• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାର ଆରମ୍ଭ ହେଲା ତଦନ୍ତ । ପୁରୀ ସର୍କିଟ ହାଉସରେ ସ୍ୱତନ୍ତ୍ର ରିଲିଫ କମିଶନର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅପରାହ୍ମ ୩ଟାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୭ ଟା ଯାଏଁ ଚାଲିବ । ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ, ପୁରୀ ପୋଲିସ, ଏସପି, ଅଗ୍ନିଶମ ବିଭାଗ ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ବୟାନ ରଖିବେ। ଏଥିସହ ନରେନ୍ଦ୍ର ପୁଷ୍କରିଣୀ ନିକଟ ଦୋକାନୀ, ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିବା ବ୍ୟକ୍ତି ବିଶେଷ ଏବଂ ଆହତଙ୍କ ସମ୍ପର୍କୀୟ ଓ ମୃତକଙ୍କ ପରିବାର ଲୋକେ ମଧ୍ୟ ଏସଆରସିଙ୍କ ଆଗରେ ବୟାନ ରଖିବେ।

ସେପଟେ ପୁରୀ ବାଣ ଟ୍ରାଜେଡି ମୃତ୍ୟସଂଖ୍ୟାରେ ଲାଗୁନି ବ୍ରେକ୍ । ଏହାରି ଭିତରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ଏବେ ବି ୧୨ ଜଣ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏହି ଘଟଣାରେ ପୋଲିସ୍‌ ଜୁନ୍‌ ୨ରେ ୪ ଜଣଙ୍କୁ ଅଟକ ରଖିଥିଲେ ବି, କାହାକୁ ଗିରଫ କରାଯାଇନି। ବାଣ ବିସ୍ଫୋରଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ପୁରୀବାସୀ ସ୍ଥାନୀୟ ପ୍ରଶାସନ ଓ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଅଧିକ ପଢ଼ନ୍ତୁ: ତାଜ୍‌ ଏକ୍ସପ୍ରେସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ୩ଟି କୋଚ୍‌; ଦେଖନ୍ତୁ ଭିଡିଓ

ସୂଚନା ଅନୁସାରେ ଭଉଁରୀ ବେଳେ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ହୋଇଥିଲା । ଏହି ବଡ଼ ଧରଣର ବାଣ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ବି ୧୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ଏହାରି ମଧ୍ୟରେ ମୃତାହତଙ୍କ ସଂପର୍କୀୟଙ୍କ ମନରେ ଗୋଟିଏ ପ୍ରଶ୍ନ, କାହା ଭୁଲ ପାଇଁ ସେମାନଙ୍କୁ ସହିବାକୁ ପଡ଼ୁଛି ଏଭଳି ଦାରୁଣ ଦୁଃଖ ?

ସ୍ଥାନୀୟ ଲୋକଙ୍କ କହିବା କଥା, ଦେବୀଘାଟ ଦଶତୁଠ ପାଖରେ ଏତେ ବିପୁଳ ପରିମାଣର ବାଣ ଫୁଟିବା କେହି କେବେ ଦେଖିନଥିଲେ । ହେଲେ ସେଠାକୁ ୫ ରୁ ୧୦ ଲକ୍ଷ ଟଙ୍କାର ବାଣ ଗଲା କେମିତି ? ଭିଡ଼ ଭିତରକୁ ଟ୍ରଲିରେ ଲଦା ହୋଇ ଏତେ ବାଣ ଯାଉଥିଲେ ବି, ପୋଲିସ ଏହାକୁ ରୋକିଲାନି କାହିଁକି ? ଏହି ବାଣ କିଣିବା ପାଇଁ ଟଙ୍କା କିଏ ଦେଇଥିଲା ? ବାଣ ଫୁଟାଇବାକୁ କାହାର ଅନୁମତି ଥିଲା ? ସେପଟେ ଏହି ଘଟଣାରେ ଚନ୍ଦନ ଭୋଇ ଓ ମଛତ କେ. ରାଜୁ ଟ୍ରଲି ଚାଳକ ନାଁରେ ମାମଲା ରୁଜୁ କରିଛି ପୋଲିସ ।

OTV is now on Whatsapp

Join and get latest news update delivered to you via whatsapp

Join Now