ସଟ୍ଟା ବଜାରରେ ଅନଲାଇନ ଟ୍ରେଡିଂ । ହାତ ଲେଖା ସଟ୍ଟା ଅପେକ୍ଷା, ମୋବାଇଲରେ ଜୁଆ ଖେଳିବା ପାଇଁ ଯୁବ ସମାଜକୁ ଟାର୍ଗେଟ କରୁଛନ୍ତି ସଟ୍ଟା ବେପାରୀ । ବଲାଙ୍ଗିର ଜିଲ୍ଳାରେ ବ୍ୟବସାୟିକ ପେଣ୍ଠସ୍ଥଳୀ କଣ୍ଟାବାଂଜି । ସରଗରମ ସଟ୍ଟା ବଜାର । ଏଠି ବର୍ଷ ତମାମ ଚାଲେ, ଅନଲାଇଟ ବେଟିଂ । ଅଶୀ ଗୁଣ ଫେରସ୍ଥ ଦେବାର ଲୋଭ ଦେଖାଇ, ଅନଲାଇନ ଜୁଆ ଖେଳକୁ ବିଭିନ୍ନ ମାଧ୍ୟମରେ ପ୍ରୋତ୍ସାହନ ଦିଅନ୍ତି ସ୍ଥାନୀୟ ଏଜେଣ୍ଟ । ଆଉ ଏମାନଙ୍କୁ ଲିଡ କରେ, ସ୍ଥାନୀୟ ଯୁବକ ହିତେଶ ଜୈନ ।
ସମସ୍ତେ ଜାଣିଥିଲେ ବି ବିଭିନ୍ନ ସମୟରେ ସଟ୍ଟାଆଡ୍ଡା ଉପରେ ଚଢଉ କରୁଛି ପୋଲିସ। ତେବେ ଛୋଟ ଛୋଟ ଏଜେଣ୍ଟ ଧରାପଡୁଥିବା ବେଳେ, ମୁଖିଆ ହିତେଶ ଜୈନ ଖସିଯିବା ଘଟଣା ପୋଲିସର ପାରିବା ପଣିଆକୁ ପ୍ରଶ୍ନ କରୁଛି । ଏଥର ତିନି ବିହାରୀ ଓ ଦୁଇଜଣ ସ୍ଥାନୀୟ ଏଜେଣ୍ଟ ଧରାପଡିଥିବା ବେଳେ, ପୁଣି ଖସିଗଲା ମୁଖିଆ ହିତେଶ ଜୈନ । ପୂରା ଘଟଣାକୁ ନେଇ, ବଲାଙ୍ଗିରରୁ ଆମର ଏହି ରିପୋର୍ଟ-‘‘ଧରାପଡିଲେ କେରାଣ୍ଡି...ଖସିଗଲା ସେଉଳ...! ’’ ।
୨୦୨୩ ମସିହା ଅକ୍ଟୋବର ମାସରେ, ସଟ୍ଟା ଡନ ହିତେଶ ଜୈନ ବିରୋଧରେ କିଡନାପ ଅଭିଯୋଗ ଆଣି ଗଣମାଧ୍ୟମ ଆଗରେ, ହିତେଶ ଜୈନର ବେପାରକୁ ନେଇ ଗଣମାଧ୍ୟମ ଆଗରେ ବଖାଣିଥିଲେ ଜଣେ ମହିଳା । କଣ୍ଟାବାଂଜିର ବେଟିଂ ଘଟଣାରୁ ଟଙ୍କା କାରବାରକୁ ନେଇ, ବରଗଡ ଥାନାରେ ଅଭିଯୋଗ ବି କରିଥିଲେ । କିନ୍ତୁ ଓଳଟା ହେଲା ପରିଣାମ । ଅଭିଯୋଗକାରିଣୀଙ୍କ ସ୍ବାମୀ ସୁନିଲ ଅଗ୍ରୱାଲଙ୍କୁ ଗିରଫ କରି ଅଭିଯୁକ୍ତ ହିତେଶ ଜୈନକୁ କ୍ଳିନଚିଟ ଦେଇଥିଲା ପୋଲିସ ।
Also Read
ଗତକାଲି କଣ୍ଟାବାଜିଂରେ ଅନଲାଇନ ସଟ୍ଟା କାରବାରର ପର୍ଦ୍ଦାଫାସ କରିଥିଲା ବଲାଙ୍ଗିର ପୋଲିସର ସ୍ବତନ୍ତ୍ର ଟିମ । କଣ୍ଟାବାଂଜି ପୋଲିସର ସହାୟତାରେ ପାଂଚଜଣଙ୍କୁ ଗିରଫ କରିଥିଲା । କିନ୍ତୁ ପୁଣିଥରେ କଳେବଳେ କୌଶଳେ ଖସିଗଲା ଡନ୍, ଦୁଇ ତିନୋଟି ରାଜ୍ୟରେ ଅନଲାଇନ ବେଟିଂର ସର୍ଦ୍ଦାର ହିତେଶ ଜୈନ । କଣ୍ଟାବାଂଜି ସହରରୁ ଅନଲାଇନ ସଟ୍ଟାକୁ ଅପରେଟ କରେ ହିତେଶ । ହିତେଶର ଟାର୍ଗେଟରେ ଯୁବସମାଜ । ହେଲେ ବାରବାର ପୋଲିସ ଚଢଉ ଆଗରୁ କେଉଁଠୁ କେମିତି ଖବର ପାଇ ଖସିଯାଏ ହିତେଶ । ତେଣୁ ପୋଲିସର ପାରିବା ପଣିଆକୁ ନେଇ, ଏବେ ପ୍ରଶ୍ନ କଲେଣି ସାଧାରଣ ଲୋକେ ।
କଣ୍ଟାବାଂଜି ସହରର ଏକ ଘର ଭିତରେ ଚାଲିଥିଲା ଅନଲାଇନ ସଟ୍ଟା କାରବାର । ପୂରା କାର୍ଯ୍ୟାଳୟ ଖୋଲିଥିଲା ସଟ୍ଟା ଡନ ହିତେଶ ଜୈନ । ପୋଲିସ ଜବତ କରଥିବା ୨୦ ଟି ମୋବାଇଲ ଓ ତିନୋଟି ଲ୍ୟାପଟପରୁ ଜଣାପଡୁଛି, କେମିତି ଚାଲିଥିଲା ଅନଲାଇନ ଗେମିଂ । ଅଶୀ ଗୁଣ ଫେରସ୍ତର ଲୋଭ ଦେଖାଇ, ଯୁବକ ମାନଙ୍କୁ ଦୀର୍ଘ ଦିନରୁ ଲୁଟି ଆସୁଛି ହିତେଶ । କଣ୍ଟାବାଂଜିରୁ ସଟ୍ଟା କାରବର ଆରମ୍ଭ କରି, ଏବେ ଦୁଇ ତିନୋଟି ରାଜ୍ୟରେ ନିଜର କାରବାର ବଢାଇ ଚାଲିଛି ସଟ୍ଟାଡନ ହିତେଶ ଜୈନ । ତେଣୁ କାହିଁ କେତେ ଦିନରୁ ତିନିଜଣ ବିହାରୀ ଯୁବକଙ୍କୁ ଆଣି କାମରେ ଲଗାଇଥିଲା ହିତେଶ ।
ଗିରଫ ପାଂଚଜଣଙ୍କ ଭିତରୁ ତିନିଜଣ ବିହାରୀ ହୋଇଥିବା ବେଳେ, ଅନ୍ୟ ଦୁଇ ସହଯୋଗୀ ସ୍ଥାନୀୟ ଯୁବକ । ଆଉ ଘରେ ସଟ୍ଟାର ଗଦ୍ଦି ଖୋଲା ଯାଇଥିଲା, ଘରର ମାଳିକ ହେଉଛନ୍ତି ବଣ୍ଟି ଗୁପ୍ତା । ଆଗରୁ ନକଲି ଟଙ୍କା କାରବାରରେ ବଣ୍ଟିଙ୍କ ନାଁରେ ବି ଅଭିଯୋଗ ଆଣିଥିଲା ପୋଲିସ । କିନ୍ତୁ ଏଥର ସଟ୍ଟା କାରବାର ପାଇଁ ଘର ଭଡାରେ ଲଗାଇଥିବାରୁ, ଗାମ୍ବଲିଂ ନିୟମ ଅନୁଯାୟୀ, ଘର ମାଳିକଙ୍କ ନାଁରେ ବି ମାମଲା ରୁଜୁ ହେବା କଥା । କିନ୍ତୁ ବଣ୍ଟି ଗୁପ୍ତା ନାଁରେ କୌଣସି ମାମଲା ରୁଜୁ କରିନାହିଁ ପୋଲିସ । ଆଉ ସଟ୍ଟାଡନ ହିତେଶର ନାଁ ପଚାରିଲେ, ପୋଲିସ ଅଧିକାରୀ ନାଁ ନନେଇ କହୁଛନ୍ତି, ଯିଏ ବି ସଂପୃକ୍ତ ଥାଉ, ଆମେ ତାକୁ ଗିରଫ କରିବୁ । କିନ୍ତୁ ବାର ବାର ଚଢଉ ସତ୍ବେ, ହିତେଶ ଧରାନଡିବା ଯୋଗୁଁ, ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି।
- Reported by:
- MANARANJAN JOSHI , Antim Panigrahi