ବିଜେପିର ବିପୁଳ ବିଜୟ ପରେ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି ବିଜେପି ନେତା । ଆଜି ବିଭିନ୍ନ ପ୍ରସଙ୍ଗ ଉଠାଇ ସିଧା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜୟୀ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ।
ଗଣତନ୍ତ୍ରହୀନ ବିଜୁ ଜନତା ଦଳରେ ନେତା ପଣପଣ, କିନ୍ତୁ କାହାର ପାୱାର ନାହିଁ। ଆଦର ନଥିବାରୁ ଦୂରେଇ ରହିଛନ୍ତି ବରିଷ୍ଠ, ଟହଲ ମାରୁଛନ୍ତି ଅଭିଜ୍ଞତାହୀନ ଯୁବପିଢ଼ି।
କୁହାଯାଉଛି, ଏବେ ଭି.କେ ପାଣ୍ଡିଆନ୍ଙ୍କ କ’ଣ ହେବ ରାଜନୈତିକ ଭବିଷ୍ୟତ ? ରାଜନୀତିରେ ରହିବେ ନା ରାଜନୀତିରୁ ସନ୍ୟାସ ନେବେ ?
ବିଜେଡିର ଭୁଲ ରଣନୀତି ଓ ମୋଦି ହାୱା ସବୁକିଛି ଓଲଟପାଲଟ କରିଦେଲା । ଇତିହାସ ରଚିବାକୁ ଆଉ ହାତରେ ଥିଲା ୭୪ ଦିନ ବାକି । ହେଲେ ଓଡ଼ିଶାରେ ଧରାଶାୟୀ ହୋଇଗଲା ବିଜେଡି ସରକାର ।
ଝିଅକୁ ହେଲାଣି ଆସି ଏକ ବର୍ଷ । କିନ୍ତୁ ପାଇନାହିଁ ବାପାର ସ୍ନେହ । ଆଜି ବି ଝୁରିଛନ୍ତି ମାଆ ଓ ଝିଅ । ଭୁଲ ଚିକିତ୍ସା ପାଇଁ ଚାଲିଗଲା ବାପାଙ୍କ ଜୀବନ । କିନ୍ତୁ ତଥାପି ମାନୁନି ମନ । ମନେ ପଡ଼ୁଛି ସେହି ଦିନର କାହାଣୀ ।
ରାଜ୍ୟରେ BSKY କାର୍ଡ ଚାଲୁ ରହିଛି ବୋଲି ସ୍ପଷ୍ଟ କଲେ ମୁଖ୍ୟ ସଚିବ। ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସ୍ପଷ୍ଟୋକ୍ତି।
ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ। ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହିପାରୁଥିବେ।
ଏକାକୀ ଲୋକସଭାରେ ସରକାର କରିବାକୁ ଆଶା ରଖିଥିବା ବିଜେପି ବର୍ତ୍ତମାନ ଛନ୍ଦି ହୋଇ ତଳେ ପଡ଼ିଛି । ମ୍ୟାଜିକ୍ ନମ୍ୱର ଛୁଇଁବା ପାଇଁ ସହଯୋଗୀ ଦଳଙ୍କର ଆବଶ୍ୟକତା ଥିବା ବେଳେ ମୌକେ ପେ ଚୌକା ମାରିବାକୁ ଚେଷ୍ଟା କରୁଛନ୍ତି ସହଯୋଗୀ ।
ଆଜି ଜ୍ୟୈଷ୍ଠ, ସାବିତ୍ରୀ ବ୍ରତ । ଓଡ଼ିଆ ପରମ୍ପରା ଅନୁଯାୟୀ ଆଜିର ଦିନରେ ବ୍ରତ ରଖିଥାନ୍ତି ସଧବା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ ।
ଆସନ୍ତା ୩ରୁ ୪ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ପ୍ରବେଶ କରିବ । ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।
ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍ ସ ପୁଣି ମହାକାଶକୁ ଯାତ୍ରା କରିଛନ୍ତି । ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା ।
ଲୋକସଭା ନିର୍ବାଚନ ଫଳାଫଳ ପରେ ଦିଲ୍ଲୀରେ ଗତକାଲି ଏନଡିଏ ବୈଠକ ଶେଷ ହୋଇଛି । ଏହି ବୈଠକରେ ଏନଡିଏର ସମସ୍ତ ଦଳ ନିଜର ସମର୍ଥନ ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଦାନ କରିଛନ୍ତି ।
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୬ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୭ ଗତେ ପ୍ରତିପଦ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି।
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଘର ପାଇଁ ସମୟ ପାଇବା ସହଜ ନୁହେଁ। ଏଭଳି ପରିସ୍ଥିତିରେ ଅନେକ ବାପାମାଆ ଚିନ୍ତାରେ ପଡିଯାଆନ୍ତି ଯେ ସେମାନେ ନିଜ ପିଲାମାନଙ୍କୁ ଅଧିକ ସମୟ ଦେଇ ପାରିବେ ନାହିଁ। ଏଠାରେ ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବୁ ଆପଣ କିପରି ଅଳ୍ପ ସମୟ ମଧ୍ୟରେ ପିଲାମାନଙ୍କ ସହିତ ଗୁଣାତ୍ମକ ସମୟ ବିତାଇ ପାରିବେ।
ଟଳିଗଲେ ରଥି ମହାରଥୀ। ଧରାଶାୟୀ ନିଜେ ଛତ୍ରପତି। ସରକାର ବିରୋଧୀ ସୁନାମୀରେ ନିଜ ସିଟ୍ ବି ରଖି ପାରିଲେନି ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୀବନରେ ପ୍ରଥମଥର ପାଇଁ ଚାଖିଲେ ପରାଜୟର ସ୍ୱାଦ।
ଭୁଶୁଡିଲା ବିଜେଡି। ବଦଳିଲା ସତ୍ତା। ତେବେ ୨୪ ବର୍ଷର ବିଜେଡି ଦୁର୍ଗ କାହିଁକି ଭୁଶୁଡିଲା? ସାଧାରଣରେ ଚର୍ଚ୍ଚା ଯେ, ଭିକେ ପାଣ୍ଡିଆନ୍ଙ୍କ ଅଭ୍ୟୁଦୟ ବିଜେଡି ପାଇଁ କାଳ ହେଲା।
୫ ମାର୍ଚ୍ଚ ୨୦୦୦ରୁ ଆରମ୍ଭ, ୨୪ ଜୁନ୍ ୨୦୨୪ରେ ଶେଷ । ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ । ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ନବୀନଙ୍କ ଇସ୍ତଫା ।
ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର। ଫିଟିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ। ରାଜ୍ୟରେ ବିଜେଡି ସରକାରର ପତ୍ତନ ଆଉ ବିଜେପି ସରକାରର ଅଭୁତ୍ଥାନ ପରେ ଶ୍ରୀଜଗନ୍ନାଥ ଭକ୍ତଙ୍କ ମନରେ ସଂଚାର ହୋଇଛି ଏମିତି ଆଶା।
୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇବା ପରେ ଜୟ ପଣ୍ଡା ଏହି ବିଜୟ ଶୋଭାଯାତ୍ରା କରୁଛନ୍ତି।
ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ତେବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଜୁନ୍ ୮ ତାରିଖରେ କାହିଁକି ଶପଥ ନେବେ ମୋଦି ? ୮ ତାରିଖ ପଛରେ କଣ ରହିଛି ରହସ୍ୟ ?
ନିର୍ବାଚନୀ ଫଳାଫଳ ଶାସକ ଦଳ ବିପକ୍ଷରେ ଯାଇଛି। ଓଡ଼ିଶାରେ ‘ମୋଦୀ ସୁନାମୀ’ ଦେଖିବାକୁ ମିଳିଛି। ଫଳରେ ବିଜେଡି ସରକାରର ଅବସାନ ହୋଇଛି। ଏହି ବିଜୟ ପଛରେ ପାଣ୍ଡିଆନଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବୋଲି ବିବେଚନା କରାଯାଇଛି।
ଅପରାହ୍ମ ୩ଟାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୭ ଟା ଯାଏଁ ଚାଲିବ । ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ, ପୁରୀ ପୋଲିସ, ଏସପି, ଅଗ୍ନିଶମ ବିଭାଗ ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ବୟାନ ରଖିବେ।
ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଯାଇଛି । ଏହାରି ଭିତରେ ଗୋଟିଏ ନାଁକୁ ନେଇ ଏବେ ସବୁଠି ଚର୍ଚ୍ଚା, ଆଉ ସେହି ନାଁ ହେଉଛି ଶମ୍ଭାଭୀ ଚୌଧୁରୀ।