କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ନକଲି ପୋଲିସ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ।
ବଲାଙ୍ଗିର ବିଜେପିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହକୁ ଦେଖି କେବଳ ପୂର୍ବାହ୍ନ ଆଉ ଅପରାହ୍ନରେ ପ୍ରଚାର କରୁଛନ୍ତି ।
ସୁରତର ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ଘୋଷଣା କରାଯାଇଥିଲା।
ଏଠି ନିରୋଳା ପଣା ପିଇବାକୁ ଦଉନାହାଁନ୍ତି। ବରଂ ପଣା ସାଙ୍ଗରେ ଗଛଟିଏ ଉପହାର ଦଉଛନ୍ତି ଆଉ କହୁଛନ୍ତି, ପଣା ପିଅନ୍ତୁ ଗଛ ଲଗାନ୍ତୁ।
କେବଳ ଚନ୍ଦକା ଅଭୟାରଣ୍ୟ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଏବେ ବନାଗ୍ନିର ପ୍ରକୋପ । ଶିମିଳିପାଳଠୁ ଆରମ୍ଭ କରି କେନ୍ଦୁଝର ଯାଏଁ ସବୁଠି ଜଙ୍ଗଲକୁ ଗ୍ରାସ କଲାଣି ବନାଗ୍ନି ।
ଏହାପୂର୍ବରୁ କଂଗ୍ରେସ ସାରା ରାଜ୍ୟରେ ବିଜେଡି-ବିଜେପିର ପ୍ରତିକାତ୍ମକ ବାହାଘର କରିଥିଲା ।
ବଡଖେମୁଣ୍ଡି ରାଜ ପରିବାରର ସଦସ୍ୟ ଶ୍ରୀଧର ଦେବ କଂଗ୍ରେସ ଟିକେଟରେ ଦିଗପହଣ୍ଡିରୁ ଲଢୁଛନ୍ତି ନିର୍ବାଚନ।
ପ୍ରାର୍ଥୀ ଘୋଷଣା ପରଠୁ ଦଳ ଛାଡିଲେଣି ୫ ବିଧାୟକ । ୨ ସାଂସଦ ଓ ପୂର୍ବତନ ବିଧାୟକ ବି ଛାଡିଲେଣି ବିଜେଡି ।
ଟିକେଟକୁ ନେଇ ନେତାଙ୍କ ଭିତରେ ତେଜିଲା ଅସନ୍ତୋଷ । ଦଳ ଛାଡ଼ି ପ୍ରବଳ ବର୍ଷିଲେ ରାସେଶ୍ବରୀ ପାଣିଗ୍ରାହୀ ।
ବିଜେଡି ମହେଶ ସାହୁଙ୍କୁ ହିନ୍ଦୋଳରୁ ଟିକେଟ ଦେବା ପରେ ଅସନ୍ତୁଷ୍ଟ ହୋଇ ସୀମା ଦଳ ଛାଡ଼ିଥିଲେ। ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି ।
ଅନେକ ଯୁବକଙ୍କର ଲକ୍ଷ ଥାଏ ଭାରତୀୟ ନୌସେନାରେ ଚାକିରି କରିବା ପାଇଁ। ଏନେଇ ସେମାନେ ବହୁ ପୂର୍ବରୁ ନିଜକୁ ପ୍ରସ୍ତୁତ କରନ୍ତି। ଆପଣ ଯଦି ଭାରତୀୟ ନୌସେନାରେ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ Indian Navy ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଅନ୍ୟପକ୍ଷରେ ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି ।
ବିଜେଡି ଛାଡ଼ି ପଦ୍ମ ଧରିଲେ ୮ ହଜାରରୁ ଅଧିକ କର୍ମୀ । ବିଜେଡି ଗଡ଼ରେ ଶକ୍ତି ବୃଦ୍ଧି କରୁଛି ବିଜେପି ।
ବିଜେଡି ଭିତରେ କନ୍ଦଳ ଏବେ ଉଗ୍ର ରୂପ ନେଲାଣି । ଚରମ ସୀମାରେ ପହଞ୍ଚିଛି ଗୋଷ୍ଠୀ କନ୍ଦଳ । ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି କଳି । କେବଳ ବିଜେପୁର ନୁହେଁ ପୂର୍ବରୁ ଅନେକ ଏଭଳି ଉଦାହରଣ ରହିଛି ।
ଖାଲି ସେତିକି ନୁହେଁ ବିରୋଧୀଙ୍କ ପ୍ରଲୋଭନକୁ ପ୍ରତ୍ୟାଖାନ କରି ସୁରଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣା ପରେ ସୁରେନ୍ଦ୍ର ସେଠୀ ନିର୍ବାଚନ ଲଢ଼ିବା ସମ୍ଭାବନା ବଢ଼ିଛି।
ଜଳୁଛି ସାରା ରାଜ୍ୟ। ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। ଆଗାମୀ ୪ ଦିନ ଯାଏଁ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।
ନିକଟରେ ପାପାରାଜିମାନେ ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ କିଛି ବ୍ୟକ୍ତିଗତ ଅଙ୍ଗ ଉପର୍ କ୍ୟାମେରା ପୋକସ କରିଥିଲେ। ଏହାକୁ ନେଇ ନୋରା ପାପାରାଜିଙ୍କୁ କଡ଼ା ନିନ୍ଦା କରିଛନ୍ତି। ସେ ତାଙ୍କୁ ମୁହେଁ ମୁହେଁ ଶୁଣେଇ ଦେଇଛନ୍ତି।
ନ୍ୟୁଜ୍ ଏଜେନ୍ସି ANI ର ସୂଚନା ଅନୁଯାୟୀ, ଚୋରା ଚାଲାଣକାରୀମାନେ ହୀରାକୁ ନୁଡୁଲ୍ସର ପ୍ୟାକେଟରେ ଲୁଚାଇ ରଖିଥିଲେ, ଯାହାଫଳରେ କେହି ଏହାକୁ ସନ୍ଦେହ କରିପାରିବେ ନାହିଁ, କିନ୍ତୁ କଷ୍ଟମ୍ ବିଭାଗ ଯାଞ୍ଚ ସମୟରେ ଏହାକୁ ଜବତ କରିଥିଲା ।
୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ। ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ପତଞ୍ଜଳି ଯେତେବେଳେ ବିଜ୍ଞାପନ ଦିଏ, ସେତେବେଳେ ଏହାକୁ ଦେଖିବାକୁ ପଡ଼େନାହିଁ । କିନ୍ତୁ ଏହି କ୍ଷମା ପ୍ରାର୍ଥନା ପାଇଁ ଆମକୁ ମାଇକ୍ରୋସ୍କୋପର ବ୍ୟବହାର କରିବାକୁ ହେବ ବୋଲି ଅଦାଲତ କହିଛନ୍ତି ।
ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ । କାହିଁକି ସମୀରଙ୍କୁ ଟିକେଟ ମିଳିଲାନି, ସେକଥା ନିମାପଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନ ପ୍ରତିନିଧିଙ୍କୁ କହିଛନ୍ତି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ପୁଅର ଜନ୍ମଦିନକୁ ନିଆରା କରିବା ପାଇଁ ବାପାଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ। ପିଲାଟି ବେଳୁ ପୁଅକୁ ଦେଇଥିବା ସଂସ୍କାରକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି।
ଭାରତୀୟ ସିନେମାର ସବୁଠାରୁ ଦାମୀ ଅଭିନେତାଙ୍କ ମଧ୍ୟରେ ପ୍ରଭାସଙ୍କ ନାମ ଏକ ନମ୍ବରରେ ରହିଛି, ଯିଏ ବାହୁବଲୀ ପରେ ତାଙ୍କ ଫିସ୍କୁ ବହୁଗୁଣିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏମିତି ଜଣେ ଷ୍ଟାର୍ଙ୍କ ନାଁ ସାମ୍ନାକୁ ଆସିଛି ଯିଏ ସମସ୍ତଙ୍କ ଅପେକ୍ଷା ସବୁଠାରୁ ମହଙ୍ଗା। ସେ ହେଲେ ରଜନୀକାନ୍ତ।
ବିଜେପିର ରୋଡ୍ ସୋ ଚାଲିଥିଲା । ଟେଲିଭିଜନର ଲୋକପ୍ରିୟ ରାମାୟଣ ଚରିତ୍ର ଅରୁଣ ଗୋଭିଲ୍ ପ୍ରଚାର କରୁଥିଲେ । ଏହି ସମୟରେ ଜଣେ ବ୍ୟବସାୟୀ ଦୁଇ ହାତ ଟେକି 'ଜୟ ଶ୍ରୀରାମ' କହୁଥିଲେ । ଆଉ ଠିକ୍ ଏତିକି ବେଳେ ଗୋଲ୍ ହୋଇଗଲା ପୁଳାଏ ଟଙ୍କା ।
କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ORHDC ଦୁର୍ନୀତି ମାମଲାରେ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ ।