶିଳ୍ପା ଶେଟ୍ଟୀଙ୍କ ଘରେ ପହଞ୍ଚି ଶିଳ୍ପାଙ୍କୁ ଘଣ୍ଟା ଘଣ୍ଟା ପଚରାଉଚରା କରିଥିଲା ଏବଂ ଜୁହୁରେ ଥିବା ତାଙ୍କ ବଙ୍ଗଳାକୁ ମଧ୍ୟ ସର୍ଚ୍ଚ କରିଥିଲା ।

India Mumbai Shilpa Shetty
Advertisment
Advertisment