ସିମେଣ୍ଟ...ବାଲି...ଗୋଡ଼ି...ଲୁହା ଛଡ଼ ସହ ନିଅଁ ପଡୁଛି... ବଣ ପାହାଡ଼ ଇଲାକାର ମଣିଷଙ୍କ ପାଇଁ ଆଉ ଚାଳ ଛପର କି କୁଡ଼ିଆ ନୁହେଁ, ତିଆରି ହେଉଛି ପକ୍କା ଘର । ନା ଆଉ ଝଡ଼ବତାସର ଡର ଥିବ ନା ଖରା-ଶୀତର ପ୍ରକୋପ ରହିବ। ଏବେ ବଣ୍ଡାଘାଟିର ମଣିଷ ରହିବେ ପକ୍କା ଘରେ ।
ଉପକୂଳରେ ଉତ୍କଟ ହୋଇଛି ମଣ୍ଡି ସମସ୍ୟା । କେଉଁଠି ଧାନ ପଡ଼ିଛି, ଆସୁନାହାନ୍ତି ମିଲର ତ କେଉଁଠି ଅଧିକ କଟନୀ ଛଟଣୀ ପାଇଁ ଚାଷୀଙ୍କୁ ଧମକ । ଚାଷୀ ବେଶରେ ମଣ୍ଡି ବୁଲି କଟଣୀ ଛଟଣୀର ସ୍ଥିତି ପରଖିଲେ ଜିଲ୍ଲାପାଳ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ଅବସରରେ ଆମେରିକାରେ ଟ୍ରମ୍ପ୍ ନୈଶ୍ୟଭୋଜିର ମଧ୍ୟ ଆୟୋଜନ କରିପାରନ୍ତି ବୋଲି କୁହାଯାଉଛି ।
ଅମୃତର ବୁଡ଼... ଆସ୍ଥାର ବୁଡ଼... ଆଧ୍ୟାତ୍ମିକ ବୁଡ଼...। ଜନ୍ମଜନ୍ମାନ୍ତରରୁ ମୋକ୍ଷ ଦେବ...ଅନ୍ତିମ ସୁଯୋଗ ଆଉ ଏ ଜନ୍ମରେ ଫେରିବନି... ପୁଣି ୧୪୪ ବର୍ଷ ପରେ ଆସିବ।
ରାଷ୍ଟ୍ରପତିଙ୍କ ସଂପର୍କରେ ଅସମ୍ମାନସୂଚକ ଶବ୍ଦ ପ୍ରୟୋଗ ପାଇଁ ସ୍ବାଧୀନ ସାଂସଦ ତଥା କଂଗ୍ରେସ ସମର୍ଥକ ପପ୍ପୁ ଯାଦବଙ୍କ ବିରୋଧରେ ମଧ୍ୟ ବିଜେପି ସାଂସଦ ମାନଙ୍କ ପକ୍ଷରୁ ସ୍ବାଧୀକାର ଭଙ୍ଗ ନୋଟିସ୍ ଅଣାଯାଇଛି ।
ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡିକରେ ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ପାଲଟିଥିବା ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଆଉ ଏକ କୀର୍ତ୍ତିମାନ ହାସଲ କରିଛନ୍ତି। ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଆଲାନ ବର୍ଡର ପୁରସ୍କାର ହାସଲ କରିଛନ୍ତି।
ଝାରପଡା ଜେଲରେ ଆଇଟି । ହଂସିତା-ଅନୀଲକୁ ମାରାଥନ ଜେରା, ବଡବଡିଆଙ୍କ ଛାତି ଧଡ଼ଧଡ଼ । ଧୀରେ ଧୀରେ ଖୋଲୁଛି ଠକ ଯୋଡିଙ୍କ ଠକ ସାମ୍ରାଜ୍ୟର ଗୁମର । ସ୍ପଷ୍ଟ ହେଉଛି ବେନାମୀ ସଂପତ୍ତିର ମାଲିକାନା ।
ରାଜଧାନୀ ଭୁବନେଶ୍ବରରେ ଆପାର୍ଟମେଣ୍ଟ ଓ ଘର ପରେ ଏବେ ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ। ପୋଲିସର ନାକ ତଳେ ଲୁଟି ନେଇଛନ୍ତି ୧୦ ଲକ୍ଷ ଟଙ୍କାର ସୁନା ଓ ହୀରା ଗହଣା ସହ ଅଢେଇ ଲକ୍ଷର ନଗଦ। ହୋଟେଲ୍ ସିସିଟିଭିରେ କଏଦ ହୋଇଛି ଲୁଟେରାର ପୁରା କାରନାମା।
ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ କଥା ହେବା ଛଳରେ ଦିଲ୍ଲୀ ସରକାରର ଶିକ୍ଷା ମଡେଲର କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି, ନିଜ ଛବି ବଞ୍ଚାଇବାକୁ ଦଶମରେ ପାସ୍ ପ୍ରତିଶତ କମିଯିବା ଡରରେ କମ୍ ମାର୍କ ଆଣୁଥିବା ପିଲାଙ୍କୁ ଦଶମ ଶ୍ରେଣୀକୁ ଯିବାକୁ ଦେଉନି ଦିଲ୍ଲୀ ସରକାର।
