• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍ ସ ପୁଣି ମହାକାଶକୁ ଯାତ୍ରା କରିଛନ୍ତି । ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା । ସୁନିତା ୨୦୦୬ ଡିସେମ୍ବର ୯ରେ ‘ଡିସ୍ କଭରୀ’ ମହାକାଶ ଯାନରେ ପ୍ରଥମ ଥର ମହାକାଶ ଯାତ୍ରା କରିଥିଲେ ।

ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ଅନେକ ଦିନ ଧରି ରହିଥିଲେ । ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ । ପୁଣି ୨୦୧୨ ଜୁଲାଇ ୧୫ରେ ସୁନିତା କାଜାଖ୍ ସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ ।

ଅଧିକ ପଢ଼ନ୍ତୁ: ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଆଉ ଏକ ସୌରଝଡ଼; ହୋଇଯିବ ବ୍ଲାକ୍‌ଆଉଟ୍‌ !

ଡକ୍ଟର ଦୀପକ ପାଣ୍ଡ୍ୟା ଏବଂ ବୋନି ପାଣ୍ଡ୍ୟାଙ୍କଠାରୁ ଜନ୍ମ ନେଇଛନ୍ତି ସୁନୀତା ୱିଲିୟମ୍ସ । ଏହି ଯାତ୍ରା ସହ ସେ ଇତିହାସ ମଧ୍ୟ ସୃଷ୍ଟି କରିଛନ୍ତି । ୫୯ ବର୍ଷିୟା ସୁନୀତା ନ୍ୟୁ ହ୍ୟୁମାନ୍ ରେଟେଡ୍ ମହାକାଶଯାନରେ ପ୍ରଥମ ମହିଳା ଭାବେ ଉଡ଼ି ଇତିହାସ ସୃଷ୍ଟି କରିଛନ୍ତି । ଗତ ୨୦୦୬ ଓ ୨୦୧୨ରେ ସେ ଦୁଇଥର ମହାକାଶକୁ ଯାଇଛନ୍ତି ।

ନାସାର ତଥ୍ୟ ଅନୁଯାୟୀ, ସୁନୀତା ସମୁଦାୟ ୩୨୨ ଦିନ ମହାକାଶରେ ଅତିବାହିତ କରିଛନ୍ତି । ସୁନୀତା ୱିଲିୟମ୍ସଙ୍କ ପିତା ଗୁଜୁରାଟର ମେହସାନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ସେ ଆମେରିକା ଯାଇ ବୋନିଙ୍କୁ ବିବାହ କରିଥିଲେ । ନାସା ତରଫରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି, ବୋଇଂର ଷ୍ଟାରଲିନର୍ ମହାକାଶଯାନରେ କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନ ପାଇଁ ସୁନୀତା ପ୍ରସ୍ତୁତ ।

ସେହି ଯାନ ପାଇଁ ପ୍ରଥମ କ୍ରୁଡ୍ ଫ୍ଲାଇଟ୍ ସହ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଏହା ତାଙ୍କର ତୃତୀୟ ମିଶନ୍ । ଏହି ମିଶନ ଷ୍ଟାରଲାଇନର୍ ସିଷ୍ଟମର ଉତକ୍ଷେପଣ, ମହାକାଶଚାରୀଙ୍କୁ ପ୍ରୟୋଗଶାଳାରେ ପହଞ୍ଚାଇବା ଓ ପୃଥିବୀକୁ ଫେରାଇ ଆଣିବାର ସାମର୍ଥକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ଗତ ମାସ ଜୁନ ୬ତାରିଖରେ ଏହା ଉଡ଼ାଣ ଭରିବାର ଥିବା ବେଳେ କୌଣସି ବୈଷୟିକ ତ୍ରୁଟି କାରଣରୁ ସ୍ଥଗିତ ରଖାଯାଇଥିଲା ।

ବୋଇଙ୍ଗ ଷ୍ଟାରଲିନର୍ ଫ୍ଲୋରିଡାର କେପ୍ କାନାଭେରାଲରେ ଥିବା କେନେଡି ସ୍ପେସ୍ ସେଣ୍ଟରରୁ ଭାରତ ସମୟ ସକାଳ ୮.୦୪ ରେ ଉଠିବାକୁ ସ୍ଥିର ହୋଇଥିଲା ।

ଅଧିକ ପଢ଼ନ୍ତୁ: ପୃଥିବୀକୁ ସୌର ଝଡ଼ର ଧକ୍କା; ସପ୍ତାହ ସାରା ରହିବ ପ୍ରଭାବ, ହୋଇପାରେ ଏମିତି କ୍ଷତି

OTV is now on Whatsapp

Join and get latest news update delivered to you via whatsapp

Join Now