Advertisment

ଏକାଠି ନଜର ଆସିବେ ପ୍ରଭାସ, ଅମିତାଭ ଓ ଦୀପିକା

ସାଉଥ୍‌ ସୁପରଷ୍ଟାର ଅଭିନେତା ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ଇତିମଧ୍ୟରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି ଏବଂ ପ୍ରଭାସ ତାଙ୍କ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ନାମ କୁହାଯାଇ ନାହିଁ।

author-image
Pramod Behera
ଏକାଠି ନଜର ଆସିବେ ପ୍ରଭାସ, ଅମିତାଭ ଓ ଦୀପିକା

Amitabh, Prabhas, Deepika

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଭିନେତା ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ଇତିମଧ୍ୟରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି ଏବଂ ପ୍ରଭାସ ତାଙ୍କ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ନାମ କୁହାଯାଇ ନାହିଁ। ଏହାର ନିର୍ଦ୍ଦେଶନା ଦାୟିତ୍ୱ ନାଗ୍ ଅଶ୍ୱିନ୍ ନେଇଥିବା ବେଳେ ବୈଜୟନ୍ତୀ ମୁବିଜ୍ ଚଳଚ୍ଚିତ୍ରର ନିର୍ମାଣ ଦାୟିତ୍ୱ ନେଇଛନ୍ତି। ତେବେ ସିନେ ପ୍ରଶସଂକମାନଙ୍କ ପାଇଁ ଖୁସି ଖବର ଯେ ଅମିତାଭ ବଚ୍ଚନଙ୍କ ସମେତ ସମଗ୍ର କ୍ରୁମାନେ ଶୁଟିଂ ଆରମ୍ଭ କରିବା ପାଇଁ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟି (ଆର୍‌ଏଫ୍‌ସି)ରେ ପହଞ୍ଚିଛନ୍ତି। ରାମୋଜି ଫିଲ୍ମ ସିଟିରେ ଅମିତାଭ ଏବଂ ପ୍ରଭାସଙ୍କ ଏହି ଚଳଚ୍ଚିତ୍ର ପାଇଁ ଏକ ଗ୍ରାଣ୍ଡ ସେଟ୍ ନିର୍ମାଣ କରାଯାଇଛି। ବର୍ତ୍ତମାନ ସମୟରେ ଏହା ସବୁଠାରୁ ମହଙ୍ଗା ପୋଜେକ୍ଟ ବୋଲି କୁହାଯାଉଛି।

Advertisment

ସୂଚନା ମୁତାବକ ଏହି ଚଳଚ୍ଚିତ୍ର ସହିତ, ବୈଜୟନ୍ତୀ ମୁଭିଜ୍‌ର ୫୦ ବର୍ଷ ମଧ୍ୟ ସଂପୂର୍ଣ୍ଣ ହେବାକୁ ଯାଉଛି, ଏହାକୁ ନେଇ ବହୁତ ଉତ୍ସାହ ରହିଛି। ମେଗାଷ୍ଟାର ଅମିତାଭ, ପ୍ରଭାସ ଏବଂ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି କାମକରିବେ। ଅମିତାଭ-ଦୀପିକା ପୂର୍ବରୁ ପିକୁ ଫିଲ୍ମରେ ଏକାଠି କାମ କରିଥିଲେ, କିନ୍ତୁ ପ୍ରଭାସଙ୍କ ସହ ଏହା ପ୍ରଥମ ହେବ। ପ୍ରକାଶଥାଉ ଯେ ଏହାପୂର୍ବରୁ ନିର୍ଦ୍ଦେଶକ ନାଗ ଅଶ୍ୱିନ୍ ଜାତୀୟ ପୁରସ୍କାର ପାଇଥିବା 'ସାବିତ୍ରୀ' ଚଳଚ୍ଚିତ୍ରର ପ୍ରଡକ୍ସନ୍ ପରେ ଲାଇମ୍‌ଲାଇଟ୍‌ରେ ଆସିଥିଲେ। ଏହି ଚଳଚ୍ଚିତ୍ରଟି ଅଭିନେତ୍ରୀ ସାବିତ୍ରୀଙ୍କ ବାୟୋପିକ୍ ଥିଲା।

Advertisment

ଏହି ସମୟରେ ପାଇଥିବା ନୂତନ ଟାଇଟଲ୍ ପାଇଁ ପ୍ରଭାସ ମଧ୍ୟ ବହୁତ ଚର୍ଚ୍ଚାରେ ଅଛନ୍ତି। ନିକଟରେ 'ଟପ୍ ଟେନ୍ ମୋଷ୍ଟ୍‌ ହ୍ୟାଣ୍ଡ୍‌ସମ୍‌ ଏସିଆନ୍ ମ୍ୟାନ୍ ୨୦୨୧' ର ତାଲିକା ପ୍ରକାଶ ପାଇଲା, ଯେଉଁଥିରେ ବାହୁବଲୀ ଅଭିନେତା ପ୍ରଭାସ ସମସ୍ତଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ସହିତ ପ୍ରଭାସ ଏସିଆର ମୋଷ୍ଟ୍‌ ହ୍ୟାଣ୍ଡ୍‌ସମ୍‌ ମ୍ୟାନ୍ ଟାଇଟଲ୍ ପାଇ ଦେଶର ନାମ ମଧ୍ୟ ବୃଦ୍ଧି କରିଛନ୍ତି । ଏହା ପରେ ତାଙ୍କ ଫ୍ୟାନ୍ ଏବଂ ଫଲୋର୍ସ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛନ୍ତି। ଏହି ତାଲିକାରେ ପ୍ରଭାସ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଏବଂ ଦକ୍ଷିଣ କୋରିଆର କିମ୍‌ ହ୍ୟୁନ-ଜଙ୍ଗଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଟିଭି ସିରିଏଲ୍ 'ମଧୁବାଲା' ଖ୍ୟାତି ଅଭିନେତା ଭିଭିଆନ୍ ଡିସେନା ମଧ୍ୟ ଟପ୍ ଟେନ୍ ମୋଷ୍ଟ୍‌ ହ୍ୟାଣ୍ଡ୍‌ସମ୍‌ ଏସିଆନ୍ ମ୍ୟାନ୍ ତାଲିକାରେ ଅଛନ୍ତି।

Amitabh Bachchan Baahubali Prabhas Entertainment Deeoika Padukone
Advertisment
Advertisment