ଫେବୃଆରୀ ୫ ତାରିଖ ଦିନ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି କ୍ୟୁ’ର ବ୍ୟବସ୍ଥା କରାଯାଇଛି ।
ବ୍ରାଜିଲରେ ରହିଥିବା ନେଲୋର ପ୍ରଜାତିର ଗାଇ ଭାୟାଟିନା-୧୯ ରେକର୍ଡ ମୂଲ୍ୟରେ ବିକ୍ରି ହୋଇଛି। ବ୍ରାଜିଲର ମିନେସ ଗେରିସରେ ଏହା ବିଶ୍ବର ସବୁଠାରୁ ମହଙ୍ଗା ଗାଇର ମାନ୍ୟତା ହାସଲ କରିଥିଲା। ଭାୟାଟିନା-୧୯କୁ ୪.୮ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୪୧ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା।
ହଠାତ୍ ରାଜନୀତିକୁ ଆସି ହିଇଚଇ କରିଦେଇଥିବା ତଥାକଥିତ ଲେଖିକା ସୁନୀତି ମୁଣ୍ଡ ଏବେ ତାଙ୍କ ରୂପ ବଦଳାଇଛନ୍ତି। ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେଲାପରେ ସେ ସନ୍ୟାସିନୀ ବେଶ ଧାରଣ କରିଛନ୍ତି। ମୁଣ୍ଡରୁ ବାଳ କାଟି ସେ ଜୀବନର ଗୁଢ଼ତତ୍ୱ ଖୋଜିବେ ବୋଲି ଘୋଷଣା କରିଛନ୍ତି। ପଢ଼ନ୍ତୁ ପୂରା କାହାଣୀ...
NTPCରେ ଇଞ୍ଜିନିୟର ହେବାର ସୁଯୋଗ। ଏନେଇ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଗଜରାଜଙ୍କ ପ୍ରତି ଅମାନୁଷିକ ବ୍ୟବହାର କଲେ ଲୋକେ । ଭିଡିଓ ଭାଇରାଲ ପରେ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି ।
ବର୍ତ୍ତମାନ ଉଦିତଙ୍କ କିଛି ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ଗାୟିକା ଶ୍ରେୟା ଘୋଷାଲ,ଅଲକା ୟାଗ୍ନିକ ଓ ବଳିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କୁ କିସ କରୁଛନ୍ତି।
ପାକିସ୍ତାନରେ ହେବାକୁ ଥିବା ସମସ୍ତ ମ୍ୟାଚ୍ ପାଇଁ ଟିକେଟର ଅନଲାଇନ ବିକ୍ରି ଜାନୁଆରୀ ୨୮ରୁ ଆରମ୍ଭ ହୋଇସାରିଛି । ଏବେ ଭାରତୀୟ ଦଳର ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ମଧ୍ୟ ଆଜି (୩ ଫେବୃଆରୀ) ଠାରୁ ଆରମ୍ଭ ହୋଇଛି ।
ନିଜ ଶାଳୀକୁ ମାରିବା ପାଇଁ ଯୋଜନା କରିଥିଲା ଭିଣୋଇ । ଏଥିପାଇଁ ସେ ୪୦ହଜାର ଟଙ୍କା ଲୋନ୍ କରିଥିଲା ।
ମଲାବେଳେ ବାପା ମୁହଁରେ ପୁଅ ନିଆଁ ଦେବାର ବିଧି ରହିଛି। ତେବେ ମଧ୍ୟ ପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ହୃଦୟ ଥରିଯିବ। ବାପାଙ୍କ ମୃତ୍ୟୁ ପରେ ବିବାଦ କାରଣରୁ ଶବକୁ ଦୁଇଖଣ୍ଡ କରି କାଟି ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରିବାକୁ ଚେଷ୍ଟା କରିଥିଲେ ଦୁଇ ଭାଇ।
ଓଡ଼ିଶାରେ ଏବେ ୬ଟି ବନ୍ଦେ ଭାରତ ଚାଲୁଛି । ଆଗକୁ ଆହୁରି ଅନେକ ନୂଆ ଟ୍ରେନ୍ ଓଡ଼ିଶାକୁ ଗଡ଼ିବ । ଓଡ଼ିଶାରେ ଏବେ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ କାମ ଚାଲିଛି ।
ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନେଇ ଯେଉଁମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସଠିକ ଜବାବ ଦିଆଯିବ। ଏଥିପାଇଁ ଆଜି ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକଙ୍କ ନେତୃତ୍ବରେ ଶହେ ଠେଙ୍ଗା ପୂଜା କରାଯାଇଛି ।
ଆମେରିକୀୟ ବ୍ୟବସାୟୀ ତଥା ଟେସଲାର ସିଇଓ ଏଲନ ମସ୍କ ନିଜର ପ୍ରତିଶୋଧ ପୂରଣ କରିଛନ୍ତି। ବନ୍ଧୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପ୍ରତିଶୋଧ ନେଇଛନ୍ତି ମସ୍କ। ଜୋ ବାଇଡେନ ରାଷ୍ଟ୍ରପତି ଥିବା ସମୟରେ ମସ୍କଙ୍କ ବ୍ରେନ୍ ଟ୍ରାନ୍ସପ୍ଲାଣ୍ଟେସନ ପ୍ରୋଜେକ୍ଟର ତଦନ୍ତ କରିଥିବା ଜନୈକା ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ଆମେରିକା ସରକାରଙ୍କ କୃଷି ବିଭାଗରେ ଇନ୍ସପକ୍ଟେର ଜେନେରାଲ ଭାବରେ କାର୍ଯ୍ୟ କରୁଥିବା ଫିଲିସ ଫଙ୍ଗଙ୍କୁ ମସ୍କଙ୍କ ରୋଷର ଶିକାର ହେବାକୁ ପଡିଛି।
ପୂରା କାର୍ଯ୍ୟାଳୟ ଖୋଲିଥିଲା ସଟ୍ଟାଡନ ହିତେଶ ଜୈନ । ପୋଲିସ ଜବତ କରଥିବା ୨୦ ଟି ମୋବାଇଲ ଓ ତିନୋଟି ଲ୍ୟାପଟପରୁ ଜଣାପଡୁଛି, କେମିତି ଚାଲିଥିଲା ଅନଲାଇନ ଗେମିଂ । ଅଶୀ ଗୁଣ ଫେରସ୍ତର ଲୋଭ ଦେଖାଇ, ଯୁବକ ମାନଙ୍କୁ ଦୀର୍ଘ ଦିନରୁ ଲୁଟି ଆସୁଛି ହିତେଶ । କଣ୍ଟାବାଂଜିରୁ ସଟ୍ଟା କାରବର ଆରମ୍ଭ କରି, ଏବେ ଦୁଇ ତିନୋଟି ରାଜ୍ୟରେ ନିଜର କାରବାର ବଢାଇ ଚାଲିଛି ସଟ୍ଟାଡନ ହିତେଶ ଜୈନ । ତେଣୁ କାହିଁ କେତେ ଦିନରୁ ତିନିଜଣ ବିହାରୀ ଯୁବକଙ୍କୁ ଆଣି କାମରେ ଲଗାଇଥିଲା ହିତେଶ ।
ଓସ୍କାରରେ ବଡ ଝଟ୍କା ପରେ, ‘ଗ୍ରାମୀ ୨୦୨୫’ ରୁ ଭାରତ ପାଇଁ ଖୁସି ଖବର। ଭାରତୀୟ-ଆମେରିକୀୟ ମ୍ୟୁଜିସିଆନ୍ ଚନ୍ଦ୍ରିକା ଟଣ୍ଡନ୍ ଏକ ବଡ଼ ବିଜୟ ହାସଲ କରିଛନ୍ତି।
ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଦେଶୀ ସୁଆଦିଆ ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।
ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଚୋର ତସ୍କରଙ୍କ ଆତଙ୍କ ବଢିବାରେ ଲାଗିଛିା ଚୋରି କରିବାର ଭିନ୍ନ ଭିନ୍ନ ତରିକା ବାହାର କରୁଛନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା । ପୂର୍ବରୁ ଆପଣ ଦେଖିଥିବେ ଘରର କବାଟ ଭାଙ୍ଗି କାନ୍ଥ ତାଡି ଲୁଟେରା ମାନେ ଲୁଟ କରୁଥିଲେ। ହେଲେ ଏହି ସ୍ମାର୍ଟ ଲୁଟେରା ଗୋଷ୍ଠୀ ଆପଣେଇଥିଲେ ଭିନ୍ନ ଚାଲ୍। ଆଉ ସମସ୍ତଙ୍କ ଆଖିରେ କଳାକନା ଗେଞ୍ଜି ଲୁଟି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା।